ଜିଓ ଜାରି କଲା Happy New Year ଅଫର୍‌, ମାତ୍ର ୨୦୨୦ ଟଙ୍କା ରିଚାର୍ଜ କରି ପାଆନ୍ତୁ ବର୍ଷେ ପାଇଁ ଅସୀମିତ କଲ୍‌, ମାଗଣା ଏସଏମଏସ୍‌ ଏବଂ ଦୈନିକ ୧.୫ ଜିବି ଡାଟା

ନୂଆ ବର୍ଷ ଉପଲକ୍ଷେ ଜିଓ ଏକ ନୂଆ ଅଫର୍‌ ଲଞ୍ଚ କରିଛି। ଏହି ଅଫର୍‌ ଜରିଆରେ କମ୍ପାନୀ ନିଜର ଗ୍ରାହକଙ୍କୁ ଅସୀମିତ କଲିଂ ବ୍ୟତୀତ ଜିଓ ଫୋନ ମଧ୍ୟ ଦେବ। ଏହି ଅଫର୍‌ ସ୍ମାର୍ଟଫୋନ ଏବଂ ନୂଆ ଫିଚର ଫୋନ ଗ୍ରାହକଙ୍କ ପାଇଁ ଜାରି କରାଯାଇଛି। ଏହି ପ୍ଲାନରେ ଗ୍ରାହକଙ୍କ ମାସିକ ଖର୍ଚ୍ଚ ୧୬୮ଟଙ୍କା ହେବ।

ମାସିକ ଖର୍ଚ୍ଚ ହେବ ୧୬୮ ଟଙ୍କା :

କମ୍ପାନୀ ଯେଉଁ ଅଫର୍‌ ଲଞ୍ଚ କରିଛି ସେହି ଅଫର୍‌ ମୁତାବିକ ଗ୍ରାହକଙ୍କୁ ବର୍ଷକ ୩୬୫ ଦିନ ହିସାବରେ ପ୍ରତି ମାସରେ ୧୬୮ ଟଙ୍କା (୫.୫୩ ଟଙ୍କା ପ୍ରତିଦିନ) ଖର୍ଚ୍ଚ ପଡିବ। ଏହି ଅଫର୍‌ ଆଜିଠାରୁ ଆରମ୍ଭ ହେବ। କିନ୍ତୁ ଗ୍ରାହକମାନେ ଏହି ଅଫର୍‌ ର ଲାଭ ନେବା ପାଇଁ ଥରେ ହିଁ ୨୦୨୦ଟଙ୍କା ରିଚ୍ଚାର୍ଜ କରିବାକୁ ପଡିବ।

ଲଞ୍ଚ ହେଲା ୨ଟି ପ୍ଲାନ :

କମ୍ପାନୀ ୨ଟି ପ୍ଲାନ ଲଞ୍ଚ କରିଛି। ପ୍ରଥମ ପ୍ଲାନ ଜିଓର ସ୍ମାର୍ଟଫୋନ ଧାରକ ଉପଭୋକ୍ତାଙ୍କ ପାଇଁ। ଏହି ଜରିଆରେ ଗ୍ରାହକଙ୍କୁ ୨୦୨୦ଟଙ୍କାର ରିଚ୍ଚାର୍ଜ କରିବାରେ ୩୬୫ଦିନ ପାଇଁ ଅନଲିମିଟେଡ କଲିଂ, ପ୍ରତିଦିନ ୧.୫ ଜିବି ଡାଟା, ମାଗଣାରେ ଏସଏମଏସ ଏବଂ ଜିଓ ଆପ୍‌ ର ଏକ୍ସେସ ମିଳିପାରିବ।

ଦ୍ୱିତୀୟ ପ୍ଲାନ ସେହି ଗ୍ରାହକମାନଙ୍କ ପାଇଁ, ଯେଉଁମାନେ ଜିଓ ଫିଚର ଫୋନ ବ୍ୟବହାର କରିବାକୁ ଚାହୁଁଛନ୍ତି। ଏଭଳି ଗ୍ରାହକ ୨୦୨୦ଟଙ୍କା ଜମା କରିବା ଦ୍ୱାରା ଏକ ଜିଓ ଫୋନ ପାଇପାରିବେ। ଏଥିସହ ଏହି ଫୋନରେ ଅନଲିମିଟେଡ କଲିଂ, ପ୍ରତିଦିନ ୦.୫ ଜିବି ଡାଟା, ଜିଓ ଆପ୍‌ ଏବଂ ମାଗଣାରେ ଏସଏମଏସ ୧୨ମାସ ପର୍ଯ୍ୟନ୍ତ କରିପାରିବେ।

ପୁଣି ଥରେ ଲଞ୍ଚ ହେଲା ୧୪୯ ଏବଂ ୯୮ ଟଙ୍କା ପ୍ଲାନ :

