ଖୁବ୍‌ଶୀଘ୍ର ଭାରତରେ ଲଞ୍ଚ୍‌ ହେବାକୁ ଯାଉଛି Royal Enfield Himalayan 650, ମିଳିବ ଏସବୁ ଅତ୍ୟାଧୁନିକ ସୁବିଧା

ଭାରତରେ ୬୫୦ ସିସିର ନୂଆ ମଡେଲ୍‌ ମୋଟର ସାଇକେଲ୍‌ ଲଞ୍ଚ୍‌ କରିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି ରୟାଲ ଏନ୍‌ଫିଲ୍ଡ। ଏହି ନୂଆ ମଡେଲ ମୋଟର ସାଇକେଲର ନାଁ ରହିଛି ହିମାଳୟାନ୍‌ ୬୫୦। ଏହି ଦୁଇଚକିଆ ଗାଡ଼ି ୨୦୨୪ ମସିହା ଶେଷ ବେଳକୁ ବଜାର ପ୍ରବେଶ କରିବ। ରିପୋର୍ଟ ମୁତାବକ, ନୂଆ ମଡେଲ ଏକ ନୂଆ ନେମ୍‌ ପ୍ଲେଟ୍‌ ସହ ଆସିବ। ଏହି ବାଇକ୍‌ ଦୁଇଟି ଭ୍ୟାରିଏଣ୍ଟ୍‌ରେ ଲଞ୍ଚ୍‌ ହେବ। ରୟାଲ ଏନ୍‌ଫିଲ୍ଡର ଏହି ନୂଆ ମୋଟର ସାଇକେଲ୍‌ର ଦାମ୍‌ ପାଖାପାଖି ୪ ଲକ୍ଷ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି। ଏହାକୁ ଆଡଭେଞ୍ଚର ଟୁରର ଭାବେ ଲଞ୍ଚ୍‌ କରାଯିବ।

ରୟାଲ ଏନ୍‌ଫିଲ୍ଡ ହିମାଳୟାନ୍‌ ୬୫୦ର ଅଧିକାଂଶ ଡିଜାଇନ୍‌ ଓ ଷ୍ଟାଇଲିଂ ଏଲିମେଣ୍ଟସ୍‌ ହିମାଳୟାନ୍‌ ଭଳି ହିଁ ରହିବ। ତେବେ ଏଥିରେ କେତେକ ସାଧାରଣ ପରିବର୍ତ୍ତନ କରାଯାଇଛି। RE ହିମାଳୟାନ୍‌ ୬୫୦ ୨୧-ଇଞ୍ଚ ୟୁନିଟ୍‌ ପରିବର୍ତ୍ତେ ୧୯-ଇଞ୍ଚ୍‌ ଫ୍ରଣ୍ଟ ହ୍ଵିଲ୍‌ ସହ ଆସିବ। ଏହାର ସିଟ୍‌ର ଉଚ୍ଚତା ଓ ଏଗ୍‌ଜଷ୍ଟକୁ ୪୧୧ସିସି ହିମାଳୟନ୍‌ ଠାରୁ ଟିକେ ଉଚ୍ଚା ରଖାଯାଇଛି। ଏହି ବାଇକ୍‌ ଏକ ଉନ୍ନତମାନର ଗ୍ରାଉଣ୍ଡ କ୍ଲିୟରାନ୍ସ ଦେବ। ହିମାଳୟାନ୍‌ ୬୫୦ର ବ୍ରେକିଂ ସିଷ୍ଟମ୍‌ ବେଶ୍‌ ବଢ଼ିଆ ରହିଛି। ଏହି ବାଇକ୍‌ରେ ବ୍ଲ୍ୟୁଟୁଥ୍‌ କନେକ୍ଟିଭିଟି ସହ ଟିଏଫ୍‌ଟି ସ୍କ୍ରିନ୍‌, ଓ୍ଵାନ୍‌ ଲେବଲ ଟ୍ରକ୍ସେନ୍‌ କଣ୍ଟ୍ରୋଲ ସିଷ୍ଟମ୍‌ ଓ ମଲ୍ଟିପଲ ରାଇଡିଂ ମୋଡ୍‌ ଭଳି ଫିଚର୍ସ ମିଳିବା ସମ୍ଭାବନା ରହିଛି।

RE Interceptor 650 ଓ RE Continental GT 650 ଭଳି Royal Enfield Himalayan 650 ରେ ୬୪୮ସିସି, ଏୟାର କୁଲ୍ଡ, ପାରାଲାଲ୍‌ ଟ୍ଵିନ୍‌ SOHC ଇଞ୍ଜିନ୍‌ ମଧ୍ୟ ରହିପାରେ। ଏଥିରେ ଥିବା ଫୁଏଲ ଇଞ୍ଜେକ୍ଟେଡ ମୋଟର 47bhp ଓ 52Nm ର ଟର୍କ ପାଓ୍ଵାର ଦେଇଥାଏ। ଏହା 650cc ରେ ପ୍ଲାଟଫର୍ମରେ ତିଆରି ହେଉଥିବା ବ୍ରାଣ୍ଡ୍‌ର ତୃତୀୟ ମଡେଲ। 650cc ଟ୍ଵିନ୍ସ ଭଳି Himalayan 650 ରେ ସ୍ଲିପ୍‌ ଆସିଷ୍ଟ କ୍ଲଚ୍‌ ସହ ୬ ସ୍ପିଡ୍‌ ଗିୟରବକ୍ସ ମଧ୍ୟ ରହିବ। ଯାହା ବାଇକ୍‌ ଚାଳକଙ୍କୁ ଏକ ଭିନ୍ନ ଅନୁଭବ ଦେବ ବୋଲି କମ୍ପାନୀ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.