ବ୍ୟବସାୟ ଓ ଅର୍ଥନୀତି

ଘର ଭଡ଼ା / ହୋମ ଲୋନ EMI , କେଉଁଟା ବେଷ୍ଟ ?

ନୂଆ ଘର କିଣିବାକୁ ଓ ତିଆରି କରିବାକୁ ଅନେକ ଲୋକଙ୍କ ସ୍ବପ୍ନ। କିନ୍ତୁ କିଛି ଲୋକଙ୍କ ଆର୍ଥିକ ସ୍ଥିତି ମଧ୍ୟ ଠିକ୍ ନଥାଏ, ଯାହା ପାଇଁ ହୋମ୍ ଲୋନ୍ ନେବାକୁ ପଡ଼େ। ଅନେକ ଲୋକ ହୋମ ଲୋନ୍ ନେବା ପାଇଁ ଚିନ୍ତା କରନ୍ତି। ଏମିତିକି କେଉଁ ବ୍ୟାଙ୍କରୁ ଲୋନ୍ ନେବା ଦ୍ଵାରା କମ୍ ସୁଧ ବା ଇଣ୍ଟେରେଷ୍ଟ ଦେବେ, ତାହା ଉପରେ ମଧ୍ୟ ଗ୍ରାହକ ଧ୍ୟାନ ଦିଅନ୍ତି। ଅନେକ ଲୋକ ବର୍ଷ ବର୍ଷ ଧରି ଭଡ଼ା ଘରେ ରହିବା ଫଳରେ ୨୦-୩୦ ବର୍ଷ ମଧ୍ୟରେ ସେମାନେ ଭଡ଼ା ବାବଦରେ ଲକ୍ଷ ଲକ୍ଷ ଗଣି ସାରିଥାନ୍ତି । ତେଣୁ ଏପରି ସ୍ଥିତିରେ ହୋମ ଲୋନ୍ ନେଇ ଇଏମଆଇ ଦେବାକୁ ଅନେକ ଅଧିକ ପସନ୍ଦ କରିଥାନ୍ତି । ଘର ଭଡ଼ା କି ହୋମ୍ ଲୋନ୍ ଇଏମଆଇ କେଉଁଥିରେ ଜଣେ ଲୋକଙ୍କୁ ଅଧିକ ଫାଇଦା ମିଳିଥାଏ ତାହା ହେଉଛି ଏକ ବଡ଼ ପ୍ରଶ୍ନ ।

କିଛି ଲୋକ ଭଡ଼ାରେ ରହିବାକୁ ପସନ୍ଦ କରୁଥିବା ବେଳେ ଆଉ କିଛି ହୋମ ଲୋନ୍ ନେଇ ଇଏମଆଇ ଭରିବାକୁ ପସନ୍ଦ କରିଥାନ୍ତି । ଆମ ଦେଶରେ ଯଦି ଗୋଟିଏ ଛୋଟ ସହରରେ ଆପଣଙ୍କର ନିଜର ଏକ ଘର ରହିଛି, ତେବେ ତାହା ଆପଣର ରୋଜଗାର ଏକ ମାଧ୍ୟମ ସାଜିଥାଏ । ଆପଣମାନେ ଘରେ ବସି ଭଡ଼ା ଅର୍ଥ ପାଇ ପାରିବେ । ଘରଟିଏ ପାଇବା ଯଦିଓ ସମସ୍ତଙ୍କର ଏକ ବଡ଼ ସ୍ୱପ୍ନ ତଥାପି ମେଟ୍ରୋ ସହରମାନଙ୍କରେ ଲୋକମାନେ ଘର କିଣିବା ଅପେକ୍ଷା ଭଡ଼ାରେ ରହିବାକୁ ଅଧିକ ପସନ୍ଦ କରୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ଘର ଭଡ଼ାରେ ନେଲେ ମଧ୍ୟ ଘର ମାଲିକ ଆପଣଙ୍କୁ ଘର ଖାଲି କରିବାକୁ କହିପାରିବେ । ମାତ୍ର ନିଜର ସାମର୍ଥ୍ୟ ଅନୁସାରେ ଘର ଖଣ୍ଡେ ଥିଲେ ଆପଣଙ୍କୁ କେହି କିଛି କହିପାରିବେ ନାହିଁ । ଏଭଳି ସ୍ଥିତିରେ ଆପଣଙ୍କୁ କାହାର ଅନୁମତି ନେବାକୁ ପଡ଼ିବ ନାହିଁ ଓ ଏହା ଆପଣଙ୍କର ଆର୍ଥିକ ସ୍ଥିତିକୁ ବଢ଼ାଇଥାଏ । ଗୋଟିଏ ଘରକୁ ଭଡ଼ାରେ ନେଲେ ଏହା ଆପଣଙ୍କ ଧନକୁ ରୋକିପାରେ, ମାତ୍ର ଘର କିଣିଲେ ତାହା ଏକ ନିବେଶ ଭାବେ ପରିଗଣିତ ହୋଇଥାଏ । ସମୟ ଅନୁସାରେ ଆପଣଙ୍କର ଘରର ମୂଲ୍ୟ ମଧ୍ୟ ବଢ଼ିବାରେ ଲାଗିଥାଏ । ଗତ ୨୦ ବର୍ଷ ମଧ୍ୟରେ ଘରର ମୂଲ୍ୟ କ୍ରମାଗତ ଭାବେ ବଢ଼ିଥିବା ରିୟଲ ଇଷ୍ଟେଟ ଫାର୍ମ ଜେଏଲଏଲର ତଥ୍ୟରୁ ଜଣାପଡ଼ିଛି । ଘର ଭଡ଼ା ନେଲେ ଆପଣଙ୍କୁ ମାଲିକଙ୍କ ସର୍ତ୍ତ, ଭଡ଼ା ବୃଦ୍ଧି, ନୂଆ ଏଗ୍ରିମେଣ୍ଟ ପ୍ରକ୍ରିୟା ଆଦି ସମସ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ।

