୧୮ ତାରିଖ ସଂଧ୍ୟା ଛଅଟା ପରଠାରୁ ଉଠିବ ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଲାଗିଥିବା କଟକଣା, ସୂଚନା ଦେଲେ RBI ଗଭର୍ଣ୍ଣର

କେନ୍ୟୁଜ୍(ବ୍ୟୁରୋ):  ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ ଲାଗିଥିବା କଟକଣା ୧୮ ତାରିଖ ସଂଧ୍ୟା ଛଅଟା ପରଠାରୁ ଉଠିଯିବ। ଏପ୍ରିଲ ୩ ପର୍ଯ୍ୟନ୍ତ ୫୦ ହଜାର ଟଙ୍କାରୁ ଅଧିକ ଟଙ୍କା ଉଠାଣ ଉପରେ କଟକଣା ଲାଗିଥିଲା। ଏହା ଏବେ ଉଠିବାକୁ ଯାଉଛି। ସେପଟେ ଆର୍‌ବିଆଇ ଗଭର୍ଣ୍ଣର କହିଛନ୍ତି ଜମାକାରୀଙ୍କ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ରହିଛି। ତେଣୁ ଜମାକାରୀ ବିଚଳିତ ହେବା ଅନୁଚିତ ବୋଲି କହିଛନ୍ତି। ଏହାସହ ରାଜ୍ୟ ସରକାରଗୁଡିକର ଅନୁଷ୍ଠାନଗୁଡିକୁ ଅପିଲ କରିଛନ୍ତି, ଦେଶର ବ୍ୟାଙ୍କିଂ କ୍ଷେତ୍ର ସୁଦୃଢ଼ ରହିଛି। ତେଣୁ ଘରୋଇ ବ୍ୟାଙ୍କରେ ଜମା ଥିଲେ ଚିନ୍ତା କରିବାର ନାହିଁ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.