‘ବାଟାଲିୟନ ବ୍ଲାକ୍’ କଲରରେ ଲଞ୍ଚ ହେଲା Royal Enfield Bullet 350, ରେଟ୍ରୋ ଲୁକ୍ ସହିତ ମିଳିବ ବଢିଆ ଫିଚର୍ସ

ରୟାଲ୍ ଏନଫିଲ୍ଡ ବୁଲେଟ୍ ୩୫୦ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ମୋଟରସାଇକେଲ୍ ମଧ୍ୟରୁ ଗୋଟିଏ । ବର୍ଷ ବର୍ଷ ଧରି ଏହା ଲୋକଙ୍କ ହୃଦୟରେ ରାଜ୍ କରିଆସୁଛି । ସମୟ ସହିତ ଏହାର ଡିଜାଇନ୍ ବଦଳିବାକୁ ଲାଗିଲା କିନ୍ତୁ ଏହାର ବେସିକ୍ ଡିଜାଇନ୍ ଆଜି ବି ସମାନ ରହିଛି । କମ୍ପାନୀ ଏଥିରେ ଥିବା ଫିଚର ଗୁଡିକୁ ଅପଡେଟ୍ କରି ଚାଲିଛି ତଥାପି ଲୋକଙ୍କ ମଧ୍ୟରେ ଏହାର ଲୋକପ୍ରିୟତା ଆଜି ବି ସେମିତି ରହିଛି । ତେବେ ବର୍ତ୍ତମାନ କମ୍ପାନୀ ଭାରତୀୟ ମାକେର୍ଟରେ ‘ବାଟାଲିୟନ ବ୍ଲାକ୍’ ର ଏକ ନୂଆ କଲର୍ ଅପ୍ସନ୍ ସହିତ ଏହାର ଲୋକପ୍ରିୟ ରୟାଲ୍ ଏନଫିଲ୍ଡ ବୁଲେଟ୍ 350କୁ ଲଞ୍ଚ କରିଛି ।

ଏହା ସହିତ ଗ୍ରାହକମାନେ ବର୍ତ୍ତମାନ ସମୁଦାୟ ପାଞ୍ଚଟି କଲର୍ ଅପ୍ସନ୍ ସହିତ ଏହି ବାଇକ୍ କିଣିପାରିବେ । ଏହି ବାଇକ୍ ବର୍ତ୍ତମାନ ଷ୍ଟାଣ୍ଡାର୍ଡ ବ୍ଲାକ୍, ଷ୍ଟାଣ୍ଡାର୍ଡ ମାରୁନ୍, ବ୍ଲାକ୍ ଗୋଲ୍ଡ, ମିଲିଟାରୀ ବ୍ଲାକ୍, ମିଲିଟାରୀ ରେଡ୍, ମିଲିଟାରୀ ସିଲଭର ରେଡ୍ ଏବଂ ମିଲିଟାରୀ ସିଲଭର ବ୍ଲାକ୍ ଭଳି କଲରରେ ଉପଲବ୍ଧ । ଏହାର ସୁନ୍ଦର ଲୁକ, ଡିଜାଇନ୍ ଏବଂ ଆରାମଦାୟକ ଯାତ୍ରା ଯୋଗୁଁ Bullet 350 ହେଉଛି କମ୍ପାନୀର ଅଧିକ ବିକ୍ରି ହେଉଥିବା ମୋଟରସାଇକେଲ୍ । ତେବେ ଆସନ୍ତୁ Royal Enfield Bullet 350ର ଡିଜାଇନ୍‌, ଇଞ୍ଜିନ୍‌ ଏବଂ ଦାମ୍ ବିଷୟରେ ଜାଣିବା ।

