ରିଲାଏନ୍ସ ଜିଓର ଏହି ପ୍ଲାନରେ ମିଳୁଛି ୩ ଜିବି ଡାଟା ସହ ଅନଲିମିଟେଡ଼ ଭଏସ୍ କଲିଂର ସୁବିଧା, ଆଜି ହିଁ କରନ୍ତୁ ରିଚାର୍ଜ

କରୋନା ଯୋଗୁ ଏବେ ସାରା ଦେଶକୁ ଲକଡାଉନ କରିଦିଆଯାଇଛି। ଲୋକମାନେ ବାହାରକୁ ବାହାରିବା ପରିବର୍ତ୍ତେ ସରକାରଙ୍କ ନିୟମ ମାନି ବର୍ତ୍ତମାନ ଘରେ ରହୁଛନ୍ତି। ଘରେ ଏବେ ଟିଭି ଓ ଇଣ୍ଟରନେଟ ବ୍ୟତୀତ ଲୋକେ ବହୁଳ ଭାବେ ଭିଡିଓ କଲିଂ କରୁଥିବା ଦେଖାଯାଇଛି। ଫଳରେ ଅଧାଦିନରେ ହିଁ ଡାଟା ଶେଷ ହୋଇଯାଉଛି। ୟୁଜରଙ୍କ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଟେଲିକମ୍ କମ୍ପାନୀ କେତେକ ନୂଆ ପ୍ଲାନ ଘୋଷଣା କରିଛନ୍ତି। ଜିଓ ମଧ୍ୟ ନିଜ ଗ୍ରାହକଙ୍କ ପାଇଁ କମ ମୂଲ୍ୟରେ ବଢ଼ିଆ ବଢ଼ିଆ ପ୍ଲାନ ନେଇ ଆସିଛି। ଆସନ୍ତୁ ଦେଖିବା ୧୦୦ ଟଙ୍କାରୁ କମ ଦାମରେ ଜିଓ ଦେଉଥିବା ପ୍ଲାନ ସମ୍ପର୍କରେ…

Reliance Jio Starts Offering Rs 1,776 Prepaid Recharge, But ...

ଜିଓ ଫୋନ ୟୁଜରଙ୍କ ପାଇଁ କମ୍ପାନୀ ତରଫରୁ ୭୫ ଟଙ୍କିଆ ପ୍ଲାନ ଲଞ୍ଚ କରାଯାଇଛି। ଏହି ଶସ୍ତା ପ୍ଲାନରେ ୟୁଜରଙ୍କୁ ଅନଲିମିଟେଡ଼ ଭଏସ କଲିଂ ସହ ଅନ୍ୟ କେତେକ ଫିଚର ମଧ୍ୟ ମିଳିବ। ଏହି ପ୍ଲାନରେ ୟୁଜରଙ୍କୁ ମୋଟ ୩ ଜିବି ଡାଟା ୨୮ ଦିନର ବୈଧତା ସହ ମିଳିବ। ଅର୍ଥାତ ଏହି ପ୍ଲାନରେ ଦିନକୁ ୦.୧ ଜିବି ଡାଟା ମିଳିବ। ଏହି ପ୍ଲାନ କମ୍ ଦାମରେ ଅନଲିମିଟେଡ଼ କରିବାକୁ ଚାହୁଁଥିବା ୟୁଜରଙ୍କ ପାଇଁ ଲାଭଦାୟକ ହେବ।

JioPhone all in one plans launched: Everything you need to know

ଏହି ୭୫ ଟଙ୍କିଆ ପ୍ଲାନରେ ୟୁଜରଙ୍କୁ ୨୮ ଦିନ ପାଇଁ ୫୦ ଟି ଏସଏମଏସ ମଧ୍ୟ ମିଳିବ। ଏଥିସହ ଜିଓ ଟୁ ଜିଓକୁ ଅନଲିମିଟେଡ଼ କଲିଂ ଓ ଜିଓ ରୁ ଅନ୍ୟ ନେଟୱର୍କକୁ ୫୦୦ ମିନିଟ ମିଳିବ। ସୂଚନାଯୋଗ୍ୟ ଯେ ଏହି ପ୍ଲାନ କେବଳ ଜିଓଫୋନ ୟୁଜରଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟ ଜିଓ ୟୁଜର ଏହି ପ୍ଲାନର ଫାଇଦା ଉଠାଇପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.