ବ୍ୟବସାୟ ଓ ଅର୍ଥନୀତି

ଯାତ୍ରୀଙ୍କ ଭିଡ଼କୁ କମାଇବା ପାଇଁ ରେଳ ବିଭାଗ ନେଲା ନୂଆ ନିଷ୍ପତି, ରିଜର୍ଭ କୋଚ ବଦଳି ହୋଇଯିବ ଜେନେରାଲ ବଗି

ରେଳ ବିଭାଗକୁ ନେଇ ଜରୁରୀ ସୂଚନା । ଆପଣ ଯଦି କେବେ ଟ୍ରେନ ରେ ଯାତ୍ରା କରୁଥାନ୍ତି ତେବେ ଏହି ଖବର ନିହାତି ଜଣାନ୍ତୁ । ଏଣିକି ରିଜର୍ଭ କୋଚ ହୋଇଯିବ ଜେନେରାଲ ବଗି। ରେଳବାଇ ପକ୍ଷରୁ ଏ ସମ୍ପର୍କରେ ନିଆଯାଇଛି ଏକ ବଡ ନିଷ୍ପତ୍ତି। ବିଭାଗ ଏପରି ଟ୍ରେନ ଚିହ୍ନଟ କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯାହାର ରିଜର୍ଭ ସ୍ଲିପର କୋଚ ରେ କମ୍ ଯାତ୍ରୀ ଯାତ୍ରା କରୁଛନ୍ତି। ଯାହା ଦ୍ୱାରା ଏହି କୋଚ ଅଣ ସଂରକ୍ଷିତ କୋଚ ଭାବରେ ବଦଳାଇ ଯାଇପାରିବ । ଏହାଦ୍ୱାରା ସାଧାରଣ କୋଚ ରେ ହେଉଥିବା ଭିଡ଼କୁ ହ୍ରାସ କରାଯାଇ ପାରିବ।

ଗତ ୨୧ ଅଗଷ୍ଟରେ ଏକ ନିଷ୍ପତି ନେବାକୁ ଯୋଜନା ହୋଇଥିଲା । ଯାହା ଅନୁଯାୟୀ ରେଲୱେ ବୋର୍ଡ ଜେନେରାଲ୍ ସ୍ଲିପର୍ କ୍ଲାସ୍ କୋଚ୍ ଅଣ ସଂରକ୍ଷିତ କୋଚ ରୂପରେ ବଦଳାଇବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷକରି ସେହି ଟ୍ରେନ୍ ଯେଉଁଥିରେ ଦିନ ସମୟରେ ବହୁତ କମ୍ ସିଟ୍ କିମ୍ବା କମ ଲୋକ ଯାତ୍ରା କରୁଥିବେ ।

ନିର୍ଦ୍ଦେଶ ଅନୁସାରେ ପ୍ରଥମେ ସେହି ଟ୍ରେନ୍ କିମ୍ବା ବିଭାଗକୁ ଚିହ୍ନଟ କରାଯିବ ଯେଉଁଠାରେ ସିଟ୍ ବ୍ୟବହାର ବହୁତ କମ୍ ରହୁଛି। ମାନେ ବୁକ କମ ହେଉଛି । ଏମିତିରେ ରିଜର୍ଭ ସ୍ଲିପର କ୍ଲାସ ଅନ-ରିଜର୍ଭ ସ୍ଲିପର କ୍ଲାସରେ ରୂପାନ୍ତର କରିବାକୁ ପରାମର୍ଶ ଦିଆ ଯାଇପାରିବ। ଏମିତିରେ ରେଳବାଇ ଅତିରିକ୍ତ ରାଜସ୍ୱ ସଂଗ୍ରହ କରିପାରିବ। ଯାହାର ଲାଭ ସ୍ଥାନୀୟ କିମ୍ବା ଦୈନିକ ଯାତ୍ରୀଙ୍କୁ ମିଳିପାରିବ।

