ରିକଲ୍ ନୋଟିସ୍ ଜାରି କଲା ରୟାଲ ଏନଫିଲ୍ଡ
ରିଫଲେକ୍ଟର ସହିତ ଯୋଡି ହୋଇଥିବା ସେଫଟି ସମସ୍ୟା ହେତୁ ରୟାଲ ଏନଫିଲ୍ଡ ସମସ୍ତ ପ୍ରଡକ୍ଟ ପୋର୍ଟଫୋଲିଓ ପାଇଁ ଏକ ରିକଲ୍ ନୋଟିସ୍ ଜାରି କରିଛି । ଏହି ରିକଲ୍ ନୋଟିସ୍ ନଭେମ୍ବର ୨୦୨୨ ଏବଂ ମାର୍ଚ୍ଚ ୨୦୨୩ ମଧ୍ୟରେ ମାନ୍ୟୁଫାକ୍ଚର ହୋଇଥିବା ମଡେଲଗୁଡିକ ଉପରେ ପ୍ରଭାବ ପକାଇବ।
କମ୍ପାନୀ କହିଛି ଯେ ରିୟର ଏବଂ ସାଇଡ୍ରେ ଲଗାଯାଇଥିବା ରିଫଲେକ୍ଟର କିମ୍ବା ରିଫ୍ଲେକ୍ଟିଭ୍ ପରଫରମାନ୍ସର ଆବଶ୍ୟକତାକୁ ପୂରା କରିପାରେନାହିଁ । ରିକଲ୍ ନୋଟିସ ଦ୍ୱାରା ପ୍ରଭାବିତ ହୋଇଥିବା ମୋଟରସାଇକେଲର ସଠିକ୍ ସଂଖ୍ୟା ବିଷୟରେ କୌଣସି ସୂଚନା ନାହିଁ, କାରଣ କମ୍ପାନୀ ଏହି ସମ୍ବନ୍ଧରେ କିଛି ଜଣାଇନାହିଁ ।
ବର୍ତ୍ତମାନ କମ୍ପାନୀର ପୋର୍ଟଫୋଲିଓ ପାଇଁ ୧୧ଟି ମୋଟରସାଇକେଲ୍ ଅଛି ଏବଂ ଲାଗୁଛି ଯେ ଏହି ସମସ୍ତ ବାଇକ୍ ଏହି ରିକଲ୍ ନୋଟିସର ଏକ ଅଂଶ । କମ୍ପାନୀ ନିଶ୍ଚିତ କରିଛି ଯେ, ଏହି ସମସ୍ୟା ବହୁତ କମ୍ ସଂଖ୍ୟକ ବାଇକ୍ରେ ଦିଆଯାଇଛି ।
କମ୍ପାନୀ ଗ୍ରାହକକୁ ଜଣାଇବ କେଉଁ ବାଇକ୍ ଏହି ରିକଲ୍ ନୋଟିସ ଦ୍ୱାରା ପ୍ରଭାବିତ ହେବ । ଗ୍ରାହକଙ୍କୁ ପର୍ଯ୍ୟାକ୍ରମେ ରିକଲ୍ ନୋଟିସ ବିଷୟରେ ଯୋଗାଯୋଗ କରାଯିବ । ପ୍ରଭାବିତ ମୋଟରସାଇକେଲ୍ ମାଲିକମାନେ ସେମାନଙ୍କ ବାଇକ୍ ରିପାରିଂ ପାଇଁ ନିକଟସ୍ଥ ସର୍ଭିସ ସେଣ୍ଟର ପାଖକୁ ଯାଇପାରିବେ । କମ୍ପାନୀ ସାଇଡ୍ ଏବଂ ରିୟର ରିଫ୍ଲେକ୍ଟରକୁ ମାଗଣାରେ ବଦଳାଇପାରିବେ ।
ପ୍ରାୟ ୧୫ ମିନିଟ୍ ରେ ଏସବୁ କରାଯିବ ବୋଲି ରୟାଲ ଏନଫିଲ୍ଡ ଦାବି କରିଛି । ଭାରତ, ବ୍ରାଜିଲ, ଲାଟିନ୍, ଆମେରିକା, ୟୁରୋପ୍, ୟୁକେ ଏବଂ ଦକ୍ଷିଣ କୋରିଆ, କାନାଡା ଏବଂ ଆମେରିକା ସମେତ ଅନେକ ଦେଶରେ ଏହି ରିକଲ୍ ନୋଟିସ ଜାରି କରାଯାଇଛି ।