ତେବେ ଘର ଭଡ଼ା ନେଲେ ମଧ୍ୟ ଆପଣଙ୍କୁ ଅନେକ ଫାଇଦା ମିଳିଥାଏ । ଅଧିକ ଖର୍ଚ୍ଚାନ୍ତ କାରଣରୁ ଲୋକମାନେ ଭଡ଼ା ଘରେ ରହିଥାନ୍ତି । ଜଣଙ୍କୁ ଯେତିକି ଇଏମଆଇ ଦେବାକୁ ପଡ଼ିଥାଏ ଭଡ଼ା ତା’ଠାରୁ କମ୍ ଦେବାକୁ ପଡ଼ିଥାଏ । ଏଥିସହିତ ଭଡ଼ାରେ ରହୁଥିଲେ ଜଣେ ସହଜରେ ଅନ୍ୟ ସହରକୁ ଯାଇ ପାରିବ ଓ ସେଠାରେ ମଧ୍ୟ ଭଡ଼ାରେ ରହିପାରିବ । ଘର କିଣିଲେ ଇଏମଆଇ ସହିତ, ଡାଉନ ପେମେଣ୍ଟ, ଆଇନ ଜନିତ ଖର୍ଚ୍ଚ, କମିଶନ, ଟ୍ୟାକ୍ସ, ରେଜିଷ୍ଟ୍ରେସନ ଚାର୍ଜ ଲାଗିଥାଏ । ସବୁଠାରୁ ବଡ଼ କଥା ହେଉଛି ଆପଣ ଯେତେବେଳେ ହୋମ ଲୋନର ଇଏମଆଇ ଭରନ୍ତି ସେତେବେଳେ ଆପଣ ଘର କ୍ରୟର ଦୁଇଗୁଣା ଅର୍ଥ ଦେଇଥାନ୍ତି । ସେଥିପାଇଁ ଘର ଭଡ଼ା ନେବାକୁ ସବୁଠାରୁ ଭଲ ଅପ୍ସନ କୁହାଯାଉଛି । ତେଣୁ ଘର କିଣିବା ପୂର୍ବରୁ ଆପଣ ପ୍ରଥମେ ଆକଳନ କରନ୍ତୁ । ଘର କିଣିଲେ ଆପଣଙ୍କୁ ଇଏମଆଇ ବ୍ୟତୀତ ଅନେକ ଚାର୍ଜେସ ଦେବାକୁ ପଡ଼ିଥାଏ । ଫଳରେ ତାହା ସେଭିଙ୍ଗସକୁ ପ୍ରଭାବିତ କରିପାରେ । ତେଣୁ କିଛି ନିଷ୍ପତି ନେବା ଆଗରୁ ଶହେ ଥର ଭାବନ୍ତୁ ।

D Sonali

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

3 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

20 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

34 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

47 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

48 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago