ଖୁବ ଶୀଘ୍ର ଲଞ୍ଚ ହେବାକୁ ଯାଉଛି Royal Enfield Classic 350ର ନୂଆ ଭର୍ସନ, ଜାଣନ୍ତୁ ଏହାର ସ୍ପେଶାଲ ଫିଚର୍ସ ବିଷୟରେ

Royal Enfield କମ୍ପାନୀ ନିଜ Classic 350ର ନ୍ୟୁ ଜେନେରେସନ ମଡେଲକୁ ଖୁବ ଶୀଘ୍ର ବଜାରରେ ଲଂଚ କରିବା ନେଇ ପ୍ରସ୍ତୁତି ଚଳାଇଛି । ମିଳିଥିବା ସୂଚନା ଅନୁଯାୟୀ କମ୍ପାନୀ ନିଜ ଏହି ମଡେଲକୁ ଚଳିତ ବର୍ଷ ଶେଷ କିମ୍ବା ଆଗାମୀ ବର୍ଷ ଆରମ୍ଭରେ ହିଁ ଲଂଚ କରିପାରେ । ଏହାର ସମସ୍ତ ଟେଷ୍ଟିଙ୍ଗ ପ୍ରକ୍ରିୟା ଶେଷ ହୋଇଥିବା ନେଇ କମ୍ପାନୀ ତରଫରୁ ଦାବି କରାଯାଇଛି । କହି ରଖିବା ଉଚିତ ହେବକି, ଚଳିତ ବର୍ଷ ଆରମ୍ଭରେ ହିଁ କମ୍ପାନୀ ନିଜ BS6 କମ୍ପ୍ଲାୟାଣ୍ଟ କ୍ଲାସିକ ୩୫୦ ବାଇକକୁ ବଜାରରେ ଲଂଚ କରିଥିଲା । ଯାହାର ଅପଡେଟ ଭର୍ଜନ ଆଗକୁ ଲଂଚ କରିବା ନେଇ କମ୍ପାନୀ ଯୋଜନା ଚଳାଇଛି । ଏହି ନ୍ୟୁ ଭର୍ଜନ ଗାଡ଼ିରେ ଅନେକ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି । କ୍ଲାସିକ

Royal Enfield Desert Storm 500 at Rs 222861 /piece | Royal Enfield ...

୩୫୦ର ନୂଆ ଡିଜାଇନରେ ଫ୍ୟୁଏଲ ଟ୍ୟାଙ୍କ, ଅପଡେଟଡ଼ ଟେଲଲ୍ୟାମ୍ପ, ନୂଆ ଏକ୍ଜାସ୍ଟ ସେଟଅପ, ମୋଟର ସାଇକେଲ ବିଣ୍ଡ ଡିଷ୍ଫ୍ଲେକ୍ଟର, ନୂଆ ଡିଜାଇନର ଅଏଲ ବିଲ୍ୱଜ, ନୂଆ ଗ୍ରଵ ରେଲସ, ଏୟାରଫିଲ୍ଟର ବକ୍ସ,ସେଡଲ ବ୍ୟାଗସ, ପିଲିୟମ ବ୍ୟାକେରେଷ୍ଟ, କ୍ୟାସ ଗାର୍ଡ ଓ ରିୟାର ଡିସ୍କ ପରି ଅନେକ ଅଧିନିକ ସୁବିଧା ମାନ ଉପଲବ୍ଧ ହୋଇପାରିବ | ଏହାର ପ୍ରାରମ୍ଭିକ ଦର ୧.୬୫ ଲକ୍ଷ ରଖାଯିବ ବୋଲି ସୂଚନା ମିଳିଛି | ଆଗକୁ ଏହାର ମୂଲ୍ୟ କମ୍ପାନୀ ତରଫରୁ ୧୦ ରୁ ୧୫ ହଜାର ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇପାରେ । ଏହି ନୂଆ ମଡେଲ ବାଇକରେ ଗ୍ରାହକ ମାନଙ୍କୁ ଏନାଲଗ ସ୍ପିଡମିଟର ସହ ସେମି ଡିଜିଟାଲ ଇନ୍ସ୍ତୃମେଣ୍ଟ କ୍ଲଷ୍ଟର ସୁବିଧା ମିଳିପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.