ଏକ ନୂଆ ଅବତାରରେ ଲଞ୍ଚ ହେଲା Royal Enfield Guerrilla 450, ମିଳିବ ବଢ଼ିଆ ଫିଚର୍ସ

ବହୁ ପୂର୍ବରୁ Royal Enfield ବାଇକର କ୍ରେଜ୍ ରହିଛି । ଏଥି ସହିତ ଲୋକମାନେ ମଧ୍ୟ ଏହି ବାଇକକୁ ବହୁତ୍ ପସନ୍ଦ ମଧ୍ୟ କରିଥାନ୍ତି । କମ୍ପାନୀ ନିଜର ପପୁଲାର୍ ବାଇକ୍ Guerrilla 450 ପାଇଁ ଏକ ନୂଆ Peix Bronze କଲର ଉପସ୍ଥାପନ କରିଛି । ଯାହା କେବଳ ମିଡ୍-ସ୍ପେକ୍ ଡ୍ୟାସ୍ ଭ୍ୟାରିଆଣ୍ଟରେ ଉପଲବ୍ଧ ହେବ । ଏହାର ଏକ୍ସ-ସୋରୁମ୍ ପ୍ରାଇସ୍ ୨ ଲକ୍ଷ ୪୯ ହଜାର ଟଙ୍କା ରଖାଯାଇଛି । Guerrilla 450 ର ଏହି ନୂଆ ଲୁକ୍ ବହୁତ୍ ଦମଦାର୍ ଏବଂ ପ୍ରିମିୟମ୍ ଦେଖାଯାଉଛି ।

ଏହି ବାଇକର ଲୁକକୁ ଏକ ନୂଆ ଟଚ୍ ଦେବା ପାଇଁ Peix Bronze କଲର ଆଡ୍ କରାଯାଇଛି । ଏହାର ଡ୍ୟାସ୍ ଭ୍ୟାରିଆଣ୍ଟରେ ଆପଣଙ୍କୁ ସ୍ପୋକ ସିଲଭର କଲର ମଧ୍ୟ ରହିଛି, ଯାହା ପୂର୍ବରୁ କେବଳ ବେସ୍-ସ୍ପେକ୍ ଆନାଲଗ୍ ଭ୍ୟାରିଆଣ୍ଟ ପର୍ଯ୍ୟନ୍ତ ସୀମିତ ଥିଲା । କମ୍ପାନୀ ଅନୁଯାୟୀ, ଗ୍ରାହକଙ୍କ ଡିମାଣ୍ଡ ଅନୁଯାୟୀ ଏହି କଲରକୁ ଡ୍ୟାସ୍ ଭ୍ୟାରିଆଣ୍ଟରେ ଆଡ୍ କରାଯାଇଛି ।

ଏହି ବାଇକ୍ ତିନୋଟି ଭ୍ୟାରିଆଣ୍ଟରେ ଉପଲବ୍ଧ, ଯାହାର ମୂଲ୍ୟ ଏବଂ ଫିର୍ଚ ଭିନ୍ନ ରହିଛି । ଏହାର Analogue ଭ୍ୟାରିଆଣ୍ଟରେ ବେସିକ୍ ଫିଚର୍ସ ଏବଂ ସିଲଭର ସ୍ପୋକ୍ କଲର ଦିଆଯାଇଛି । ବାଇକର ଏହି ଭ୍ୟାରିଆଣ୍ଟର ପ୍ରାଇସ୍ ୨ ଲକ୍ଷ ୩୯ ହଜାର ଟଙ୍କା ରହିଛି । ଡ୍ୟାସ୍ ଭ୍ୟାରିଆଣ୍ଟ ବିଷୟରେ କହିବାକୁ ଗଲେ ଏହାର ପ୍ରାଇସ୍ ୨ ଲକ୍ଷ ୪୯ ହଜାର ଟଙ୍କା ଏବଂ ଏଥିରେ ଡିଜିଟାଲ୍ ଡିସପ୍ଲେ, Peix Bronze ଏବଂ ସ୍ପୋକ୍ ସିଲଭର କଲର ଅଛି ।

Flash ଭ୍ୟାରିଆଣ୍ଟ ବିଷୟରେ କହିବାକୁ ଗଲେ ଏହି ଭ୍ୟାରିଆଣ୍ଟରେ ଆପଣଙ୍କୁ TFT ଡିସପ୍ଲେ, ବ୍ଲୁଟୁଥ୍ କନେକ୍ଟିଭିଟି ଏବଂ ବୋଲ୍ଡ କଲର୍ସ ମିଳିଥାଏ । ବାଇକର ଏହି ଭ୍ୟାରିଆଣ୍ଟର ପ୍ରାଇସ୍ ସବୁଠାରୁ ଅଧିକ ୨ ଲକ୍ଷ ୫୪ ହଜାର ଟଙ୍କା ରହିଛି ।

ଏହି Royal Enfield ବାଇକର ଇଞ୍ଜିନ୍ କିମ୍ବା ମେକାନିକାଲ୍ ସ୍ପେସିଫିକେସନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । Guerrilla 450 ରେ Sherpa 450 ଇଞ୍ଜିନ୍ ଲାଗିଛି, ଯାହା Himalayan 450 ଅପେକ୍ଷା ଭଲ ପରଫରମାନ୍ସ ପ୍ରଦାନ କରିବ । ଏହା ୪୫୨ ସିସି, ସିଙ୍ଗଲ ସିଲିଣ୍ଡର, ଲିକ୍ବିଡ୍-କୋଲ୍ଡ ଇଞ୍ଜିନ୍ ଅଛି । ଏହି ଇଞ୍ଜିନ୍ ସହିତ ବାଇକଟି ୮,୦୦୦ rpm ରେ ୩୯.୫୨ bhp ର ପାୱାର ମିଳିଥାଏ ଏବଂ ୫,୫୦୦ rpm ରେ ୪୦ Nm ର ଟର୍କ ଜେନେରେଟ୍ ହୋଇଥାଏ । ଏହି ବାଇକରେ ସ୍ଲିପ୍ ଏବଂ ଆସିଷ୍ଟ କ୍ଲଚ୍ ସହିତ ୬-ସ୍ପିଡ୍ ଗିୟର ବକ୍ସ ଲାଗିଛି ।