ଏ ସମ୍ପର୍କରେ ପ୍ରତିକ୍ରିୟା ରଖି ରେଳବାଇ ଅଧିକାରୀ କହିଛନ୍ତି ଯେ ଅଣ ସଂରକ୍ଷତି ବଗି ମଧ୍ୟରେ ଭିଡ଼ ହେବା ଏକ ପ୍ରମୁଖ ସମସ୍ୟା ହୋଇ ରହିଛି। କାରଣ ଟ୍ରେନ୍ ଛାଡିବା ପର୍ଯ୍ୟନ୍ତ ସାଧାରଣ ବଗି ବା ଜେନେରାଲ କୋଚ ଯାତ୍ରୀଙ୍କୁ ଟିକେଟ୍ ଦିଆଯାଇଥାଏ। ଟିକେଟ ଯାତ୍ରୀଙ୍କୁ ସେ ପର୍ଯ୍ୟନ୍ତ ଦିଆଯାଇଥାଏ ଯେ ପର୍ଯ୍ୟନ୍ତ ଟ୍ରେନ ଷ୍ଟେସନ ଛାଡ଼ି ନଥାଏ।

କେଉଁ କୋଚ ରେ କେତେ ସିଟ୍ ଅଛି :
ସୂଚନା ଅନୁସାରେ ପ୍ରଥମ ଶ୍ରେଣୀ ଏସି କୋଚ ରେ ୧୮-୨୪ ବର୍ଥ ରହିଛି। ଯାହା ଆଇସିଏଫ୍ ବା ନୂତନ ଏଲଏଚବି କୋଚ୍ ଉପରେ ନିର୍ଭର କରିଥାଏ। ସେହିପରି ଦ୍ୱିତୀୟ ଶ୍ରେଣୀ ଏସି କୋଚ୍ ରେ ୪୮-୫୪ ବର୍ଥ ଅଛି ଏବଂ ତୃତୀୟ ଶ୍ରେଣୀ ଏସି କୋଚ ରେ ୬୪-୭୨ ବର୍ଥ ରହିଛି । ଅନ୍ୟପଟେ ସ୍ଲିପର କୋଚ ମଧ୍ୟରେ ୭୨-୮୦ ବର୍ଥ ଅଛି। ଯେତେବେଳେ ଅଣ ସଂରକ୍ଷିତ କୋଚ୍ ରେ ୯୦ ଜଣ ଯାତ୍ରୀ ରହିପାରିବେ। ହେଲେ ସାଧାରଣତଃ ଏଭଳି କୋଚ ମଧ୍ୟରେ ୧୮୦ ଜଣରୁ ଅଧିକ ଯାତ୍ରୀ ରହିଥିବାର ଦେଖିବାକୁ ମିଳୁଛି।

ଜେନେରାଲ କୋଚ ମଧ୍ୟରେ ଅତ୍ୟଧିକ ଭିଡ ହେବା ପଛରେ କାରଣ ରେଳବାଇ ବର୍ଷ ବର୍ଷ ଧରି ଏପରି କୋଚ ସଂଖ୍ୟା ହ୍ରାସ କରିଆସୁଛି । ଏସି କୋଚ ପାଇଁ ରେଳବାଇ ଅଧିକ ଲାଭଦାୟକ ହୋଇଥାଏ। କୋରୋନା ମହାମାରୀ ପରେ ରେଳବାଇ ସାଧାରଣ ଏକ୍ସପ୍ରେସ, ନନ୍ ରିଜର୍ଭ ଜେନେରାଲ କୋଚ୍ ରହିଥିବା ଟ୍ରେନ୍ ଚଳାଇବା ବନ୍ଦ କରିଦେଲା। କାରଣ ଏଭଳି ଟ୍ରେନ କାରଣରୁ ରାଜସ୍ୱ ହ୍ରାସ ପାଉଥିବା ରେଳବାଇ କହିଥିଲା।

D Sonali

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago