ଭାରତକୁ ଆସିଲା Rolls-Royce Ghost ର ନୂଆ ମଡେଲ୍, ପ୍ରାଇସ୍ ଜାଣି ହେବେ ଆଶ୍ଚର୍ଯ୍ୟ
Rolls-Royce Ghost Series II ର ରିଫ୍ରେସ୍ ମଡେଲ ନିକଟରେ ଗ୍ଲୋବାଲ୍ ମାର୍କେଟରେ ଲଞ୍ଚ କରାଯାଇଥିଲା । ଏହି କାର ଲଞ୍ଚ ହେବାର ପ୍ରାୟ ଦୁଇ ମାସ ପରେ ଲଗଜୁରୀ ସେଡାନର ଛୋଟ ମଡେଲ୍ ମଧ୍ୟ ଭାରତୀୟ ମାର୍କେଟକୁ ଆସିଛି । Rolls-Royce Ghost ଫେସେଲିଫ୍ଟ ତିନି ଭ୍ୟାରିଆଣ୍ଟରେ ମାର୍କେଟକୁ ଆସିଛି । ସେଗୁଡିକ ହେଉଛି- Standard, Extended ଏବଂ Black Badge ।
Rolls-Royce Ghost ଫେସେଲିଫ୍ଟର ଷ୍ଟାଣ୍ଡାର୍ଡ ମଡେଲର ପ୍ରାଇସ୍ ହେଉଛି- ୮.୯୫ କୋଟି ଟଙ୍କା । ଏହାର ଏକ୍ସଟେଣ୍ଡେଡ୍ ଭ୍ୟାରିଆଣ୍ଟର ପ୍ରାଇସ୍ ହେଉଛି- ୧୦.୧୯ କୋଟି ଟଙ୍କା ଏବଂ Black Badge ଭ୍ୟାରିଆଣ୍ଟର ପ୍ରାଇସ୍ ହେଉଛି-୧୦.୫୨ କୋଟି ଟଙ୍କା । ଅଟୋମେକର୍ସ ମଧ୍ୟ ଏହି Rolls-Royce କାରର ଫେସେଲିଫ୍ଟ ମଡେଲ ପାଇଁ ବୁକିଂ ଆରମ୍ଭ କରିଛନ୍ତି । ୨୦୨୫ ବର୍ଷର ପ୍ରଥମ ଚାରିମାସରେ କମ୍ପାନୀ ଏହି କାରକୁ ଡେଲିଭରୀ କରିପାରେ ।
Rolls-Royce Ghost ଫେସେଲିଫ୍ଟକୁ ବ୍ଲାକ୍ ଡିଜାଇନ ସହିତ ଅଣାଯାଇଛି । ସେହିଭଳି ଡିଜାଇନ୍ ସିରିଜ୍ II Cullinan ରେ ମଧ୍ୟ ଦେଖିବାକୁ ମିଳିବ । ଫ୍ରଣ୍ଟ ବମ୍ପର ତଳେ ଲାଗିଥିବା ଛୋଟ ଗ୍ରୀଲ୍ ଦିଆଯାଇଛି । ଏହାର ଚାରିପାଖରେ DRLs ଲାଗିଛି । ଏହି ଗାଡିର ବ୍ୟାକ୍ ଡିଜାଇନ୍ ବିଷୟରେ କହିବାକୁ ଗଲେ ଟେଲ ଲାଇଟ୍ସ ସହିତ ନୂଆ ଲୁକ୍ ଦିଆଯାଇଛି । ଏହି ଗାଡିରେ ଦୁଇ ପ୍ରକାରର ୨୨-ଇଞ୍ଚର ଆଲଏ ହୁଇଲ୍ ଲଗାଇବାର ଅପ୍ସନ ରହିଛି ।
ଅଟୋମେକର୍ସ Rolls-Royce Ghost ଫେସେଲିଫ୍ଟର ନୂଆ ମଡେଲରେ କିଛି ପରିବର୍ତ୍ତନ କରିନାହାଁନ୍ତି । ପୂର୍ବ ମଡେଲ ପରି ଏହି ଗାଡିର ୬.୭୫ ଲିଟର, twin-turbo V12 ଇଞ୍ଜିନ୍ ଲାଗିଛି, ଯାହା ସହିତ ୮-ସ୍ପିଡ୍ ଅଟୋମେଟିକ୍ ଗିୟର ବକ୍ସ ମଧ୍ୟ ଯୋଡା ଯାଇଛି । Ghost ଫେସେଲିଫ୍ଟର ଷ୍ଟାଣ୍ଡାର୍ଡ ଏବଂ ଏକ୍ସଟେଣ୍ଡେଡ୍ ଭର୍ସନରେ ଲାଗିଥିବା ଇଞ୍ଜିନ୍ ୫୬୩ hp ର ପାୱାର ମିଳିଥାଏ ଏବଂ ୮୫୦ Nm ର ଟର୍କ ଜେନେରେଟ୍ ହୋଇଥାଏ । ସେହିଭଳି Black Badge ଭର୍ସନରେ ଏହି ଇଞ୍ଜିନ୍ ୫୯୨ bhp ର ପାୱାର ଏବଂ ୯୦୦ Nm ର ଟର୍କ ପ୍ରଦାନ କରିଥାଏ ।