ଲଞ୍ଚ ହୋଇଛି ନୂଆ Enfield Scram 440, ରହିଛି ବଢ଼ିଆ ଫିଚର୍ସ

ନୂଆ Enfield Scram 440 କୁ ଭାରତରେ ଲଞ୍ଚ କରାଯାଇଛି । ଏହି ବାଇକ୍ ପୂର୍ବ ଅପେକ୍ଷା ଏକ ବଡ଼ ଇଞ୍ଜିନ୍, ନୂଆ ଡିଜାଇନ୍, ହେଡଲାଇଟ୍ ଏବଂ ନୂଆ ଇନଷ୍ଟ୍ରୁମେଣ୍ଟ କନସୋଲ୍ ସହିତ ଲ୍ୟାସ୍ କରାଯାଇଛି । ଏହା ସହିତ ଏହି ବାଇକରେ ଅନେକ କିଛି ପରିବର୍ତ୍ତନ କରାଯାଇଛି । ଆସନ୍ତୁ ଜାଣିବା କେଉଁ ନୂଆ ଫିଚର୍ସ ସହିତ ଏହି ନୂଆ Enfield Scram 440 ଲ୍ୟାସ୍ କରାଯାଇଛି ।

ପ୍ରାଇସ୍ :

Enfield Scram 440 କୁ ଦୁଇଟି ଦୁଇଟି ଭ୍ୟାରିଆଣ୍ଟରେ ଅଣାଯାଇଛି ଯାହା ହେଉଛି- ଟ୍ରେଲ ଏବଂ ଫୋର୍ସ । ଏହାର ଟ୍ରେଲ୍ ଭ୍ୟାରିଆଣ୍ଟରେ ଆଲଏ ହୁଇଲ୍ ଏବଂ ଟ୍ୟୁବଲେସ୍ ଟାୟାରର ବ୍ୟବହାର କରାଯାଇଛି । ଏହି ବାଇକରେ ୪ଟି କଲର ଅପ୍ସନରେ ଲଞ୍ଚ କରାଯାଇଛି ଯାହା ରହିଛି- blue, green, grey ଏବଂ teal ।

• Royal Enfield Scram 440 Trail (Blue ଏବଂ Green) – ୨ .୦୮ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରେ ରହିଛି ।

• Royal Enfield Scram 440 Force (Grey and Teal ) – ୨.୧୫ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ରେ ରହିଛି ।
ଭାରତୀୟ ବଜାରରେ ନୂଆ Royal Enfield Scram 440 ନୂଆ riumph Scrambler 400X ଏବଂ Yezdi Scrambler ସହିତ ଟକ୍କର ଦେବ ।

 

• Royal Enfield Scram 440 ରେ Royal Enfield Scram 411 ସହିତ ଆକାରରେ ସମାନ ରହିଛି । ଏଥିରେ ଲକ ନୂଆ ହେଡଲାଇଟ୍, ଏକ ବଡ଼ ଫ୍ୟୁଏଲ୍ ଟ୍ୟାଙ୍କ୍, ନୂଆ ସିଟ୍ ଏବଂ ଏକ ଟ୍ବକ୍ଡ୍ ଟେଳ୍ ସେକ୍ସନର ସାମିଲ୍ କରାଯାଇଛି, ଯାହାକି ଏହା ପୂର୍ବ ଅପେକ୍ଷା ଅଧିକ ସ୍ଲିମ୍ ଦେଖାଯାଉଛି ।

• ବାଇକରେ ୪୪୩cc ଏୟାର ଏବଂ ଅଏଲ-କୁଲ୍ଡ, ସିଙ୍ଗଲ-ସିଲିଣ୍ଡର ଇଞ୍ଜିନର ବ୍ୟବହାର କରାଯାଇଛି । ଯାହା ୨୫.୪ PS ର ପାୱାର ଏବଂ ୩୪ Nm ର ଟର୍କ ଜେନେରେଟ୍ କରିଥାଏ । ଏହାର ଇଞ୍ଜିନ୍ ୬-ସ୍ପିଡ୍ ଟ୍ରାନ୍ସମିସନ୍ ସହିତ ଜଡିତ ଥିବା ପୂର୍ବ ମଡେଲର ୫-ସ୍ପିଡ୍ ରିୟର ବକ୍ସ ଦିଆଯାଇଥିଲା ।

ଫିଚର୍ସ :

Royal Enfield Scram 440 ର ଫିଚର୍ସ ବିଷୟରେ କହିବାକୁ ଗଲେ ଏଥିରେ ନୂଆ LED ହେଡଲାଇଟ୍, ଏକ ନୂଆ ଇଦଷ୍ଟ୍ରୁମେଣ୍ଟ କନସୋଲ୍, ସିଙ୍ଗଲ-ପିସ୍ ସିଟ୍, ଏକ USB ଚାର୍ଜିଂ ପୋର୍ଟ, ଟ୍ରିପର ବେଭିଗେସନ୍ ପୋଡ୍ ଏବଂ ଗୋଲ୍ ରିୟର-ଭ୍ୟୁ ମିରର ରହିଛି ।

ନୂଆ Scram 440 ରେ ୧୯୦mm ହୁଇଲ୍ ଟ୍ରାଭେଲ୍ ସହିତ ୪୧ mm ଟେଲିସ୍କୋପ୍ ଫର୍କ ଏବଂ ୧୮୦ mm ହୁଇଲ୍ ଟ୍ରାଭେଲ୍ ସହିତ ମନୋସକ୍ ସସପେନ୍ସନ୍ ଦିଆଯାଇଛି । ଏହାର ଫ୍ରଣ୍ଟରେ ୩୦୦ mm ଡିସ୍କ ଏବଂ ରିୟରରେ ୨୪୦mm ଡିସ୍କ ବ୍ରେକ୍ ଦିଆଯାଇଛି । ଏଥିରେ ଡୁଆଲ୍ ଚ୍ୟାନେଲ୍ ABS ମଧ୍ୟ ଦିଆଯାଇଛି । ବାଇକରେ ୧୯ ଇଞ୍ଚର ଫ୍ରାଣ୍ଟ ଏବଂ ୧୭ ଇଞ୍ଚର ରିୟର ହୁଇଲ୍ ରହିଛି, ଯେଉଁଥିରେ ୧୦୦ ସେକ୍ସନର ଫ୍ରଣ୍ଟ ଏବଂ ୧୨୦ ସେକ୍ସନର ରହିୟର ବ୍ଲକ୍ ପ୍ୟାଟର୍ନ ଟାୟାରର ବ୍ୟବହାର କରାଯାଇଛି । ଏହାର ଟ୍ରେଲ୍ ଭ୍ୟାରିଆଣ୍ଟରେ ସ୍ପୋକ୍ ହୁଇଲ୍ ଏବଂ ଟ୍ୟୁବ୍ ଟାୟାର ଲଗାଯାଇଛି । ଏହାର ଫ୍ୟୁଏଲ ଟାଙ୍କିର କାପାସିଟି ୧୫ ଲିଟର ରହିଛି ।

You might also like