ନୂଆ ରେକର୍ଡ ରଚିଲା ରୟାଲ ଏନ୍‌ଫିଲ୍ଡ, ଗୋଟିଏ ଦିନରେ ବିକ୍ରି କଲା ୧୦୦୦ ବାଇକ୍‌

କରୋନା ଯୋଗୁ ତଳମୁହାଁ ହୋଇଥିବା ଗାଡ଼ି ବେପାର ପୁଣିଥରେ ଉପରକୁ ଉଠିଛି। ଓନମ୍‌ ଅବସରରେ କେରଳରେ ଗୋଟିଏ ଦିନରେ ରୟାଲ ଏନ୍‌ଫିଲ୍ଡର ୧୦୦୦ ବାଇକ୍‌ ଡେଲିଭରି ହୋଇଛି। ଏଥିରେ କମ୍ପାନୀର ଲୋକପ୍ରିୟ ବାଇକ୍‌ ଯଥା- କ୍ଲାସିକ୍‌ ୩୫୦, ବୁଲେଟ୍‌, ହିମାଲୟାନ୍‌ ଓ ୬୫୦ ଟ୍ଵିନ୍ସ ଆଦି ସାମିଲ ଅଛି। କେରଳରେ ରୟାଲ ଏନ୍‌ଫିଲ୍ଡର ମୋଟ ୫୯ଟି ଡିଲରସିପ୍‌ ତଥା ୨୫ ଷ୍ଟୁଡିଓ ଷ୍ଟୋର ରହିଛି। ଏସବୁ ଦୋକାନରୁ କମ୍ପାନୀ ତରଫରୁ ୧ ହଜାର ବାଇକ୍‌ ଡେଲିଭରି କରାଯାଇଛି।

royal enfield

ସୂଚନାଯୋଗ୍ୟ ଯେ ଖୁବ୍‌ଶୀଘ୍ର କମ୍ପାନୀ ନିଜ ନୂଆ ବାଇକ ମିଟିଓର ୩୫୦ ଲଞ୍ଚ୍‌ କରିବାକୁ ଯାଉଛି। ରୟାଲ ଏନ୍‌ଫିଲ୍ଡ ତରଫରୁ ଏହି ବାଇକ୍‌କୁ ଏକ ନୂଆ ପ୍ଲାଟଫର୍ମରେ ପ୍ରସ୍ତୁତ କରାଯାଇଛି। ଏଥିରେ ଉଚ୍ଚକ୍ଷମତା ସମ୍ପନ୍ନ ଏୟାରକୁଲ୍ଡ ଇଞ୍ଜିନ୍‌ ତଥା କେତେକ ମଡର୍ଣ୍ଣ ଫିଚର ଓ ଉପକରଣ ଦିଆଯାଇଛି। ରୟାଲ ଏନ୍‌ଫିଲ୍ଡ ମିଟିଓର ୩୫୦ ଫାୟରଓ୍ଵାଲ, ଷ୍ଟଲର ଓ ସୁପରନୋଭା ଆଦି ତିନୋଟି ରଙ୍ଗରେ ଉପଲବ୍ଧ ହେବ।

Leave A Reply

Your email address will not be published.