ଏହି ନୂଆ କଲର୍ ଭାରିଆଣ୍ଟର ପ୍ରାରମ୍ଭିକ ମୂଲ୍ୟ ହେଉଛି ୧.୭୫ ଲକ୍ଷ ଟଙ୍କା । ଯାହା ପୂର୍ବରୁ ଥିବା ମିଲିଟାରୀ ବ୍ଲାକ୍ କଲର୍ ଠାରୁ ପ୍ରାୟ ୧୦୦୦ ଟଙ୍କା ଅଧିକ । ଏହି ନୂଆ ବାଟାଲିୟନ ବ୍ଲାକ୍ କଲର୍ ଭାରିଆଣ୍ଟ କିଛି ନୂଆ ଅପଡେଟ ସହିତ ମାର୍କେଟକୁ ଆସିଛି । ଏହି ବାଇକ୍ ଏକ ରେଟ୍ରୋ ଲୁକ୍ ସହିତ ଲଞ୍ଚ ହୋଇଛି । ଏହି ବାଇକ୍ ର ସିଟ୍ ଡିଜାଇନ୍ ମଧ୍ୟ ପରିବର୍ତ୍ତନ ହୋଇଛି । ତେବେ ଏହି ରେଟ୍ରୋ ସିଟ୍ ଡିଜାଇନ୍ ପ୍ରଥମେ ୧୯୮୯ରେ ଆରମ୍ଭ ହୋଇଥିବା ୫୦୦cc ବୁଲେଟ୍ ରେ ଦେଖାଯାଇଥିଲା ।

ଏହି ବାଇକରେ ୩୪୯ ସିସି କ୍ଷମତା ବିଶିଷ୍ଟ ଏକ ଏୟାର-କୁଲ୍ଡ ଇଞ୍ଜିନ ବ୍ୟବହାର କରାଯାଇଛି । ଯାହା ୨୦.୨bhp ର ପାୱାର ଏବଂ ୨୭Nm ର ଟର୍କ ଜେନେରେଟ କରିଥାଏ । ଏହି ଇଞ୍ଜିନ୍ 5-ସ୍ପିଡ୍ ଗିଅରବକ୍ସ ସହିତ ଆସିଛି । ଏକ ଡବଲ୍ କ୍ରେଡଲ୍ ଫ୍ରେମ୍ ଉପରେ ଆଧାର କରି ଏହି ବାଇକରେ ୧୯-୧୮-ଇଞ୍ଚର ସ୍ପୋକ୍ ହ୍ଵିଲ୍ ଦିଆଯାଇଛି । ରୟାଲ୍ ଏନଫିଲ୍ଡ ବୁଲେଟ୍ 350 ରେ ବବ୍ଳ ଟାଇପ ଟେଲ ଲାଇଟ୍ ଏବଂ ହାଲୋଜେନ ହେଡଲାଇଟ୍ ସହିତ ଇଣ୍ଡିକେଟର୍ସ ଅଛି । ଏଥିରେ କ୍ଲାସିକ୍ 350 ରୁ ଏକ ଆନାଗଲ୍ ସ୍ପିଡୋମିଟର ସହିତ ଏକ ସେମି-ଡିଜିଟାଲ୍ ଇନସ୍ତୃମେଣ୍ଟ କନସୋଲ୍ ଦିଆଯାଇଛି ।

ଏହା ବ୍ୟତୀତ ଏହି ବାଇକରେ ଏକ ଡିଜିଟାଲ୍ ସ୍କ୍ରିନ୍ ଓଡୋମିଟର, ଫୁଏଲ ଗେଜ୍, ଟ୍ରିପ୍ ମିଟର ଏବଂ ଅନ୍ୟାନ୍ୟ ବେସିକ ଫିଚର୍ସ ମଧ୍ୟ ଉପଲବ୍ଧ । ବୁଲେଟ୍ 350ରେ ଏକ ଅପ୍ସନାଲ ଟ୍ରିପର୍ ପୋଡ୍ ଅଛି ଯାହା ସ୍ମାର୍ଟଫୋନ୍ କନେକ୍ଟିଭିଟି ଏବଂ ଟର୍ନ-ବାଏ-ନେଭିଗେସନ୍ କୁ ସପୋର୍ଟ କରେ । ଏହି ବାଇକରେ USB ଚାର୍ଜିଂ ପୋର୍ଟ ମଧ୍ୟ ଅଛି, ଯାହା ହ୍ୟାଣ୍ଡେଲବାରର ବାମ ପାର୍ଶ୍ୱରେ ରଖାଯାଇଛି । ଏହାର ସାମ୍ନାରେ ଟେଲିସ୍କୋପିକ୍ ଫୋର୍କସ୍ ଏବଂ ପଛରେ ଡୁଆଲ୍ ସ୍ପ୍ରିଙ୍ଗ୍ ସସପେନ୍ସନ୍ ଅଛି । ତେବେ ଯଦି ଆପଣ ଏକ ନୂଆ ବାଇକ କିଣିବେ ବୋଲି ଭାବିଛନ୍ତି ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like