ଫ୍ୟୁଚର ଗ୍ରୁପ ସହ ନିଜ କରିଥିବା ଚୁକ୍ତି ବାତିଲ କଲା ରିଲାଏନ୍ସ ଗ୍ରୁପ୍

ମୋଡ ବଦଳାଇଲା ରିଲାଏନ୍ସ ଗ୍ରୁପ୍ | ଫ୍ୟୁଚର ଗ୍ରୁପ ସହ ନିଜର ଚୁକ୍ତି ରଦ୍ଦ କରିବା ନେଇ ଆଜି ଘୋଷଣା କରିଛି ରିଲାଏନ୍ସ ଗ୍ରୁପ୍ । ମିଳିଥିବା ଖବର ଅନୁଯାୟୀ ଫ୍ୟୁଚର ଗ୍ରୁପର ସୁରକ୍ଷିତ ଋଣଦାତା(secured creditors ) ଚୁକ୍ତିକୁ ମଞ୍ଜୁରୀ ନଦେବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି ରିଲାଏନ୍ସ ତରଫରୁ ସୂଚନା ଦିଆଯାଇଛି । ଆଜି ସେୟାର ମାର୍କେଟକୁ ରିଲାଏନ୍ସ ଦେଇଥିବା ସୂଚନା ଅନୁସାରେ ଫ୍ୟୁଚର ରିଟେଲ ଲିମିଟେଡ୍ ଏବଂ ଫ୍ୟୁଚର ଗ୍ରୁପର ଅନ୍ୟ କମ୍ପାନୀ ଗୁଡିକୁ ଏହି ଚୁକ୍ତିର ମଞ୍ଜୁରୀ ପାଇଁ ହୋଇଥିବା ବୈଠକର ପରିଣାମ ସହ ଅବଗତ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ସେୟାରହୋଲ୍ଡର ଏବଂ ଅସୁରକ୍ଷିତ ଋଣଦାତା (unsecured creditors )ମଞ୍ଜୁରୀ ଦେଇଥିବା ବେଳେ ସୁରକ୍ଷିତ ଋଣଦାତା ମାନେ ଏହି ପ୍ରସ୍ତାବକୁ ଅସ୍ୱିକାର କରିଥିଲେ ।

big bazar
image credit: moneycontrol

ଅନ୍ୟପକ୍ଷରେ ରିଲାଏନ୍ସ ତରଫରୁ ଯୁକ୍ତି ବଢ଼ାଯାଇଛି ଯେ ସାଧାରଣତଃ ଏଫଆରଏଲର ସୁରକ୍ଷିତ ଋଣଦାତା ମାନେ ପ୍ରସ୍ତାବିତ ଯୋଜନା ବିରୁଦ୍ଧରେ ମତଦାନ କରିଛନ୍ତି । ଏମିତି ଏକ ସମୟରେ ଏହି ଯୋଜନାକୁ ଆଗକୁ କାର୍ଯ୍ୟକାରୀ କରିବା ସେତେଟା ସମ୍ଭବ ନୁହେଁ । ୨୦୨୦ ମସିହା ଅଗଷ୍ଟ ମାସରେ ରିଲାଏନ୍ସ ଗ୍ରୁପର କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍ ସହ ୨୪,୭୧୩ କୋଟି ଟଙ୍କାରେ ମିଶିବା ନେଇ ଘୋଷଣା କରିଥିଲା । ଆଉ ଏହି ଚୁକ୍ତି ସହ ହିଁ ଫ୍ୟୁଚର ଗ୍ରୁପର ୧୯ କମ୍ପାନୀ ଉପରେ ରିଲାଏନ୍ସ ରିଟେଲର ଅଧିଗ୍ରହଣ କରିଥାନ୍ତା ବୋଲି ଜଣାପଡିଥିଲା । ପରେ ଏହି ଧାରାରେ ପରିବର୍ତ୍ତନ ଆସିଛି | ଆଉ ପହଞ୍ଚୁଚର ଗ୍ରୁପ ତଥା କୌଣସି କମ୍ପାନୀ ଉପରେ ହସ୍ତକ୍ଷେପ କରିବା ନାହିଁ ବୋଲି ରିଲାଏନ୍ସ କହିଛି |

କହିରଖିବା ଉଚିତ ହେବକି ମିଶିବା ନେଇ ଚୁକ୍ତି ଘୋଷଣା ହେବା ପରେ ପ୍ରଥାନେ ଇ-କମର୍ସ କମ୍ପାନୀ “ଆମାଜନ” ଏହାର ବିରୋଧ କରିଥିଲା । ବିଭିନ୍ନ ଅଦାଲତରେ ଆମାଜନ ଏହି ଚୁକ୍ତିକୁ ବିରୋଧ କରିବା ସହ ଫ୍ୟୁଚର ଗ୍ରୁଫର ନିବେଶ ବୁଝାମଣାର ଏହା ଉଲ୍ଲଂଘନ ବୋଲି କମ୍ପାନୀ ଦାବି କରୁଥିଲା । ବିବାଦ ଘନେଇବା ପରେ ଏହି ଚୁକ୍ତି ଉପରେ ସେୟାରଧାରକ ଏବଂ ଋଣଦାତାଙ୍କ ମଞ୍ଜୁରୀ ପାଇଁ ଫ୍ୟୁଚର ଗ୍ରୁପର କମ୍ପାନୀ ଗୁଡିକ ସପ୍ତାହର ଆରମ୍ଭରେ ଭିନ୍ନ ଭିନ୍ନ ବୈଠକ କରିଥିଲେ। ଏବେ ଏହି ଚୁକ୍ତି ରଦ୍ଦ କରିବା ପାଇଁ ଘୋଷଣା କରିଛି ରିଲାଏନ୍ସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.