ମାତ୍ର ୨ ଟଙ୍କାରେ ୧ ଜିବି ଡାଟା ଦେଉଛି ଏହି ଟେଲିକମ୍ କମ୍ପାନୀ, ତୁରନ୍ତ କରନ୍ତୁ ରିଚାର୍ଜ

ଗ୍ରାହକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଟେଲିକମ୍ କମ୍ପାନୀ ନୂଆ ନୂଆ ପ୍ଲାନ ଲଞ୍ଚ କରୁଛନ୍ତି। କିଏ ୧୦୦ ଟଙ୍କାରୁ କମ ମୂଲ୍ୟରେ ପ୍ଲାନ ଘୋଷଣା କରୁଛି ତ ଆଉ କିଏ ୫୦ ଟଙ୍କାରୁ କମରେ। ତେବେ ଆପଣ ବି ଯଦି ଶସ୍ତା ପ୍ଲାନ ବିଷୟରେ ଜାଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ଜିଓ, ଭୋଡାଫୋନ-ଆଇଡିଆ ଓ ଏୟାରଟେଲର ସବୁଠୁ ଶସ୍ତା ପ୍ଲାନ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ କମ ଦାମରେ ଅଧିକ ଲାଭ ପାଇପାରିବେ।

Girl Typing On A Mobile Phone by octofocus | VideoHive

ମାତ୍ର ୨ ଟଙ୍କାରେ ୧ ଜିବି ଡାଟା ଦେଉଛନ୍ତି Voda-Idea

ଭୋଡାଫୋନ-ଆଇଡିଆ ମାତ୍ର ୨ ଟଙ୍କାରେ ଗ୍ରାହକଙ୍କୁ ୧ ଜିବି ଡାଟା ଯୋଗାଇଦେଉଛି। ଏହା ଭୋଡାର ଡବଲ ଡାଟା ପ୍ଲାନ ଅଫର। ଭୋଡାର ୪୪୯ ଟଙ୍କିଆ ପ୍ଲାନରେ ଆପଣଙ୍କୁ ପ୍ରତିଦିନ ୪ ଜିବି ଡାଟା ୫୬ ଦିନର ବୈଧତା ସହ ମିଳିବ। ଏହି ହିସାବରେ ମୋଟ ୨୨୪ ଜିବି ମିଳିବ। ଅର୍ଥାତ ୧ ଜିବି ପାଇଁ ମାତ୍ର ୨ ଟଙ୍କା ଦେବାକୁ ପଡ଼ିବ। ଏଥିରେ ଅନଲିମିଟେଡ କଲିଂ ସହ ୧୦୦ଟି ଏସଏମଏସ ମଧ୍ୟ ମାଗଣାରେ ପଠାଇପାରିବେ।

୨.୦୮ ଟଙ୍କାରେ ୧ ଜିବି

ଭୋଡାଫୋନ ନିଜ ଆଉ ଏକ ପ୍ଲାନରେ ୨.୦୮ ଟଙ୍କାରେ ୧ ଜିବି ଡାଟା ଯୋଗାଉଛି। Vodaର ୬୯୯ ଟଙ୍କିଆ ପ୍ଲାନରେ ଗ୍ରାହକ ଦିନକୁ ୪ ଜିବି ଲେଖାଏଁ ୮୪ ଦିନ ଡାଟା ପାଇବେ। ଏଥିରେ ଅନଲିମିଟେଡ କଲିଂ ସହ ୧୦୦ SMS ମଧ୍ୟ ମିଳିବ।

Airtel: ୩.୩୨ ଟଙ୍କାରେ ୧ ଜିବି

Airtel will now discontinue incoming calls after 7 days of plan expiry

ଏୟାରଟେଲ ମାତ୍ର ୩.୩୨ ଟଙ୍କାରେ ୧ ଜିବି ଡାଟା ଦେଉଛି। ଏୟାରଟେଲର ୫୫୮ ଟଙ୍କିଆ ପ୍ଲାନରେ ଗ୍ରାହକ ଏହି ଲାଭ ଉଠାଇପାରିବେ। ଏଥିରେ ପ୍ରତିଦିନ ୩ ଜିବି ହିସାବରେ ମୋଟ ୧୬୮ ଜିବି ଡାଟା ମିଳିବ। ଅର୍ଥାତ ୩.୩୨ ଟଙ୍କାରେ ୧ ଜିବି। ଏଥିରେ ଗ୍ରାହକଙ୍କୁ ଅନଲିମିଟେଡ କଲିଂ ସହ ୧୦୦ SMS ମଧ୍ୟ ମିଳିବ।

Jio: ୩.୫ ଟଙ୍କାରେ ୧ ଜିବି

Jio News: Reliance Jio gets big enterprise customers; says FTTH ...

ଜିଓର ୫୯୯ ଟଙ୍କିଆ ପ୍ଲାନରେ ୩.୫ ଟଙ୍କାରେ ଗ୍ରାହକ ୧ ଜିବି ଡାଟା ପାଇପାରିବେ। ଏହାର ବୈଧତା ୮୪ ଦିନ ରହିଛି। ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଲେଖାଏଁ ଡାଟା ମିଳିବ। ଏହି ହିସାବରେ ମୋଟ ୧୬୮ ଜିବି ଡାଟା ପାଇବେ ୟୁଜର। ଏଥିରେ ଜିଓ ଟୁ ଜିଓ ଫ୍ରି ଓ ଅନ୍ୟ ନେଟୱାର୍କକୁ ୩୦୦୦ ମିନିଟ ମିଳିବ। ଏଥିରେ ପ୍ରତିଦିନ ୧୦୦ ଟି SMS ମଧ୍ୟ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.