୧୭ ଜୁଲାଇରେ ଲଞ୍ଚ ହେବ Royal Enfield Guerrilla, ନୂଆ ଇଞ୍ଜିନ୍ ସହ ରହିବ ବହୁତ କିଛି
![](https://knewsodisha.com/wp-content/uploads/2024/07/royal-enfield.jpg)
Royal Enfield ଚଳିତ ମାସରେ ଏକ ଦମଦାର ବାଇକ୍ ଲଞ୍ଚ କରିବାକୁ ଯାଉଛି । ଏହି ବାଇକ୍ ଲଞ୍ଚ ହେବା ଖବର ଶୁଣିବା ପରେ ଦେଶର ବାଇକ ଲଭର୍ସମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଜୁଲାଇ ୧୭ରେ ରୟାଲ ଏନଫିଲ୍ଡ guerrilla 450ର ଗ୍ଲୋବାଲ୍ ପ୍ରିମିୟର୍ ହେବାକୁ ଯାଉଛି । ଏହି ବାଇକରେ ଆପଣ ଏକ ନୂଆ ଶେର୍ପା ୪୫୦ ସିସି ଇଞ୍ଜିନ୍ ଦେଖିବାକୁ ପାଇବେ । ଏହି ବାଇକରେ ଅନେକ ଲାଟେଷ୍ଟ ଫିଚର ମିଳିବ ।
Royal Enfield Guerrilla 450 ହେଉଛି ଏକ ରୋଡଷ୍ଟର୍ ବାଇକ୍, ଯେଉଁଥିରେ ଏକ ନୂଆ ଇଞ୍ଜିନ ରହିବ । ଏହି ବାଇକରେ ୪୫୨ ସିସି ସିଙ୍ଗଲ୍ ସିଲିଣ୍ଡର, ଲିକ୍ୱିଡ୍ କୁଲ୍ଡ ଇଞ୍ଜିନ୍ ରହିବ, ଯାହା ରୟାଲ୍ ଏନଫିଲ୍ଡ ହିମାଳୟରେ ମଧ୍ୟ ଦିଆଯାଇଥିଲା । ଏହି ଇଞ୍ଜିନ୍ ୩୯ BHP ର ମ୍ୟାକ୍ସ ପାଓ୍ଵାର ସହିତ ୪୦ Nm ର ପିକ୍ ଟର୍କ ଜେନେରେଟ୍ କରିବ ।
Royal Enfieldର ଏହି ନୂଆ ବାଇକ୍ ଅନେକ ଦମଦାର ଫିଚର ସହିତ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହେଉଛି । ସୂଚନା ଅନୁଯାୟୀ ଏହି ବାଇକକୁ ଏଲଇଡି ଇଣ୍ଡିକେଟର ସହିତ ଏଲଇଡି ହେଡଲ୍ୟାମ୍ପ ଯୋଗାଇ ଦିଆଯିବ। ଏହା ବ୍ୟତୀତ ବାଇକରେ USD ସ୍ଥାନରେ ଟେଲିସ୍କୋପିକ୍ ଫ୍ରଣ୍ଟ୍ ଫୋର୍କସ୍ ରହିବ । କେବଳ ଏତିକି ନୁହେଁ ଏହି ବାଇକରେ ଏକ ସର୍କୁଲାର୍ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ୍ କନସୋଲ୍ ଫିଚର ଦିଆଯିବ ଯେଉଁଥିରେ ନାଭିଗେସନ୍ ସହିତ ଅନେକ କନେକ୍ଟିଭିଟି ସୁବିଧା ମିଳିବ ।
ଲଞ୍ଚ ହେବାକୁ ଥିବା ଏହି ନୂଆ ବାଇକର ଉଭୟ ଚକରେ ଆଲୋଇ ହ୍ଵିଲ୍ ସହିତ ଡିସ୍କ ବ୍ରେକ୍ ରହିବ । ଏଥିରେ ଏକ ଫ୍ଲାଟ ହ୍ୟାଣ୍ଡେଲବାର ମଧ୍ୟ ରହିବ ।
ଜୁଲାଇ ୧୭ ସ୍ପେନର ବାର୍ସିଲୋନାରେ ନୂଆ ରୋଡଷ୍ଟର ବାଇକ୍ Guerrilla 450 ଲଞ୍ଚ ହେବାକୁ ଯାଉଛି । ଏହି ବାଇକ୍ ଫେଷ୍ଟିଭ୍ ସିଜନରେ ଭାରତୀୟ ଲୋକଙ୍କ ପାଇଁ ଉପଲବ୍ଧ ହୋଇପାରେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଗାଡ଼ିର ଦାମ୍ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ କିନ୍ତୁ କମ୍ପାନୀ ଏହାକୁ ୩ ଲକ୍ଷ ଟଙ୍କାରେ ଲଞ୍ଚ କରିବ ବୋଲି କୁହାଯାଉଛି ।