୯୦୦ରୁ ଅଧିକ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ଜାରି, ତୁରନ୍ତ କରନ୍ତୁ ଆବେଦନ

ଯଦି ଆପଣ ଆସିଷ୍ଟାଣ୍ଟ ପ୍ରଫେସର ହେବାର ସ୍ୱପ୍ନ ଦେଖୁଛନ୍ତି ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ହିନ୍ଦୀ, ଇଂରାଜୀ, ଗଣିତ ଠାରୁ ଆରମ୍ଭ କରି ବିଭିନ୍ନ ବିଷୟରେ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ୯୧୮ ପଦ ଖାଲି ରହିଛି। ଇଛୁକ ଏବଂ ଯୋଗ୍ୟ ଆବେଦନକାରୀ ରାଜସ୍ଥାନ ଲୋକ ସେବା ଆୟୋଗର ଅଧିକାରିକ େଓ୍ଵବସାଇଟ୍‌ ଜରିଆରେ ଆବେଦନ କରିପାରିବେ।

teacherଏହି ପଦବୀରେ ଆବେଦନ ପକ୍ରିୟା ଆଜିଠାରୁ ଅର୍ଥାତ ୯ ନଭେମ୍ବରରୁ ଆରମ୍ଭ ହୋଇଛି। ଏନେଇ ଆବେଦନକାରୀ ଆସନ୍ତା ୮ ଡିସେମ୍ବର ପର୍ଯ୍ୟନ୍ତ ଆବେଦନ କରିପାରିବେ। ଆବେଦନକାରୀ rpsc.rajasthan.gov.in ଜରିଆରେ ଉକ୍ତ ପଦବୀ ପାଇଁ ଆବେଦନ କରିପାରିବେ।
ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କ ବୟସ ସୀମା ୨୧ ରୁ ୪୦ ବର୍ଷ ନିର୍ଧାରିତ କରାଯାଇଛି। ଆବେଦନକାରୀଙ୍କ ପାଖରେ ୫୫ ପ୍ରତିଶତ ଅଙ୍କ ସହ ମାଷ୍ଟର ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଥିସହ ୟୁଜିସି ନେଟ୍‌ ପାସ୍‌ ମଧ୍ୟ ହାସଲ କରିଥିବା ଆବଶ୍ୟକ।

teachersସୂଚନା ମୁତାବକ ଆବେଦନକାରୀ ବନସ୍ପତି ବିଜ୍ଞାନ, ରସାୟନ ବିଜ୍ଞାନ, ଗଣିତ, ଭୌତିକ, ଜୁଲଜି, ବିଜନେସ୍‌, ଏଡମିନିଷ୍ଟ୍ରେସନ୍‌, ଲ୍‌, ହିନ୍ଦୀ, ସମାଜଶାସ୍ତ୍ର ଏବଂ ଦର୍ଶନ ଆଦି ବିଷୟରେ ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଏହାବ୍ୟତୀତ ସଂସ୍କୃତ ଏବଂ ଉର୍ଦ୍ଧୁ ବିଷୟ ପାଇଁ ମଧ୍ୟ ଆସିଷ୍ଟାଣ୍ଟ ପ୍ରଫେସର ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.