୫୨% ସାଇବର ଆଟାକ୍‌ ରେ USB ଡ୍ରାଇଭ୍‌ ର ହେଉଛି ଦୁର୍ବ୍ୟବହାର, ଜାଣନ୍ତୁ ଓ ନିଶ୍ଚିତ ସତର୍କ ରୁହନ୍ତୁ

ସାଇବର ଆଟାକ୍ ନେଇ ଆସିଛି ନୂଆ ତଥ୍ୟ । ଅଧାରୁ ଅଧିକ ସାଇବର କ୍ରାଇମ ମାମଲା ରିମୁଭେବଲ ଡ୍ରାଇଭ ବ୍ୟବହାରକୁ ନେଇ ଆସିଛି। । ରିପୋର୍ଟ ଅନୁସାରେ ପ୍ରତିବର୍ଷ ଏହି ମାମଲା ବୃଦ୍ଧି ପାଇବାରେ ଲାଗିଛି । ୨୦୨୧ ତୁଳନାରେ ୨୦୨୨ରେ ହୋଇଥିବା ଅଧିକାଂଶ ସାଇବର ଫ୍ରଡ ମାମଲାରେ ୟୁଏସବି ଡିଭାଇସର ବ୍ୟବହାର ହୋଇଛି । ତଥ୍ୟ ସାମ୍ନାକୁ ଆସିବା ପରେ ସାଇବର ସୁରକ୍ଷା ସେଲ୍ ପକ୍ଷରୁ ଏହାକୁ ରୋକିବାକୁ ନୂଆ ରଣନୀତି ପ୍ରସ୍ତୁତ କରାଯାଉଛି । USB ଡ୍ରାଇଭ ବା ରିମୁଭେବଲ ଡିଭାଇସ ଦ୍ୱାରା ଡାଟା ଚୋରି ମାମଲା ବୃଦ୍ଧି ପାଇବାରେ ଲାଗିଛି । ରିପୋର୍ଟ ଅନୁସାରେ ଗତବର୍ଷ ତୁଳନାରେ ଚଳିତବର୍ଷ ୟୁଏସବି ଡ୍ରାଇବ ଦ୍ୱାରା ଡାଟା ଲିକ୍ ମାମଲା ୨୦% ବଢ଼ିଛି । ୫୨ % ସାଇବର ଆଟାକ ମାମଲାରେ USB ଡ୍ରାଇଭ ବ୍ୟବହାର ହୋଇଛି ।

୨୦୨୨ ରିପୋର୍ଟ ଅନୁସାରେ, USBରେ ବ୍ୟବହାର ହେଉଥିବା Malwareର ବିପଦ ବଢୁଥିବାରୁ ଲୋକଙ୍କ ଚିନ୍ତା ବହୁଗୁଣିତ ହୋଇଛି ।କାରଣ ଅଧିକାଂଶ ଲୋକ ୟୁଏସବି ଡ୍ରାଇଭକୁ ବ୍ୟବହାର କରନ୍ତି। ରିପୋର୍ଟ ଅନୁସାରେ ଚଳିତବର୍ଷ ୫୨% ସାଇବର ଆଟାକ ମାମଲାରେ ସ୍ୱତନ୍ତ୍ର ଭାବେ ରିମୁବେବଲ ଡ୍ରାଇଭ ବ୍ୟବହାର ହୋଇଥିବା ଜଣାପଡ଼ିଛି । ଗତବର୍ଷ ଏହି ସଂଖ୍ୟା ୩୨ ପ୍ରତିଶତ ରହିଥିଲା । ସାଇବର ଆଟାକ ମାମଲାରେ USB ଡ୍ରାଇଭର ବ୍ୟବହାର ବଢୁଥିବାରୁ ସିକ୍ୟୁରିଟି ଏଜେନ୍ସି ପାଇଁ ବଡ଼ ଚାଲେଞ୍ଜ ସୃଷ୍ଟି କରିଛି ।

ପ୍ରକାଶ ପାଇଥିବା ରିପୋର୍ଟରେ ଏହା ଦାବି କରାଯାଇଛି ଯେ ପ୍ରାୟ ୫୧% ମାମଲାରେ ରିମୋଟ ଆକ୍ସେସ୍ ବ୍ୟବହୃତ ହୋଇଛି । ଏଭଳି ପରିସ୍ଥିତିରେ ଅତିରିକ୍ତ ସୁରକ୍ଷାସ୍ତରକୁ ସିଷ୍ଟମର ଏକ ଅଂଶ କରିବା ଆବଶ୍ୟକ ହୋଇପଡ଼ିଛି ।

ସୂଚନା ଅନୁସାରେ ସାଇବର ସ୍କାମର୍ସ ଡାଟା ଟ୍ରାନ୍ସଫର ସମୟରେ ରିମୋଟ କନେକ୍ଟିଭିଟି ବ୍ୟବହାର କରିଥାନ୍ତି ।ସିଷ୍ଟମ କନେକ୍ଟିଭିଟି ସମୟରେ ସମୟରେ ଅତି ଚାଲାକର ସହ ସେମାନେ ରିମୁଭେବଲ ଡ୍ରାଇଭ ଦ୍ୱାରା ଡାଟା ଚୋରି କରିଥାନ୍ତି ।

USB ଆଟାକ୍ସ ପରି ବିପଦ ସହିତ ଟ୍ରୋଜନ ମାଲୱେର୍ ମଧ୍ୟ ବିଭିନ୍ନ ଇଣ୍ଡଷ୍ଟ୍ରୀ ପାଇଁ ବିପଦ ବଢ଼ାଉଛି । ଅନୁସନ୍ଧାନରୁ ଜଣାପଡିଛି ଯେ ଇଣ୍ଡଷ୍ଟ୍ରି କୁ ନଷ୍ଟ କରିବାରେ ଟ୍ରୋଜନ ମାଲୱେର୍ ଆଗରେ ରହିଛି । ଇଣ୍ଡଷ୍ଟ୍ରିଆଲ ସିଷ୍ଟମରେ ଠାବ ହେଉଥିବା ପ୍ରାୟ ୭୬% ମାଲୱେର୍ ହେଉ ଛି ଟ୍ରୋଜାନ୍ । ଏହି ଉପାୟରେ ହ୍ୟାକର୍ସମାନେ USB ଡିଭାଇସ ସାହାଯ୍ୟରେ ମଧ୍ୟ ଟ୍ରୋଜାନ୍ ଇନଷ୍ଟଲ କରିବାକୁ ଚେଷ୍ଟା କରିଥାନ୍ତି, ଯାହା ପରେ ସେମାନେ ସିଷ୍ଟମକୁ ନିଜ କଣ୍ଟ୍ରୋଲକୁ ନେଇଯାଇ ଥାଆନ୍ତି ।

ତେଣୁ ଏଥିପାଇଁ ଧ୍ୟାନ ରଖନ୍ତୁ ଯେ କୌଣସି ସିଷ୍ଟମରେ ରିମୁଭେବଲ ଡିଭାଇସ ସଂଯୋଗ କରିବା ସମୟରେ ଯଥେଷ୍ଟ ସତର୍କ ରୁହନ୍ତୁ। । ଅନନୋନ୍‌ USB ଡ୍ରାଇଭ ସିଷ୍ଟମରେ କନେକ୍ଟ ନକରିବା ସବୁଠାରୁ ଭଲ ଉପାୟ । ପୂର୍ବରୁ ଡାଟା ଚାର୍ଜିଂ ଏବଂ ହ୍ୟାକିଂ ଭଳି ମାମଲା ମଧ୍ୟ USB ଚାର୍ଜିଂ କେବୁଲ ସାହାଯ୍ୟରେ ହୋଇଥିବା ସାମ୍ନାକୁ ଆସିଛି। ବଡ଼ ଅନୁଷ୍ଠାନ ଗୁଡ଼ିକରେ ବ୍ୟବହୃତ ଡିଜିଟାଲ ଡିଭାଇସ, ସିଷ୍ଟମ୍ସକୁ ସିକ୍ୟୁରିଟି ଲକ୍ ମୋଡରେ ରଖାଯିବା ଆବଶ୍ୟକ । ଯେପରିକି କୌଣସି USB ଡିଭାଇସର ସଂଯୋଗ ସମୟରେ ଏହା ଆଡମିନିଷ୍ଟ୍ରେଟରଙ୍କ ଅନୁମତି ମାଗିବ। ଯାହାଦ୍ୱାରା ବିନା ଅନୁମତିରେ କୌଣସି ରିମୁଭେବଲ ଡିଭାଇସକୁ ସଂଯୋଗ କରାଯାଇପାରିବ ନାହିଁ । ଏଥପାଇଁ ସାଧାରଣ ଲୋକେ ମଧ୍ୟ ଯଥେଷ୍ଟ ସତର୍କ ରହିବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.