ରିଲାଏନ୍ସ ଜିଓ ଉପଭୋକ୍ତାଙ୍କୁ ଲାଭ ଦେବା ପାଇଁ ପୁଣିଥରେ ୧୪୯ ଏବଂ ୯୮ଟଙ୍କାର ପ୍ଲାନ ଲଞ୍ଚ କରିଛି। ୧୪୯ ଟଙ୍କାର ପ୍ଲାନରେ ଜିଓ ଅଧିକରୁ ଅଧିକ ଗ୍ରାହକଙ୍କୁ ନିଜ ସହ ଯୋଡି ରଖିବା ପାଇଁ ପୁଣି ଥରେ ଏହି ପ୍ଲାନ ଜାରି କରାଯାଇଛି। ଉପଭୋକ୍ତାଙ୍କୁ ଏହି ପ୍ଲାନରେ ପ୍ରତିଦିନ ୧ ଜିବି ଡାଟା ମିଳିବ ସହ କମ୍ପାନୀ ଗ୍ରାହକଙ୍କୁ ଜିଓ କୁ ଜିଓ ନେଟଓ୍ଵର୍କରେ କଲ୍‌ କରିବା ପାଇଁ ଅନଲିମିଟେଡ କଲ୍‌ର ସୁବିଧା ଦେବ। ଅନ୍ୟ ନେଟଓ୍ଵର୍କରେ କଲ କରିବା ପାଇଁ ୟୁଜର୍ସଙ୍କୁ ୩୦୦ଏଫୟୁପି ମିନିଟ ଦିଆଯିବ। ଏହାବ୍ୟତୀତ ୟୁଜର୍ସ ରିଲାଏନ୍ସ ଜିଓ ଆପ୍‌ ମଧ୍ୟ ମାଗଣାରେ ବ୍ୟବହାର କରାଯାଇପାରିବ। ଏହି ପ୍ଲାନର ବୈଧତା ୨୪ ଦିନ ପାଇଁ ରହିଛି।

ରିଲାଏନ୍ସ ଜିଓର ୯୮ ଟଙ୍କା ପ୍ଲାନ :

ଜିଓ ୟୁଜର୍ସମାନଙ୍କୁ ଏହି ପ୍ଲାନ ଜରିଆରେ ସମୁଦାୟ ୨ ଜିବି ଡାଟା ଏବଂ ୧୦୦ ଏସଏମଏସ କରିପାରିବେ। ଏଥିସହ ଉପଭୋକ୍ତା ଜିଓ କୁ ଜିଓ ନେଟଓ୍ଵର୍କରେ ଅନଲିମିଟେଡ କଲ କରିପାରିବେ। କିନ୍ତୁ ଅନ୍ୟ ନେଟଓ୍ଵର୍କରେ କଳ୍‌ କରିବା ପାଇଁ ଉପଭୋକ୍ତାଙ୍କୁ ଅରଇୟୁସି ଚାର୍ଜ ଦେବାକୁ ପଡ଼ିବ। ଏହି ଆଇୟୁସି ଚାର୍ଜର ଭାଉଚର୍ସର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ। ସେହିଭଳି ଏହି ରିଚାର୍ଜ ପ୍ଲାନର ସମୟ ସୀମା ୨୮ ଦିନ ରହିବ।

ଜିଓର ଅନ୍ୟ ରିଚାର୍ଜ ପ୍ଲାନ :

ରିଲାଏନ୍ସ ଜିଓ ଗତ ୬ ଡିସେମ୍ବର ଦିନ ୧୯୯ଟଙ୍କା ପ୍ଲାନ ଜାରି କରିଥିଲା। ଏହି ପ୍ଲାନ ଜରିଆରେ ଗ୍ରାହକଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ମିଳିବା ସହ ଜିଓ କୁ ଜିଓ ଅନଲିମିଟେଡ କଲ୍‌ କରିପାରିବେ। ସେହିଭଳି ଏହି ପ୍ଲାନର ବୈଧତା ୨୮ ଦିନ ରହିଛି।

ରିଲାଏନ୍ସ ଜିଓର ୩୯୯ଟଙ୍କା ପ୍ଲାନ :

ଜିଓ ୩୯୯ ଟଙ୍କାର ପ୍ଲାନ ଲଞ୍ଚ କରିଛି। ୩୯୯ଟଙ୍କାର ପ୍ଲାନରେ କମ୍ପାନୀ ଉପଭୋକ୍ତାଙ୍କୁ ପ୍ରତିଦିନ ୧.୫ ଜିବି ଡାଟା ଦେବା ସହ ଜିଓ କୁ ଜିଓ ନେଟଓ୍ଵର୍କରେ ମାଗଣାରେ କଲ୍‌ କରିପାରିବେ। ସେହିଭଳି ଏହି ପ୍ଲାନର ବୈଧତା ୫୬ଦିନ ରହିଛି।

ଜିଓର ୪୪୪ଟଙ୍କା ପ୍ଲାନ :

ଜିଓ ୪୪୪ ଟଙ୍କାର ପ୍ଲାନ ଲଞ୍ଚ କରିଛି। କମ୍ପାନୀ ନିଜର ଉପଭୋକ୍ତାଙ୍କୁ ଏହି ପ୍ଲାନରେ ପ୍ରତିଦିନ ୨ ଜିବି ଡାଟା ସହ ଜିଓ ଟୁ ଜିଓ ନେଟଓ୍ଵର୍କରେ ମାଗଣାରେ ଅନଲିମିଟେଡ କଲିଂ କରିପାରିବେ। ସେହିଭଳି ଏହି ପ୍ଲାନର ବୈଧତା ୫୬ ଦିନ ରହିଛି।

ଜିଓର ୫୯୯ଟଙ୍କା ପ୍ଲାନ :

ଜିଓର ୫୯୯ଟଙ୍କା ପ୍ଲାନରେ କମ୍ପାନୀ ଉପଭୋକ୍ତାଙ୍କୁ ପ୍ରତିଦିନ ୨ ଜିବି ଡାଟା ଦେବା ସହ ଜିଓ ଟୁ ଜିଓ ଅନଲିମିଟେଡ୍‌ ମାଗଣା କଲ୍‌ କରିପାରିବେ। ଅନ୍ୟ ନେଟଓ୍ଵର୍କରେ କଲ୍‌ କରିବା ପାଇଁ ୩ ମିନିଟ୍‌ ମିଳିବ। ଏହି ପ୍ଲାନର ବୈଧତା ୮୪ ଦିନ ରହିଛି।

KNews Bureau

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

23 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

30 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

2 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago