ଦଶହରା ପୂର୍ବରୁ ବଢ଼ିଲା ସୁନା ଦର, ନଜର ପକାନ୍ତୁ ଆପଣଙ୍କ ସହରରେ କେତେ ଅଛି ମୂଲ୍ୟ

ପାର୍ବଣରେ ବଢ଼ିଲା ସୁନା ଦର। ଦେଶରେ ଦ୍ରୁତ ବେଗରେ ବଢିଚାଲିଥିବା ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍‌ ଲାଗିଥିବା ବେଳେ ଗତ କିଛି ଦିନ ହେବ ପୁଣିଥରେ ବୃଦ୍ଧି ଘଟିବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର ।

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୭୦, ହଜାର ୪୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ୭୬ ହଜାର ୯୦୦ ଟଙ୍କା ରହିଛି । ସେହିପରି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୦, ୪୯୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୬,୯୦୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୭୦, ୪୯୦ ଟଙ୍କା ଓ ୭୬,୯୦୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୭୦,୬୪୦ ଟଙ୍କା ଓ ୭୭, ୦୫୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୭୦, ୪୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୬,୯୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୭୦, ୪୯୦ ଟଙ୍କା ଓ ୭୬,୯୦୦ ଟଙ୍କା ରହିଛି। ଅନ୍ୟ ପଟେ ରୁପା ଦର କେଜି ପ୍ରତି ୯୪ ହଜାର ୯୦୦ ଟଙ୍କା ହୋଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like