Royal Enfield Classic 650 vs Super Meteor 650, କେଉଁ କମ୍ପାନୀର ବାଇକ୍ କିଣିବାରେ ହେବ ଫାଇଦା

Royal Enfield ୬୫୦ସିସି ରେଞ୍ଜରେ Classic 650 କୁ ଲଞ୍ଚ କରାଯାଇଛି । ଭାରତରେ ଲଞ୍ଚ ହେବା ମାତ୍ରେ ଏହି ବାଇକ୍ ସେହି ରାଇଡର୍ସଙ୍କୁ ସରପ୍ରାଇଜ୍ ଦେଇଛି, ଯେଉଁମାନେ ଟ୍ରାଡିସ୍ନାଲ୍ ଲୁକ୍ ଏବଂ କ୍ଲାସିକ୍ ପରଫରମାନ୍ସ ପାଇଁ ପାଗଳ । ଏହି ବାଇକକୁ ୩.୩୭ ଲକ୍ଷ ଟଙ୍କା ଏକ୍ସ-ଶୋରୁମ୍ ପ୍ରାଇସ୍ ସହିତ ଉପସ୍ଥାପନ କରାଯାଇଛି । ବଜାରରେ ଏହି ସେଗମେଣ୍ଟରେ Super Meteor 650 ମଧ୍ୟ ସାମିଲ ଅଛି ।

Royal Enfield Classic 650 ଏକ ରେଟ୍ରୋ ଏବଂ ଆରାମଦାୟକ ଯାତ୍ରା ପାଇଁ ତିଆରି ହୋଇଥିବାବେଳେ Super Meteor ହାଇୱେରେ ଲଙ୍ଗ କ୍ରୁଜିଙ୍ଗ ପାଇଁ ଡିଜାଇନ୍ କରାଯାଇଛି ।

Classic Vs Cruiser Style:

Royal Enfield Classic 650 ର ଲୁକ୍ ସମ୍ପୂର୍ଣ୍ଣ ଭାବରେ Royal Enfield ର ଡିଜାଇନକୁ ଦର୍ଶାଏ । ଟିୟରଡ୍ରପ୍ ଫ୍ୟୁଏଲ୍ ଟ୍ୟାଙ୍କ, କ୍ରୋମ୍ ଟ୍ବିନ୍ ଏକ୍ସହଷ୍ଟ ଏବଂ କର୍ଭଡ ଫେଣ୍ଡର ଏହାର ପରିଚୟ । ଏହାର ସିଟିଙ୍ଗ ପୋଜିସନ୍ ସିଧା ଏବଂ ଆରାମଦାୟକ ରହିଛି, ଯାହା ଏହାକୁ ଡେଲି ରାଇଡିଙ୍ଗ ପାଇଁ ଭଲ ଅପ୍ସନ କରିପାରିବେ । ସେହିଭଳି Super Meteor 650 ଏକ ଅସଲି କ୍ରୁଜର । ସ୍କୁପ୍ ସିଟ୍, ସ୍ବିଫ୍ଟ ବ୍ୟାକ୍ ହ୍ୟାଣ୍ଡେଲବାର୍ ଏବଂ ଫ୍ରଣ୍ଟରେ ଫୁଟପେଗ୍ ଏହାକୁ ଲଙ୍ଗ ରାଇଡ୍ ପାଇଁ ପରଫେକ୍ଟ କରାଯାଇଛି । ଏହାର ଷ୍ଟାନ୍ସ ବଡ଼ ଏବଂ ପାୱାରଫୁଲ୍, ଯାହା ସମସ୍ତଙ୍କୁ ଚମକାଇଥାଏ । Super Meteor 650 ମର୍ଡନ୍ ଏବଂ ଡେରିଙ୍ଗ୍ ଲୁକ୍ ସହିତ ଆସିଥାଏ ।

ଇଞ୍ଜିନ୍ ଏବଂ ପରଫରମାନ୍ସ :
ଉଭୟ ବାଇକରେ Royal Enfield ର ଫେମସ୍ ୬୪୮ସିସି, ପାରାଲାଲ୍- ଟ୍ବିନ୍, ଏୟାର-ଅଏଲ୍ କୁଲ୍ଡ ଇଞ୍ଜିନ୍ ସାମିଲ୍ ଅଛି, ଯାହା ପ୍ରାୟ ୪୬ bhp ଏବଂ ୫୨Nm ଟର୍କ ଜେନେରେଟ୍ କରିଥାଏ । ଏଥି ସହ ସ୍ଲିପର କ୍ଲଚ୍ ଏବଂ ୬-ସ୍ପିଡ୍ ଗିୟରବକ୍ସ ଏବଂ ପରଫରମର୍ସ- ଓରିଏଣ୍ଟଟେଡ୍ କରିଥାଏ । କିନ୍ତୁ Super Meteor 650 ଲଙ୍ଗ ରାଇଡ୍ ସମୟରେ ଏହାର ଷ୍ଟେବିଲିଟି ଏବଂ କମ୍ପଫର୍ଟ ପାଇଁ ବେସ୍ ଜଣାଶୁଣା । ସେହିଭଳି Classic 650 ର ଲୋ-ସ୍ଲଙ୍ଗ୍ ଏରଗୋନୋମିକ୍ସ ଏହାର ଡ୍ରାଇଭିଂ ପାଇଁ ସହଜ କରିଥାଏ ।

Classic 650 ରେ ତିନୋଟି ଭାରିଆଣ୍ଟ ରହିଛି ଯାହାର ନାମ ହେଉଛି- Hotrod, Classic ଏବଂ Chrome । ଏହି ଭାରିଆଣ୍ଟ ରାଇର୍ଡସ୍ ମାନଙ୍କୁ ସେମାନଙ୍କର ପର୍ସନାଲିଟି ଏବଂ ବଜେଟ୍ ଅନୁସାରେ ବାଛିବାର ଅପ୍ସନ ଦେଇଛି । ଏହାର Chrome ଭ୍ୟାରିଆଣ୍ଟ ବ୍ଲାକ୍ କ୍ରୋମ୍ ଫିନିସ୍ ଏବଂ ପ୍ରିମିୟମ୍ ଲୁକ୍ ସହିତ ଆସିଥାଏ । ସେହିଭଳି Hotrod ଭାରିଆଣ୍ଟ ଏକ ବଜେଟ୍-ଫ୍ରେଣ୍ଡଲି ଅପ୍ସନ ହୋଇଥାଏ । ଏଥି ସହ Super Meteor 650 ର ପ୍ରାଇସ୍ ନିଶ୍ଚୟ ଅଧିକ ଥିବ, କିନ୍ତୁ ଏହା ଏକ ପାୱାରଫୁଲ୍ କ୍ରୁଜିଙ୍ଗ ଏକ୍ସପେରିଏନ୍ସ ଏବଂ ଆସେସୋରିଜ୍ ସହିତ ଆସିଥାଏ ।

Also read : ଭାରତରେ ଲଞ୍ଚ ହେଲା Kia EV6, ୬୬୩ କିମି ରେଞ୍ଜ ସହ ମିଳିବ ଜବରଦସ୍ତ ଫିଚର୍ସ