RRB JE Recruitment 2018-19 : ରେଲୱେ ଜୁନିୟର ଇଞ୍ଜିନିୟର ପଦ ନିଯୁକ୍ତି ! ଜାଣନ୍ତୁ ଡିଟେଲ୍ସ ଏବଂ କେମିତି କରିବେ ଆବେଦନ

ଚଳିତ ବର୍ଷ ଭାରତୀୟ ରେଳ ଦ୍ବାରା ଗ୍ରୁପ ସି ଏବଂ ଗ୍ରୁପ ଡିର ପ୍ରାୟ ଏକ ଲକ୍ଷ ପଦବୀ ପାଇଁ ଭେକେନ୍ସୀ ବାହାର କରାଯାଇଥିଲା। ଏହାପରେ ରେଲୱେ ଭର୍ତ୍ତୀ ବୋର୍ଡ ଡିସେମ୍ବର ୨୯ରେ ଜୁନିୟର ଇଞ୍ଜିନିୟର ପଦରେ ନିଯୁକ୍ତି ପାଇଁ ନୋଟିଫିକେସନ ଜାରୀ କରିବା ପାଇଁ ପ୍ରସ୍ତୁତ କରାଯାଉଛି। ଏହି ନିଯୁକ୍ତି ପାଇଁ ଅନଲାଇନ ଆବେଦନ ୨ ଜାନୁଆରୀ ଠାରୁ ଆରମ୍ଭ ହେବ। ରେଜିଷ୍ଟ୍ରେସନର ଶେଷ ତାରିଖ ୩୧ ଡିସେମ୍ବର।

ରିପୋର୍ଟ ଅନୁଯାୟୀ, ଆରଆରବି ୧୪,୦୫୯ ପଦର ନିଯୁକ୍ତି ପାଇବା ପାଇଁ ନୋଟିଫିକେସନ ଜାରୀ କରିବ। ଏହି ଭର୍ତ୍ତୀକୁ ନେଇ ଜଡିତ ଥିବା ସମସ୍ତ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୂଚନା ଅନୁଯାୟୀ ୧୪,୦୫୯ ପଦ ମଧ୍ୟରୁ ୮୭୭୯ ପଦ ଜୁନିୟର ଇଞ୍ଜିନିୟରଙ୍କ ପାଇଁ। ୪୩୦୪ ପଦ ସିନିୟର ସେକ୍ସନ ଇଞ୍ଜିନିୟରଙ୍କ ପାଇଁ ରହିବ। ୧୬୨ ପଦ ପାଇଁ ସିଏମଡି ଏବଂ ୨୯୪ ପଦ ପାଇଁ ଡିଏମଏସର ନିଯୁକ୍ତି ହେବ। ଆବେଦନକାରୀ ଫିସ ରହିଛି ୫୦୦ ଟଙ୍କା। ଅନୁସୂଚିତ ଜାତି ଏବଂ ଉପଜାତିଙ୍କ ପାଇଁ ଏହି ଫିସ ମାଗଣା ରହିଛି।

mumbaiଯୋଗ୍ୟ ଆଶାୟୀ ପ୍ରାର୍ଥୀ RRBର ଅଫିସିଆଲ ୱେବସାଇଟରେ Indianrailways.gov.in ଯାଇ ଆବେଦନ କରିପାରିବେ। ରେଲୱେର ଅଫିସିଆଲ ୱେବସାଇଟ ଅଟେ। ଏହା ସହିତ କ୍ଷେତ୍ରୀୟ ୱେବସାଇଟ ଆରଆରବି ଗ୍ବାହାଟୀ(rrbguwahati.gov.in), ଆରଆରବି ଜମ୍ମ୍ୂ(rrbjammu.nic.in), ଆରଆରବି କୋଲକାତା(rrbjammu.nic.in), ଆରଆରବି ମାଲଦା(rrbmalda.gov.in), ଆରଆରବି ମୁମ୍ବାଇ(rrbmumbai.gov.in), ଆରଆରବି ମୁଜ୍ଜାଫରପୁର(rrbmuzaffarpur.gov.in), ଆରଆରବି ପାଟନା(rrbpatna.gov.in), ଆରଆରବି ରାଞ୍ଚୀ(rrbranchi.gov.in), ଆରଆରବି ସିକନ୍ଦରାବାଦ(rrbsecunderabad.nic.in), ଆରଆରବି ଅହମଦାବାଦ(rrbahmedabad.gov.in), ଆରଆରବି ଆଜମେର(rrbajmer.gov.in), ଆରଆରବି ବେଙ୍ଗାଲୁରୂ(rrbbnc.gov.in), ଆରଆରବି ଭୋପାଳ(rrbbpl.nic.in), ଆରଆରବି ଭୁବନେଶ୍ବର(rrbbbs.gov.in), ଆରଆରବି ବିଳାସପୁର(rrbbilashpur.gov.in), ଆରଆରବି ଚଣ୍ଡିଗଡ(rrbcdg.gov.in), ଆରଆରବି ଚେନ୍ନାଇ(rrbchennai.gov.in), ଆରଆରବି ସିଲିଗୁଡୀ(rrbsiliguri.org), ଆରଆରବି ଗୋରଖପୁର(rrbguwahati.gov.in), ଆରଆରବି ଥିରୁଅନନ୍ତପୁରମ(rrbthiruvanthapuram.gov.in)କୁ ଯାଇ ଆବେଦନ କରପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.