ମହିଳାଙ୍କ ପାଇଁ Rapido ଏବଂ Uber ରେ ଯିବା ହେଲା ସୁରକ୍ଷିତ, ଆସିଲା ନୂଆ ସେପ୍ଟି ଫିଚର୍ସ

ମହିଳା ସୁରକ୍ଷା ଏକ ଗମ୍ଭୀର ପ୍ରସଙ୍ଗ । ସରକାର ଏବଂ ଅନେକ ଟ୍ୟାକ୍ସି ପ୍ରଦାନକାରୀ କମ୍ପାନୀ ଏହି ବିଷୟରେ ନିରନ୍ତର ପଦକ୍ଷେପ ନେଉଛନ୍ତି । ବାଇକ୍ କିମ୍ବା କାର୍ ଟ୍ୟାକ୍ସିରେ ଯାତ୍ରା କରିବା ସମୟରେ ମହିଳାମାନେ ସମ୍ପୂର୍ଣ୍ଣ ସୁରକ୍ଷା ପାଇପାରିବେ କି ନାହିଁ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି । ଏହି ବିଷୟରେ, ରାପିଡୋ ଏବଂ ୟୁବର ସେମାନଙ୍କ କଷ୍ଟମର୍ସ ତଥା ମହିଳା ଡ୍ରାଇଭରଙ୍କ ପାଇଁ କଡା ସୁରକ୍ଷା ବ୍ୟବସ୍ଥା କରିଛନ୍ତି ।

ନିକଟରେ ୟୁବର ଏହାର ସେପ୍ଟି ଫିଚର୍ସରେ ପରିବର୍ତ୍ତନ କରିଛି । ଏଥି ସହିତ, ୟୁବରରେ କୌଣସି ଅସୁବିଧା କିମ୍ବା ସମସ୍ୟା ହେଲେ ମହିଳାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ଟୋଲ୍ ଫ୍ରି ନମ୍ବର ଦିଆଯାଇଛି, ଯାହା ମାଧ୍ୟମରେ କେବଳ ଗୋଟିଏ କ୍ଲିକରେ ସିଧା ପୋଲିସକୁ କଲ୍ ଯାଇଥାଏ ।

Uber ସେପ୍ଟି ଫିଚର୍ସ:

ୟୁବର ଏହାର ରାଇଡିଂ ଆପରେ ଅଡିଓ ରେକର୍ଡିଂର ଫିଚର୍ସ ସାମିଲ କରିଛି । ଏହା ବ୍ୟତୀତ ମହିଳା ରାଇଡର୍ ପ୍ରିଫରେନ୍ସ (WRP) ଅପ୍ସନରେ ଆପ୍ ର ଫିଚର୍ସରେ ବିଶେଷ ପରିବର୍ତ୍ତନ କରାଯାଇଛି, ବିଶେଷ କରି ରାତିରେ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ । WRP ର ପରିବର୍ତ୍ତନ ୟୁବରର ମହିଳା ଡ୍ରାଇଭରମାନଙ୍କୁ କେବଳ ମହିଳା ଯାତ୍ରୀ ବୁକ୍ କରିବାକୁ ଅନୁମତି ଦେବ ।

ଏହା ସହିତ, ଯଦି ଲୋକମାନେ ଟ୍ୟାକ୍ସିରେ ଅନକମ୍ଫରଟେବଲ୍ ଅନୁଭବ କରନ୍ତି କିମ୍ବା କୌଣସି ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ଥାଏ, ତେବେ ଲୋକମାନେ ବର୍ତ୍ତମାନ ନିଜ ଯାତ୍ରାର ଅଡିଓକୁ ଆପରେ ରେକର୍ଡ କରିପାରିବେ । ଉଭୟ ଡ୍ରାଇଭର ଏବଂ ଯାତ୍ରୀ ଏହି ରେକର୍ଡିଂ କରିବାକୁ ସକ୍ଷମ ହେବେ ଏବଂ ସେପ୍ଟି ରିପୋର୍ଟରେ ଏହି ରେକର୍ଡିଂ ଦାଖଲ କରିବାର ଉଭୟଙ୍କର ଅଧିକାର ରହିବ ।

Rapido ସେପ୍ଟି ଫିଚର୍ସ:

ରାପିଡୋରେ ଯିବାଆସିବା କରିବା ସମୟରେ, ଲୋକେସନ ଟ୍ରାକିଂ ସହିତ, ସେପ୍ଟି ଅପ୍ସନ ମଧ୍ୟ ଦିଆଯାଏ, ଯାହା ଉପରେ କ୍ଲିକ୍ କରି ଆପଣ ରାପିଡୋର ସେପ୍ଟି ଟୁଲକିଟ୍ ରେ ପହଞ୍ଚନ୍ତି । ଏହି ଟୁଲକିଟ୍ ରେ ଲୋକେସନ୍ ସେୟାରିଂ ଅପ୍ସନ ମିଳିଥାଏ । କୌଣସି ଅସୁବିଧା ହେଲେ ରାପିଡୋ SOS ହେଲ୍ପଲାଇନ ନମ୍ବରକୁ ମଧ୍ୟ କଲ୍ କରିପାରିବେ । ଏହା ବ୍ୟତୀତ, ଏହି ଟୁଲକିଟ୍ ତଳେ ପୋଲିସ୍ ହେଲ୍ପଲାଇନ ନମ୍ବର ୧୧୨ ନମ୍ବରର ଅପ୍ସନ ମଧ୍ୟ ଦିଆଯାଇଛି, ଯାହା ଉପରେ ଆପଣ କୌଣସି ଜରୁରୀକାଳୀନ ପରିସ୍ଥିତିରେ କଲ କରିପାରିବେ । ଏଥିରେ କେବଳ ଗୋଟିଏ କ୍ଲିକରେ ପୋଲିସ ନିକଟରେ ଅଭିଯୋଗ ହୋଇପାରିବ ।