କିଏ କିଣିବ Royal Enfield Bullet ? କାହିଁକିନା ଆସିଗଲା କମ୍ପାନୀର ସବୁଠାରୁ ବଢ଼ିଆ ବାଇକ୍‌, ଦାମ୍‌ ବି କମ୍‌

ଆସିଗଲା ରୟାଲ ଏନଫିଲ୍ଡର ସବୁଠାରୁ ବଢ଼ିଆ ମଡେଲ । ରୟାଲ ଏନଫିଲ୍ଡ ସୁପର ମିଟିୟୋର ୬୫୦କୁ ଭାରତୀୟ ବଜାରରେ ଲଞ୍ଚ୍‌ କରିଦିଆଯାଇଛି । ଏହି କ୍ରୁଜର ବାଇକକୁ ୩.୪୮ ଲକ୍ଷ ଟଙ୍କା ଏବଂ ୩.୭୮ ଲକ୍ଷ ଟଙ୍କାର ପ୍ରାଇସ୍‌ ରେଞ୍ଜରେ ଉପଲବ୍ଧ କରାଯାଇଛି । ଏହାସହିତ ଏହା ଦେଶର ରୟାଲ ଏନଫିଲ୍ଡ ଯୁଗର ସବୁଠାରୁ ମହଙ୍ଗା ବାଇକ୍‌ ମଧ୍ୟ ବନିଯାଇଛି । ଏଥିରେ 648cc, ଏୟାର ଏବଂ ଅଏଲ-କୁଲ୍ଡ, ପାରାଲଲ-ଟ୍ଵିନ୍‌ ଇଞ୍ଜିନ ଦିଆଯାଇଛି । Royal Enfield Interceptor 650 ଏବଂ Continental GT 650ରେ ମଧ୍ୟ ଏହି ଇଞ୍ଜିନ ରହିଛି । ଯଦିଓ କମ୍ପାନୀ Super Meteor ଇଞ୍ଜିନ ଏବଂ ଏହାର ଗିୟରିଙ୍ଗକୁ ରିମ୍ୟାପ୍‌ କରାଯାଇଛି ।

ରୟାଲ ଏନଫିଲ୍ଡ ସୁପର ମିଟିୟୋର ୬୫୦ର ଦାମ୍‌ (ଭେରିୟଣ୍ଟ ଅନୁସାରେ)

— Astral- 3.48 ଲକ୍ଷ ଟଙ୍କା
— Interstellar- 3.63 ଲକ୍ଷ ଟଙ୍କା
— Celestial- 3.78 ଲକ୍ଷ ଟଙ୍କା

ସୁପର ମିଟିୟୋର 650ର ଇଞ୍ଜିନ 7,250rpmରେ 47bhp ମ୍ୟାକ୍ସ ପାଓ୍ଵର ଏବଂ 5,650rpmରେ 52Nm ପିକ୍‌ ଟର୍କ ଦେବ । ଟ୍ରାନ୍ସମିଶନ ପାଇଁ ୬-ସ୍ପିଡ କନସଣ୍ଟାଣ୍ଟ ମେଶ ଗିରୟବକ୍ସ ରହିଛି । ରୟାଲ ଏନଫିଲଡ୍‌ ସୁପର ମିଟିୟୋର ୬୫୦ରେ ଲମ୍ବ ୨୨୬୦ମିମି, ଚଉଡା ୮୯୦ ମିମି ଏବଂ ଉଚ୍ଚତା ୧୧୫୫ମିମି ରହିଛି । ଏହାର ହ୍ଵିଲବେସ ୧୫୦୦ଏମଏମ ଏବଂ ଗ୍ରାଉଣ୍ଟ କ୍ଲିୟରାନ୍ସ ୧୩୫ଏମଏମ ରହିଛି । ଏହାର ସିଟର ଉଚ୍ଚତା ରହିଛି ୭୪୦ମିମି। ରୟାଲ ଏନଫିଲ୍ଡ କ୍ରୁଜର ୬୫୦ସିସି ବାଇକ ୧୯ ଇଞ୍ଚର ଫ୍ରଣ୍ଟ ଏବଂ ୧୬ ଇଞ୍ଚର ରିୟର ହ୍ଵିଲ୍ସ ସହିତ ଲଞ୍ଚ୍‌ କରାଯାଇଛି, ଯେଉଁଥିରେ କ୍ରମଶଃ ୧୦୦/୯୦ ଏବଂ ୧୫୦/୮୦ ଟାୟର ଲାଗିଛି । ଏଥିରେ ୩୨୦ମିମିର ଫ୍ରଣ୍ଟ ଏବଂ ୩୦୦ ମିମିର ରିୟର ଡିସ୍କ ବ୍ରେକ୍‌ ରହିଛି ।

ବାଇକରେ ଷ୍ଟାଣ୍ଡାର୍ଡ ଫିଟମେଣ୍ଟ ଭାବେ ଡୁଆଲ-ଚ୍ୟାନେଲ ABS (ଆଣ୍ଟି-ଲକ ବ୍ରେକିଙ୍ଗ ସିଷ୍ଟମ) ମିଳିଥାଏ । ଏହା କମ୍ପାନୀର ପ୍ରଥମ ବାଇକ, ଯେଉଁଥିରେ Showa 43mm USD ଫୋର୍କ ସସପେନ୍ସନ ଏବଂ ଫୁଲ LED ହେଡଲ୍ୟାମ୍ପ ରହିଛି । ଏହା କମ୍ପାନୀର ସବୁଠାରୁ ଭାରି ବାଇକ, ଯାହାର ଓଜନ ରହିଛି ୨୪୧ କିଲୋଗ୍ରାମ) । ଏଥିରେ ଟ୍ରିପର ନେଭିଗେସନ ପଡ ଷ୍ଟାଣ୍ଡାର୍ଡ ରୂପରେ ମିଳିଥାଏ । ଏଥିରେ ଆଲୁମିନିୟମ୍‌ ଫିନିସଡ୍‌ ସ୍ୱିଚତ କ୍ୟୁବ୍ସ ଦିଆଯାଇଛି । ଏହାର ଡିଜାଇନ୍‌ ଏବଂ ଲୁକ୍‌ ବହୁତ ବଢ଼ିଆ ଲୁକ୍‌ ଦେଉଛି। ଏହା କମ୍ପାନୀର ସବୁଠାରୁ ପପୁଲାର ବୁଲେଟ ଏବଂ କ୍ଲାସିକ ଠାରୁ ବି ଅଧିକ ଆକର୍ଷଣୀୟ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.