ABS ସହ ଲଞ୍ଚ କଲା ରୟାଲ ଏନଫ୍ଳିଲ୍ଡର ବୁଲେଟ ୩୫୦ ଏବଂ ୩୫୦ଇଏସ୍, ପ୍ରାରମ୍ଭିକ ମୂଲ୍ୟ ରହିଛି ୧,୨୧ ଲକ୍ଷ

ଭୁବନେଶ୍ବର : ରୟାଲ ଏନଫ୍ଳିଲ୍ଡ କମ୍ପାନୀ ନିଜର ସିଙ୍ଗଲ ଏବିଏସ ଏବଂ ରିୟର ଲିଫ୍ଟ ପ୍ରୋଟେକସନ୍ ସହ ବୁଲେଟ ୩୫୦ ଏବଂ ବୁଲେଟ ୩୫୦ଇଏସ୍ ଲଞ୍ଚ କରିଛି। ଏବିଏସ ସହ ଲଞ୍ଚ ହୋଇଥିବା ରୟାଲ ଏନଫ୍ଳିଲ୍ଡ ବୁଲେଟ ୩୫୦ର ଦିଲ୍ଲୀରେ ଏକ୍ସ ଶୋରୁମ୍ ମୂଲ୍ୟ ୧.୨୧ ଲକ୍ଷ ରହିଛି। ସେହିପରି ବୁଲେଟ ୩୫୦ଇଏସର ଏକ୍ସ ଶୋରୁମ୍ ମୂଲ୍ୟ ୧.୩୫ଲକ୍ଷ ରହିଛି। ଏନେଇ ଓଡିଶାରେ ମଧ୍ୟ ଏହାର ମୂଲ୍ୟ ସେତିକି ପାଖାପାଖି ରହିପାରେ ବୋଲି କୁହାଯାଉଛି। ତେବେ ରୟାଲ ଏନଫ୍ଳିଲ୍ଡ ବୁଲେଟ ୩୫୦ର ଫ୍ରଣ୍ଟରେ ଡିସ ବ୍ରେକ୍ ଏବଂ ରିୟର ଡ୍ରମ ୟୁନିଟ ରହିଛି।

royal-enfield-bullet-350

କଣ ରହିଛି ଫିଚର :

ରୟାଲ ଏନଫ୍ଲିଲ୍ଡ ବୁଲେଟ ୩୫୦ ଏବଂ ବୁଲେଟ ୩୫୦ ଇଏସରେ ୩୪୬ସିସିର ସିଙ୍ଗଲ ସିଲିଣ୍ଡର , ଏୟାର ଫ୍ଳୁଲ୍ଡ ମୋଟର ଦିଆଯାଇଛି। ଏହାର ଇଞ୍ଜିନ୍ ୧୯.୮ ବିଏଚପିର ପାୱାର ଏବଂ ୨୮ ଏନଏମର ପିକ୍ ଟ୍ରାକ୍ ଜେନେରେଟ କରିଥାଏ। ଦୁଇ ବୁଲେଟରେ ୫ ସ୍ପିଡ ଗିୟରବକ୍ସ ରହିଛି। ନନ୍- ଏବିଏସ୍ ମଡ଼େଲ ତୁଳନାରେ ବୁଲେଟ ୩୫୦ର ମୂଲ୍ୟ ପାଖାପାଖି ୩,୫୦୦ ଟଙ୍କା ଏବଂ ବୁଲେଟ ୩୫୦ ଇସର ୧୪୦୦ ଟଙ୍କା ମହଙ୍ଗା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.