ଖୁବ ଶୀଘ୍ର ବଜାରରେ ପ୍ରବେଶ କରିବ Royal Enfield EV, ପପୁଲାର ବାଇକର ଏହି ସେଗମେଣ୍ଟ ରହିବ ଖୁବ ଜବରଦସ୍ତ

ଖୁବ ଶୀଘ୍ର ବଜାରରେ ପ୍ରବେଶ କରିବ Royal Enfield EV, ପପୁଲାର ବାଇକର ଏହି ସେଗମେଣ୍ଟ ରହିବ ଖୁବ ଜବରଦସ୍ତ। କୁହାଯାଉଛି ଯେ କମ୍ପାନୀ ନିର୍ମାତା ବହୁତ ଜଲ୍ଦି L କୋଡନେମ ର ପୁରା ଏଲ ସିରିଜକୁ ଲଞ୍ଚ କରିବ। ଏହାର ପ୍ରଡକ୍ଟକୁ L1A, L1B ଓ L1C ର ନାମ ଦିଆଯିବ।

ୟୁଥ୍‌ଙ୍କ ମନ ପସନ୍ଦ ରୟାଲ ଏନଫିଲ୍ଡ । ଆଜିର ଦୁନିଆରେ ବାଇକପ୍ରେମୀଙ୍କ ସଂଖ୍ୟା ଅଧିକ ବଢ଼ିଲାଣି। ଆଜିର ଯୁବପିଢ଼ୀ ନୂଆ ନୂଆ ଷ୍ଟାଇଲିଷ୍ଟ ଗାଡି ଧରିବାକୁ ବହୁତ ପସନ୍ଦ କରୁଛନ୍ତି। ତେବେ କିଛି ଖାସ୍‌ ବାଇକ ମଧ୍ୟରୁ କିଛି ବାଇକ ଏମିତି ରହିଛି ଯାହାକୁ ଯୁବବର୍ଗ ଅଧିକ ପସନ୍ଦ କରନ୍ତି। ତେବେ ଏହି ବାଇକ ମଧ୍ୟରୁ ଗୋଟିଏ ହେଉଛି Royal Enfield । ରୟାଲ ଏନଫିଲ୍ଡ ଆସନ୍ତା ବର୍ଷ ନିଜର ପ୍ରଥମ ଇଲେକଟ୍ରିକ ସ୍କୁଟର ମଡେଲ ଲଞ୍ଚ କରିବାକୁ ଯାଉଛି। ବର୍ତ୍ତମାନ କମ୍ପାନୀ ଏହି ମଡେଲୁ ଡେଭଲପ କରିବରେ ଲାଗିପଡ଼ିଛି। ରେଟ୍ରୋ ମୋଟରସାଇକେଲ ନିର୍ମାତା ନିଜ ଇଲେକଟ୍ରିକ ବାଇକକୁ ଡେଭଲପ କରିବା ପାଇଁ ଏକ ଡେଡିକେଟେଡ ଟିମ ମଧ୍ୟ ତିଆରି କରିଛି। ବ୍ରାଣ୍ଡ ନିଜ ଇଭି ବିଜନେସ୍‌ ରେ ୧୫୦ ମିଲିୟନ ଆମେରିକା ଡଲାରରୁ ଅଧିକ ନିବେଶ କରିଛି।

