ବୁକିଂ ଆରମ୍ଭ ହେବାର ମାତ୍ର ୨ ମିନିଟରେ ବିକ୍ରି ହୋଇଗଲା ସବୁ Royal Enfield ,କମ୍ପାନୀ ଲଗାଇଲା SOLD OUT ନୋଟିସ 

ରୟାଲ ଏନଫିଲଡ୍ ବିଷୟରେ ଲୋକଙ୍କ କ୍ରେଜ୍ ଏକ ନୂଆ କଥା ନୁହେଁ, କିନ୍ତୁ ଏଥର କିଛି ଘଟିଛି ଯାହା ଆତଙ୍କ ସୃଷ୍ଟି କରିଛି । କକମ୍ପାନୀ ନିକଟରେ ଏହାର ଏକ ନୂଆ ବାଇକ ଲଞ୍ଚ କରିଛି, ଆଉ ଏହି ବାଇକର କ୍ରେଜ ଏତେ ରହିଛି ଯେ ଭାରତରେ ଏହାର ବୁକିଂ ଆରମ୍ଭ ହେବାରେ ମାତ୍ର କିଛି ମିନିଟ୍ ମଧ୍ୟରେ ସବୁ ୟୁନିଟ୍ ବିକ୍ରି ହୋଇଯାଇଛି ।

ରୟାଲ ଏନଫିଲ ନିକଟରେ ନିଜର ୬୫୦ Twin Anniversary Edition ଲଞ୍ଚ କରିଛି। ସମଗ୍ର ବିଶ୍ୱ ପାଇଁ କମ୍ପାନୀ ଏହାର ୪୮୦ ୟୁନିଟ୍ ତିଆରି କରିଛି। ଏଥିରେ ଭାରତୀୟ ବଜାର ପାଇଁ କେବଳ ୧୨୦ ୟୁନିଟ୍ ରହିଥିଲା। ଡିସେମ୍ବର ୬ ରେ ଭାରତରେ ଏହାର ବୁକିଂ ଆରମ୍ଭ ହେବା ମାତ୍ରେ ଏହାର ସମସ୍ତ ୟୁନିଟ୍ ମାତ୍ର ୨ ମିନିଟରେ ବିକ୍ରି ହୋଇଗଲା।

Royal Enfield 650 Twin Anniversary Edition ଅନେକ ଦୃଷ୍ଟିରୁ ସ୍ୱତନ୍ତ୍ର । କମ୍ପାନୀ ଏହାକୁ ରିଚ୍ ବ୍ଲାକ କ୍ରୋମ କଲର ଥୀମରେ ଉପସ୍ଥାପନା କରିଛି। ଏଥିରେ ଏକ ହାତ ତିଆରି ରୟାଲ ଏନଫିଲଡ୍ ବ୍ରାସ ବ୍ୟାଜ୍ ବା ଲୋଗୋ ଦେଖିବାକୁ ମିଳିବ ଯାହା ଟ୍ୟାଙ୍କ ଉପରେ ରହିଛି।

ରୟାଲ ଏନଫିଡ୍ର ୧୨୦ ବର୍ଷ ପୂରଣ ଅବସରରେ ଏହି କମ୍ପାନୀ ଏଡିସନକୁ ଲଞ୍ଚ କରିଛି । ରୟାଲ ଏନଫିଲ୍ଡ ୬୫୦ ଟ୍ୱିନ ଆନିଭର୍ସରୀ ଏଡିସନକୁ ଦୁଇଟି ଟ୍ରିମ୍, Royal Enfield Continental GT ୬୫୦ ଏବଂ Interceptor INT ୬୫୦ ରେ ଲଞ୍ଚ କରିଛି । ଏହି ଆନିଭର୍ସରୀ ଏଡିସନ ସହ ସ୍ପେସାଲ ଏବଂ ଓରିଜିନାଲ ଆକ୍ସେସୋରିଜ କିଟ୍ ମଧ୍ୟ ଦେଉଛି । ଏହା ସହ ୩ ବର୍ଷର ୱାରେଣ୍ଟି ମଧ୍ୟ ଦେଉଛି ।

 

 

Leave A Reply

Your email address will not be published.