ଭାରତୀୟ ରେଳବାଇ ଆଣୁଛି ବଡ ପରିବର୍ତ୍ତନ, ଏବେ ଟିଟିଇ ନୁହେଁ ଆରପିଏଫ୍‌ କରିବେ ଟିକେଟ ଚେକିଂ

କରୋନା ସମୟରେ ଭାରତୀୟ ରେଳବାଇ ନିଜକୁ ସଜାଡିବାକୁ ଚେଷ୍ଟା କରୁଛି। ନିଜକୁ ଆଧୁନିକ କରିବା ପାଇଁ ପ୍ରସ୍ତୁତ ଚଳାଇଛି। ତେଣୁକରି ଅନେକ ପରିବର୍ତ୍ତନ ଆଣିଛି। ଆପଣ ଟ୍ରେନରେ ଯାତ୍ରା କରିବା ବେଳେ କିମ୍ବା ଷ୍ଟେସନରେ ଥିବା ବେଳେ ଟିଟିଇ ଟିକେଟ ଚେକିଂ କରିଥାନ୍ତି। କିନ୍ତୁ ଏବେ ଆଉ ଟିଟିଇ ଟିକେଟ ଚେକ୍‌ କରିବେ ନାହିଁ। ରେଳବାଇ ପକ୍ଷରୁ ଏବେ ଆରପିଏଫ କର୍ମଚାରୀ ଟିକେଟ ଚେକିଂ କରିବେ ବୋଲି ରେଳବାଇ ପରିବର୍ତ୍ତନ କରିଛି।

train

ଖବର ମୁତାବକ, ରେଳବାଇ ନିଜ କର୍ମଚାରୀଙ୍କୁ ମଲ୍ଟି ଟାକ୍ସଂ କରିବା ପାଇଁ ଏପରି ଯୋଜନା କରିଛି। ଏବେ ଟିଟିଇ ବଦଳରେ ଟ୍ରେନ ଭିତରେ ଆରପିଏଫ କର୍ମଚାରୀ ଟିକେଟ ଚେକିଂ କରିପାରିବେ। ଏହାଛଡା ବିଭିନ୍ନ ଜୋନରେ ଷ୍ଟେସନ ମାଷ୍ଟର ମଧ୍ୟ ନିଜର କାମ ଛଡା ସିଙ୍ଗଲ ମେଣ୍ଟେନର କାମ ମଧ୍ୟ ସମ୍ଭାଳିବେ।

22

ଗତବର୍ଷ କେନ୍ଦ୍ରୀୟ କ୍ୟାବିନେଟର ପୁନର୍ଗଠନ ମଞ୍ଜୁରୀ ମିଳିବା ପରେ ରେଳବାଇ ଆଠଟି ସେବା ‘ଭାରତୀୟ ରେଲେଓ୍ଵ ପ୍ରବନ୍ଧନ ସେବା’ରେ ଏକକୃତ କରିବା ଉପାୟରେ କାମ କରୁଛି। ଏଥିରେ ଷ୍ଟେସନକୁ ଏୟାରପୋର୍ଟ ଭଳି ସିଷ୍ଟମ ଲାଗୁ କରିବା ପ୍ରସ୍ତାବ ମଧ୍ୟ ରହିଛି। ଯାହା ଫଳରେ ରେଲେଓ୍ଵ ରିଜରଭେସନକୁ ପେପର ଲେସ କରିବା ପାଇଁ ପ୍ରସ୍ତାବ ରହିଛି। ଯାତ୍ରୀମାନଙ୍କୁ ଟିକେଟ ମୋବାଇଲ କିମ୍ବା ମେଲ ଜରିଆରେ ପଠାଯିବାର ପ୍ରସ୍ତାବ ରହିଛି। ଯାହାକୁଯାତ୍ରୀ ନିଜେ ପ୍ରିଣ୍ଟ କରି ଆଣିପାରିବେ। ଅର୍ଥାତ୍‌ ଆଉ ରେଲେଓ୍ଵ ଆପଣଙ୍କୁ କାଗଜ ଟିକେଟ ଦେବ ନାହିଁ। ଏଥିପାଇଁ ରେଲେଓ୍ଵରେ ଆଉ ଆକାଉଣ୍ଟ, କର୍ମସିଆଲ, ଇଲେକ୍ଟ୍ରିସିଆନ, ମେକାନିକାଲ, ଇଂଜିନିୟରିଂ, ମେଡିକାଲ, ପର୍ସନାଲ, ଟେଲିକମ୍ୟୁନିକେସନ ବିଭାଗର ପ୍ରମୁଖ ପଦ ଏବଂ ଅନ୍ୟ ପଦବୀର ବିଲୟ ଘଟିଛି।

Leave A Reply

Your email address will not be published.