ରୟାଲ୍ ଏନଫିଲ୍ଡ ବାଇକ୍ କେବଳ ଭାରତୀୟ ବଜାରରେ ନୁହେଁ ବରଂ ବିଶ୍ୱ ବଜାରରେ ମଧ୍ୟ ବେଶ୍ ଲୋକପ୍ରିୟ । ବ୍ରିଟିଶ ଅଟୋମେକର୍ସ ବର୍ତ୍ତମାନ ଅନ୍ୟ ଏକ ନୂଆ ବାଇକ୍ ସହିତ ସ୍ପ୍ଲାସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି । ରୟାଲ୍ ଏନଫିଲ୍ଡର ନୂଆ ବାଇକ୍ Bear 650 ନଭେମ୍ବର ୫ ରେ ଲଞ୍ଚ ହେବାକୁ ଯାଉଛି । ଏହି ବାଇକ୍ ଇଟାଲୀର ମିଲାନ୍ ସହରର EICMA ମୋଟର ଶୋ’ରେ ଉପସ୍ଥାପିତ ହେବ । ଅଟୋମେକର୍ସ ଏହାର ଫଟୋ ପ୍ରକାଶ କରି ଏହି ବାଇକ୍ ର ଷ୍ଟାଇଲ୍ ଏବଂ ଲୁକ୍ ଉନ୍ମୋଚନ କରିଛନ୍ତି ।
ଦୀର୍ଘ ଦିନ ଧରି ରୟାଲ୍ ଏନଫିଲ୍ଡ Bear 650 ପାଇଁ କ୍ରେଜ୍ ଚାଲିଆସୁଛି । ଲୋକମାନେ ପ୍ରାୟ ଦୁଇ ବର୍ଷ ଧରି ଏହି ବାଇକ୍ ଲଞ୍ଚକୁ ଅପେକ୍ଷା କରି ରହିଛନ୍ତି । ଏହି ବାଇକ୍ ୫ଟି କଲର୍ ଅପ୍ସନ ସହିତ ବିଶ୍ୱ ବଜାରରେ ଆସିବାକୁ ଯାଉଛି । ଏହି ବାଇକ୍ ଇଣ୍ଟରସେପ୍ଟର 650 ପରି 650 ସିସି ପ୍ଲାଟଫର୍ମ ଉପରେ ଆଧାରିତ ହେବ । ଏହି ନୂଆ ମୋଟରସାଇକେଲରେ ଇଣ୍ଟରସେପ୍ଟର 650 ସହିତ ସମାନ ଇଞ୍ଜିନ୍ ଏବଂ ଚେସିସ୍ ଦିଆଯିବ, କିନ୍ତୁ ସସପେନ୍ସ ଏବଂ ହ୍ଵିଲ୍ ଭିନ୍ନ ହେବ ।
Bear 650 ଡିଜାଇନ୍:
ରୟାଲ୍ ଏନଫିଲ୍ଡର ଏହି ନୂତନ ବାଇକ୍ ୬୦ ଦଶକର ସ୍କ୍ରାବଲର୍ ପରି ଡିଜାଇନ୍ କରାଯାଇଛି । ଏହି ବାଇକ୍ ଆଗରେ ୧୯ -ଇଞ୍ଚର ସ୍ପୋକେଡ୍ ହ୍ଵିଲ୍ ଅଛି । ଏହାର ପଛ ହ୍ଵିଲରେ ୧୭ ଇଞ୍ଚର ହ୍ଵିଲ୍ ବ୍ୟବହାର କରାଯାଇଛି । ଏହି ବାଇକ୍ କୁ ୧୮୪ mm ଗ୍ରାଉଣ୍ଡ କ୍ଲିୟରାନ୍ସ ଦିଆଯାଇଛି । Bear 650 ର ସିଟ୍ ଲମ୍ବ ହେଉଛି ୮୩୦ mm, ଯାହା ସମସ୍ତ 650 ସିସି ମଡେଲ ମଧ୍ୟରେ ଦିଆଯାଇଥିବା ସବୁଠାରୁ ଲମ୍ବା ସିଟ୍ ଅଟେ ।
ରୟାଲ୍ ଏନଫିଲ୍ଡ Bear 650 ରେ ୬୪୮ cc ଅଏଲ୍ ଏବଂ ଏୟାର-କୁଲଡ୍ ପାରାଲାଲ୍ ଟ୍ୱିନ୍ ଇଞ୍ଜିନ ଅଛି । ଏହି ଇଞ୍ଜିନ୍ ୭,୧୫୦ rpm ରେ ୪୭ bhp ର ପାୱାର ପ୍ରଦାନ କରେ ଏବଂ ୫,୧୫୦ rpm ରେ ୫୬.୫ Nm ଟର୍କ ଜେନେରେଟ କରେ । ଏହି ବାଇକରେ ଥିବା ମୋଟରଟି ୬-ସ୍ପିଡ୍ ଗିଅର ବକ୍ସ ସହିତ ସଜ୍ଜିତ । Bear 650 କୁ scrambler ପରି ଏକ ପ୍ରଶସ୍ତ ହ୍ୟାଣ୍ଡଲ୍ ବାର୍ ଦିଆଯାଇଛି । ଏହି ବାଇକରେ ଡୁଆଲ୍ ଚ୍ୟାନେଲ୍ ABS ମଧ୍ୟ ଲାଗିଛି । ଏହି ବାଇକରେ ଏକ USB ଟାଇପ୍ ସି ଚାର୍ଜିଂ ପୋର୍ଟ ମଧ୍ୟ ଅଛି ।
Bear 650 ର ମୂଲ୍ୟ କେତେ?
ରୟାଲ୍ ଏନଫିଲ୍ଡ Bear 650 ର ମୂଲ୍ୟ ଏହି ବାଇକ୍ ଲଞ୍ଚ ସମୟରେ ପ୍ରକାଶ ପାଇବ । ଏହି ନୂତନ ବାଇକ୍ ଏକ୍ସ-ସୋରୁମ୍ ମୂଲ୍ୟ ୩. ୫ ଲକ୍ଷ ଟଙ୍କା ସହିତ ଏଣ୍ଟ୍ରି କରିବାକୁ ଯାଉଛି । ବର୍ତ୍ତମାନ ବଜାରରେ କୌଣସି ବାଇକ୍ ନାହିଁ ଯାହା ଏହି ବାଇକ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ ।