ସାମ୍ନାକୁ ଆସିଲା ରେନଲ୍ଟର ପ୍ରଥମ ଇଲେକ୍ଟ୍ରିକ କାର, ଥରେ ଚାର୍ଜ କଲେ ଚାଲିବ ୪୦୦ କିମି

ଭାରତୀୟ ବଜାରରେ ଇଲେକ୍ଟ୍ରିକ ଗାଡି ସେଗମେଣ୍ଟରେ ଲଗାତାର ଗାଡି ନିର୍ମାତା କମ୍ପାନୀ ଲାଇନ ଅପ୍ ବିସ୍ତାର କରୁଛନ୍ତି। ଏହି ତାଲିକା ଏମଜି ମୋର୍ଟସ, ଟାଟା ଏବଂ ହ୍ଯୁଣ୍ଡାଇ ଏଣ୍ଟ୍ରି ନେଇସାରିଛନ୍ତି। ସେହିପରି ଫ୍ରାନ୍ସର କାର ନିର୍ମାତା କମ୍ପାନୀ ରେନୋ ଏହି ତାଲିକାରେ ସାମିଲ ହୋଇଛି। କମ୍ପାନୀ ଏକ ନୂଆ କାର Zoe ଭାରତୀୟ ବଜାରେ ଟେଷ୍ଟିଂ ପାଇଁ ଦେଖିବାକୁ ମିଳିଛି।

ୟୁରୋପୀୟ ବଜାରରେ ରେନୋର ଏହି କାର Zoe ନାମରେ ବେଶ୍ ପ୍ରସିଦ୍ଧ। ଭାରତରେ ଯେଉଁ କାର ଟେଷ୍ଟିଂ ପାଇଁ ଦେଖିବାକୁ ମିଳିଛି, ତାହା ହେଉଛି ପୂର୍ବ ଜେନେରେସନର ମଡେଲ। ଏହି ଗାଡି ଫ୍ରାନ୍ସ ଏବଂ ଜର୍ମାନୀରେ ବିକ୍ରି କରାଯାଉଛି। ଏହା ଫାଷ୍ଟ ଚାର୍ଜର ମାଧ୍ୟମରେ ଚାର୍ଜ କରାଯାଏ। ଯାହାକୁ ଚାର୍ଜ ହେବାକୁ ଘଣ୍ଟାଏ ୧୦ ମିନିଟ ସମୟ ଲାଗିଥାଏ। କମ୍ପାନୀ ଏହି କାରରେ ୪୧ Kwh କ୍ଷମତା ବ୍ଯାଟେରୀ ପ୍ଯାକ୍ ଦିଆଯାଇଛି। ଯାହା ୧୧୦ରୁ ୧୩୫ bhp ପର୍ଯ୍ଯନ୍ତ ପାୱାର ଦେବାରେ ସକ୍ଷମ। କମ୍ପାନୀ ରିପୋର୍ଟ ମୁତାବକ, ଏହି କାର ସିଙ୍ଗଲ ଚାର୍ଜରେ ୪୦୦ କିଲୋମିଟର ପର୍ଯ୍ଯନ୍ତ ଡ୍ରାଇଭିଂ ରେଞ୍ଜ ପ୍ରଦାନ କରିଥାଏ। କିନ୍ତୁ ଏପର୍ଯ୍ଯନ୍ତ କମ୍ପାନୀ ତରଫରୁ କୌଣସି ତଥ୍ଯ ଦିଆଯାଇନାହିଁ।

RENULT

ରେନୋ ପକ୍ଷରୁ ଚଳିତବର୍ଷ ଆରମ୍ଭରୁ ୨୦୨୦ ଅଟୋ ଏକ୍ସପୋରେ ନିଜର ଇଲେଟ୍ରିକ୍ କାର ଲଞ୍ଚ କରିଥିଲା। ଯେଉଁ ଗାଡି ବିଷୟରେ କୁହାଯାଉଛି, ସେହି ଗାଡି ରେଡ ଲାଇସେନ୍ସ ପ୍ଲେଟ ଲେସ୍ ରହିଛି। ଯାହା ଫଳରେ ଏହି ଗାଡି ଭାରତରେ ଲଞ୍ଚ୍ ହେବାର ସମ୍ଭାବନା କମ୍ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.