ଲଞ୍ଚ୍ ହେଲା Renault Kwidର ଇଲେକ୍ଟ୍ରିକ୍ କାର୍, ଥରେ ଚାର୍ଜ ହେଲେ ଚାଲିବ ୨୭୧ କି.ମି, ଜାଣନ୍ତୁ ଦାମ୍ ଏବଂ ଫିଚର
ନୂଆଦିଲ୍ଲୀ: ଫ୍ରାନ୍ସର ପ୍ରମୁଖ ମୋଟରଯାନ ନିର୍ମାଣ କମ୍ପାନୀ Renault ପ୍ରସିଦ୍ଧ ଏଣ୍ଟ୍ରି ଲେବୁଲ ହେଚବ୍ୟାକ୍ କାର Kwidର ନୂଆ ଇଲେକ୍ଟ୍ରିକ୍ ଭର୍ସନକୁ ଚୀନ୍ରେ ବଜାର ପ୍ରବେଶ କରାଇଛି। ଏହାର ନାମ City K-ZE ରଖାଯାଇଛି। ଚୀନ୍ ବଜାରରେ ଏହାର ମୂଲ୍ୟ ୬୧,୮୦୦ ୟୁଆନ୍ ରହିଛି। ଯାହାର ଭାରତରେ ମୂଲ୍ୟ ପ୍ରାୟ ୬.୨୨ ଲକ୍ଷ ଟଙ୍କା ହେବ।
ଏହାସହ ପଢନ୍ତୁ: ଭାରତରେ ଖୁବ୍ଶୀଘ୍ର ଲଞ୍ଚ ହେବାକୁ ଯାଉଛି Motorola E6 Plus, ଜାଣନ୍ତୁ କ’ଣ ରହିଛି ଫିଚର
ଖୁବ୍ଶୀଘ୍ର City K-ZE ର ଭାରତୀୟ ବଜାରରେ ପ୍ରବେଶ ହେବ। ୨୦୧୮ରେ ଏହି କାର୍ର କନ୍ସେପ୍ଟ ପ୍ରଦର୍ଶିତ କରାଯାଇଥିଲା। ଅତ୍ୟାଧୁନିକ ଟେକ୍ନୋଲୋଜିରେ ନିର୍ମିତ ଏହି କାର୍ରେ କମ୍ପାନୀ ୨୬.୮ kWh କ୍ଷମତାସମ୍ପନ୍ନ ଲିଥିୟମ୍ ଆୟନ୍ର ବ୍ୟାଟେରୀ ପ୍ୟାକ୍ ବ୍ୟବହାର କରିଛି। ଏଥିରେ ବ୍ୟବହୃତ ହୋଇଥିବା ଇଲେକ୍ଟ୍ରିକ୍ ମୋଟର ୪୩.୩ bhp ପାଓ୍ଵାର ଏବଂ ୧୨୫ Nm ଟାସ୍କ ଜେନେରେଟ୍ କରିବ।
Renault କମ୍ପାନୀର କହିବାନୁସାରେ ଏହି ଇଲେକ୍ଟ୍ରିକ୍ କାର ଥରେ ଚାର୍ଜ ହେଲେ ୨୭୧ କିଲୋମିଟର ପର୍ଯ୍ୟନ୍ତ ଚାଲିପାରିବ। ଏହି କାରକୁ କମ୍ପାନୀ CMF-A ପ୍ଲାଟଫର୍ମରେ ନିର୍ମାଣ କରିଛି, ଯେଉଁଥିରେ ଭାରତୀୟ ବଜାରରେ ଉପଲବ୍ଧ Kwid ର ନିର୍ମାଣ ହୋଇଛି। କାର୍ରେ ୬.୬kWh କ୍ଷମତା ବିଶିଷ୍ଟ Ac ଚାର୍ଜିଂ ସିଷ୍ଟମ୍ ଦିଆଯାଇଛି। ଏହି ସିଷ୍ଟମ୍ କାର୍ ବ୍ୟାଟେରୀକୁ ୪ଘଣ୍ଟା ମଧ୍ୟରେ ଫୁଲ୍ ଚାର୍ଜ କରିପାରିବ ବୋଲି କମ୍ପାନୀ ତରଫରୁ କୁହାଯାଇଛି।
ସେହିପରି ଏଥିରେ ଦିଆଯାଇଥିବା DC ଫାଷ୍ଟ ଚାର୍ଜିଂ ସିଷ୍ଟମ୍ ପ୍ରାୟ ୩୦ ମିନିଟ୍ ମଧ୍ୟରେ କାର୍ ବ୍ୟାଟେରୀକୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ କରିବାକୁ ସକ୍ଷମ। କାର୍ ଭିତରେ ମଧ୍ୟ କମ୍ପାନୀ ବହୁ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କରିଛି। ଏଥିରେ ୪ଜି ଓ୍ଵାଇଫାଇ କନେକ୍ଟିଭିଟି ସିଷ୍ଟମ୍ ସହ ଉପଲବ୍ଧ ୮.୦ ଇଞ୍ଚର ଟଚ୍ ସ୍କ୍ରିନ୍ ଇନ୍ଫୋଣ୍ଟେମେଣ୍ଟ ସିଷ୍ଟମ୍ ଦିଆଯାଇଛି। ଭାରତରେ ଏହି ଇଲେକ୍ଟ୍ରିକ୍ କାର୍ର ଲଞ୍ଚ ଖୁବ୍ଶୀଘ୍ର ହେବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି।