ଋଣହାର ୫୦ ବେସିସ ପଏଣ୍ଟ ବଢ଼ାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଋଣହାରକୁ ୫୦ ବେସିସ ପଏଣ୍ଟ ବୃଦ୍ଧି କରିଥିବା ନେଇ ରିପୋର୍ଟ ଆସିଛି । ବୃଦ୍ଧି ଘଟିବା ପରେ ଋଣ ହାର ୫.୪୦ ପ୍ରତିଶତରେ ପହଞ୍ଚିଥିବା ଜଣାଯାଇଛି । ୨୦୧୯ ମସିହା ପରେ ଋଣହାରରେ ଏହା ସର୍ବାଧିକ ବୃଦ୍ଧି ବୋଲି ଜଣାଯାଇଛି । ଚଳିତ ଆର୍ଥିକ ବର୍ଷର ଏହା ତୃତୀୟ ବୃଦ୍ଧି ବୋଲି ରିପୋର୍ଟ ମିଳିଛି । ବୁଧବାର ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଏକ କମିଟି ଆଗାମୀ ଦ୍ବୀମାସିକ ପଲିସୀକୁ ନେଇ ଏକ କମିଟି କିମ୍ବା ପ୍ୟାନେଲ ଗଠନ କରିଥିଲା । କେନ୍ଦ୍ରୀୟ ବ୍ୟାଙ୍କ ଏହାର ମନିଟାରି ପଲିସୀକୁ ଉଠାଇବା ନେଇ ଆଗୁଆ ଘୋଷଣା କରିସାରିଛି ।

ଶୁକ୍ରବାର କେନ୍ଦ୍ରୀୟ ବ୍ୟାଙ୍କ ଏହାର ଋଣହାର ୫୦ ବେସିସ ପଏଣ୍ଟ ବଢାଇବା ପରେ ଦେଶରେ ମୁଦ୍ରାସ୍ପିତି ହାର ବି ବଢିବା ନେଇ ଆଶଙ୍କା କାରଯାଉଛି । ଏହା ସହ ବ୍ୟାଙ୍କ ତାର ନୀତି ନିର୍ଦ୍ଧାରଣ ନିୟମରେ କିଛିଟା ପରିବର୍ତ୍ତନ ଆସିବା ନେଇ ଜଣାଯାଇଛି । ଦଶବର୍ଷୀୟା ବଣ୍ଡର ମୂଲ୍ୟ ୭.୨୫୮୮ ପ୍ରତିଶତ ଥିବା ନେଇ ରେକର୍ଡ ହୋଇଛି । ଶୁକ୍ରବାର ପୂର୍ବାହ୍ନ ସୁଦ୍ଧା ଏହା ୭.୧୦୭୩ ପ୍ରତିଶତକୁ ହ୍ରାସ ପାଇଥିବା ବେଳେ ଗୁରୁବାର ଏହି ହାର ୭.୧୫୧୬ ପ୍ରତିଶତରେ ଶେଷ ହୋଇଥିଲା ।

ଖାଲି ଆରବିଆଇ ଯେ ତାହା ନୁହେଁ ବିଶ୍ୱର ଅନ୍ୟାନ କେନ୍ଦ୍ରୀୟ ବ୍ୟାଙ୍କ ମଧ୍ୟ ଉଚ୍ଚ ମୁଦ୍ରାସ୍ପିତି ହାର ଦେଇ ଗତି କରୁଛନ୍ତି । ଅରବିଆଇ ପକ୍ଷରୁ ସର୍ବାଧିକ ମୁଦ୍ରାସ୍ପିତି ହାର ୬ ପ୍ରତିଶତ ରଖାଯାଇଥିଵା ବେଳେ କିନ୍ତୁ ପ୍ରକୃତରେ ଦେଶରେ ମୁଦ୍ରାସ୍ପିତି ୭
ପ୍ରତିଶତ ପର୍ଯ୍ୟନ୍ତ ବଢିଥିବା ନେଇ ରେକର୍ଡ ହୋଇଛି ।

Leave A Reply

Your email address will not be published.