ରେନଲ୍ଟ ପ୍ୟାରିସ୍ ମୋଟର ସୋ’ରେ ୪ ଇ-ଟେକ୍ ଇଲେକ୍ଟ୍ରିକ୍ କାର୍ ଉପସ୍ଥାପନ କରିଛି । ରେନାଲ୍ଟର କେବଳ ଇଲେକ୍ଟ୍ରିକ୍ କାର୍ ନୁହେଁ, ଅନ୍ୟାନ୍ୟ ପ୍ରଡ଼କ୍ଟ ମଧ୍ୟ ଅଟୋ ଇଣ୍ଡଷ୍ଟ୍ରିର ଦୃଷ୍ଟି ଆକର୍ଷଣ କରିଛି । ଏହି ମୋଟର ଶୋ’ରେ ରେନାଲ୍ଟ ହେରିଟେଜ୍ ସ୍ପିରିଟ୍ ସ୍କ୍ରାମବ୍ଲର୍ ମଧ୍ୟ ପ୍ରଦର୍ଶନ କରିଥିଲେ, ଯାହା ଏକ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ । ଏହି ଇଭିର ମୂଲ୍ୟ ହେଉଛି ୨୩,୩୪୦ ୟୁରୋ ଅର୍ଥାତ ଏହାର ଭାରତୀୟ ମୂଲ୍ୟ ପ୍ରାୟ ୨୧. ୨ ଲକ୍ଷ ଟଙ୍କା । ଭାରତରେ ଉପଲବ୍ଧ ମହିନ୍ଦ୍ରା ସ୍କର୍ପିଓ N ର ମୂଲ୍ୟ ମଧ୍ୟ ଏହି ଇଭି ବାଇକ୍ ଠାରୁ କମ୍ ଅଟେ ।
ସ୍କର୍ପିଓର ଏକ୍ସ-ସୋରୁମ୍ ମୂଲ୍ୟ ୧୩.୮୫ ଲକ୍ଷରୁ ଆରମ୍ଭ ହୋଇ ୨୪. ୫୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଏ । ଫ୍ରେଞ୍ଚ ଷ୍ଟାର୍ଟ ଅପ୍ କମ୍ପାନୀ ଆଟେଲିର୍ସ ହେରିଟେଜ୍ ବାଇକ୍ ଦ୍ୱାରା ରେନାଲ୍ଟ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ପ୍ରସ୍ତୁତ କରାଯାଇଛି । ଏହି ଇଲେକ୍ଟ୍ରିକ୍ ମୋଟରସାଇକେଲର ମୂଲ୍ୟ ଭାରତରେ ଉପଲବ୍ଧ ଇଭି ତୁଳନାରେ ବହୁତ ଅଧିକ । କିନ୍ତୁ ଏହି ବାଇକ୍ ବିଷୟରେ ବିଶେଷ କଥା ହେଉଛି ଏହି ବାଇକ୍ ସଂପୂର୍ଣ୍ଣ ଭାବେ ହାତରେ ତିଆରି ହୋଇଛି । ଏହି ବାଇକର କେବଳ ଲିମିଟେଡ୍ ମଡେଲଗୁଡିକ ବଜାରକୁ ଅଣାଯାଇଛି ।
ଏହି ବାଇକ୍ ପାଇଁ କମ୍ପାନୀ ବୁକିଂ ମଧ୍ୟ ଆରମ୍ଭ କରିଛି । ଯଦି ଆପଣ ଆଜି ଏହି ବାଇକ୍ ବୁକ୍ କରନ୍ତି, ତେବେ ଏହି ଇଭିର ଡେଲିଭରି ୨୦୨୫ରେ ଉପଲବ୍ଧ ହେବ । ଏହି ମୋଟର ସୋ’ରେ ରେନାଲ୍ଟ ଏକ ମିନି କାର୍ଭାନ୍, ଏକ ବିମାନ ଏବଂ ଏକ ୱାଟର୍ ଭେଇକିଲ୍ ମଧ୍ୟ ପ୍ରକାଶ କରିଛି । ବିଶ୍ୱ ବଜାରରେ ରେନାଲ୍ଟ ଇଲେକ୍ଟ୍ରିକ୍ ମୋଟରସାଇକେଲର ଦୁଇଟି ଭରିଆଣ୍ଟ ଆସିଛି – ଷ୍ଟାଣ୍ଡାର୍ଡ ଏବଂ 50 version । ଏହାର 50 version ମଡେଲର ମୂଲ୍ୟ ୨୧. ୨ ଲକ୍ଷ ଟଙ୍କା । ଯେଉଁଠାରେ ଷ୍ଟାଣ୍ଡାର୍ଡ ମଡେଲର ମୂଲ୍ୟ ୨୨. ୭ ଲକ୍ଷ ଟଙ୍କା ରଖାଯାଇଛି ।
କମ୍ପାନୀ ଦାବି କରିଛି ଯେ ଷ୍ଟାଣ୍ଡାର୍ଡ ମଡେଲର ଟପ୍ ସ୍ପିଡ୍ ୯୯ କିଲୋମିଟର ହୋଇଥିବାବେଳେ 50 versionର ଟପ୍ ସ୍ପିଡ୍ ୪୫ କିଲୋମିଟର ବୋଲି କୁହାଯାଉଛି । ରେନାଲ୍ଟ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ହେଉଛି ଏକ ନିଓ-ରେଟ୍ରୋ ସ୍କ୍ରାମବ୍ଲର୍ । ଏହି ବାଇକରେ LED DRL ସହିତ LED ହେଡଲାଇଟ୍ ରହିଛି । ଏହି ବାଇକ୍ ର ସିଟ୍ ସିଙ୍ଗଲ୍ ପିସ୍ ରିବଡ୍ ଡିଜାଇନ୍ ସହିତ ଆସିଥାଏ । ରେନାଲ୍ଟ୍ ନିଜ ବାଇକରେ ଏକ ବହୁତ ବଡ ହ୍ୟାଣ୍ଡଲ୍ ବାର୍ ଦେଇଛି, ଯେଉଁଥିରେ ସର୍କୁଲାର୍ ବାର୍-ଏଣ୍ଡ୍ ମିରର୍ ଅଛି ।
ବାଇକର ଫୁଏଲ୍ ଟ୍ୟାଙ୍କରେ ଟ୍ରାଡିସନାଲ୍ ମୋଟରସାଇକେଲ ପରି ଏଲିମେଣ୍ଟ ଦିଆଯାଇଛି । ଏହି ରେନାଲ୍ଟ ମୋଟରସାଇକେଲରେ ୪. ୮ kWh ବ୍ୟାଟେରୀ ପ୍ୟାକ୍ ଅଛି । ଏହି ବାଇକରେ ସ୍ଥାପିତ ଇଲେକ୍ଟ୍ରିକ୍ ମୋଟର ୧୦ bhp ପିକ୍ ପାୱାର ଏବଂ ୨୮୦ Nm ଟର୍କ ପ୍ରଦାନ କରିଥାଏ । କମ୍ପାନୀ ଦାବି କରିଛି ଯେ ଏହି ରେନାଲ୍ଟ ଇଲେକ୍ଟ୍ରିକ୍ ମୋଟରସାଇକେଲ୍ ସିଙ୍ଗଲ୍ ଚାର୍ଜିଂରେ ୧୧୦ କିଲୋମିଟର ଦୂରତା ଦେଇଥାଏ ।