ଭାରତରେ ରୟାଲ ଏନଫିଲଡ୍ ବାଇକ ପାଇଁ ସମସ୍ତେ ଦିଓ୍ଵାନା। ଏହାର ଆକର୍ଷଣୀୟ ଲୁକ ପାଇଁ ଏହାକୁ ସମସ୍ତେ ପସନ୍ଦ କରନ୍ତି। କମ୍ପାନୀ ଏହାର ଲୋକପ୍ରିୟତାକୁ ଦେଖି ନିଜ ମଡେଲରେ ବହୁତ ପରିବର୍ତ୍ତନ କରୁଛି। ଗ୍ରାହକଙ୍କର ଆବଶ୍ୟକତାକୁ ପୂରଣ କରିବା ପାଇଁ କମ୍ପାନୀ ନୂଆ ଟେକନିକ ସହିତ ଅନେକ ଭଲ ଭଲ ଫିଚର୍ସକୁ ମଧ୍ୟ ସାମିଲ କରିଛି। ବାଇକ ବ୍ୟତୀତ କମ୍ପାନୀ ଗ୍ରାହକଙ୍କ ପାଇଁ ରାଇଡିଂ ଗିୟର୍ସ, ଆକ୍ସେସୋରିଜ୍ ଏବଂ ସ୍କେଲ ମଡେଲ ମଧ୍ୟ ବଜାରରେ ଉପସ୍ଥାପନା କରିଛି ଯାହାକୁ ଲୋକମାନେ ବହୁତ ପସନ୍ଦ ମଧ୍ୟ କରୁଛନ୍ତି।

କମ୍ପାନୀ ଏବେ ଇଲେକଟ୍ରିକ ମୋବିଲିଟି ରେ କାମ ଜାରୀ ରଖିଛି। ଆସନ୍ତା ବର୍ଷ ମଧ୍ୟରେ ଏହା ଲଞ୍ଚ ହୋଇପାରେ। ବର୍ତ୍ତମାନ ଏହାର କୋଡ ନେମ L ରଖାଯାଇଛି। ତେବେ ଏହାକୁ ନେଇ କିଛି ତଥ୍ୟ ମଧ୍ୟ ଲିକ ହୋଇଛି।

କୁହାଯାଉଛି ଯେ କମ୍ପାନୀ ନିର୍ମାତା ବହୁତ ଜଲ୍ଦି L କୋଡନେମ ର ପୁରା ଏଲ ସିରିଜକୁ ଲଞ୍ଚ କରିବ। ଏହାର ପ୍ରଡକ୍ଟକୁ L1A, L1B ଓ L1C ର ନାମ ଦିଆଯିବ। ଆଉ ଏହା ପୂରା ନୂଆ ପ୍ରଡକ୍ଟ ହେବ।

ରୟାଲ ଏନଫିଲ୍ଡ ଏବେ ଠୁ ହିଁ ଡେଡିକେଟେଡ ଆର୍କିଟେକ୍ଚର କାମ ଆରମ୍ଭ କରିଛି। ଆଗାମୀ କିଛି ବର୍ଷ ମଧ୍ୟରେ ୧.୮ ଲକ୍ଷ ୟୁନିଟ୍ସ ପ୍ରଡ୍ୟୁସ କରିବାର ପ୍ରସ୍ତୁତି ଚାଲିଛି। ଏହା ଆଗାମୀ ବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ଇଭି ସେଗମେଣ୍ଟରେ ଡେବ୍ୟୁ କରିବ। ଆଉ ଏହା ଲୋକାଲ ଓ ଇଣ୍ଟରନ୍ୟାସନାଲ ମାର୍କେଟସ୍‌ କୁ ଟାର୍ଗେଟ କରିବ। ଚଳିତ ବର୍ଷ କାମ ଶେଷ ପରେ ପରବର୍ତ୍ତୀ ବର୍ଷରେ ମଡେଲ ଲଞ୍ଚ ହେବ। ରୟାଲ ଏନଫିଲ୍ଡ ପର୍ଯ୍ୟାବରଣ ତଥା ପରିବେଶ ଅନୁକୁଳ ମୋଟରସାଇକେଲ ର ବିକଶିତ କରିବା ଦିଗରେ ଏକ ଅଗ୍ରଣୀ ଭୂମିକା ସାଜିବାର ଚେଷ୍ଟା ଆରମ୍ଭ କରିଛି। ତେବେ ଏହି ବାଇକ ଭାରତରେ ବହୁତ ପପୁଲାର। ତେଣୁ ଏହାର ଇଭି ମଡେଲ ମଧ୍ୟ ଲୋକଙ୍କୁ ପସନ୍ଦ ଆସିବ ବୋଲି ଆଶା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.