RRB NTPC ସିବିଟି-2 ପରୀକ୍ଷା ତାରିଖ ଘୋଷିତ, ଅଫିସିଆଲ ୱେବସାଇଟ ଦେଖି ଚେକ କରନ୍ତୁ

ରେଲୱେ ରିକ୍ରୁଟମେଣ୍ଟ ବୋର୍ଡ ବା ଆରଆରବି ୱେବସାଇଟରେ ଏନ୍ଟିପିସି ସିବିଟି-୨ ପରୀକ୍ଷା ତିଥି ଘୋଷଣା କରିଛନ୍ତି । ଯେଉଁମାନେ ଏନ୍ଟିପିସି ପ୍ରଥମ ଭାଗ କମ୍ୟୁଟର ଆଧାରିତ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଦ୍ଵିତୀୟ ଚରଣ ପରୀକ୍ଷା ତାରିଖ ଯାଞ୍ଚ କରିପାରିବେ । ପରୀକ୍ଷାର୍ଥୀଙ୍କ ସୁବିଧା ପାଇଁ ଆମେ ଏଠାରେ ଆପଣଙ୍କୁ ବିସ୍ତୃତ ତଥ୍ୟ ଓ ତାରିଖ ଗୁଡିକ ବାବଦରେ କହିରଖୁଛୁ । ଆରଆରବି ବୋର୍ଡ ତରଫରୁ ଜାରି ହୋଇଥିବା ଅଫିସିଆଲ ଅପଡେଟ ଅନୁସାରେ, ଆରଆରବି ଏନ୍ଟିପିସି ସିବିଟି-1 ରିଭାଇସଡ଼ ରେଜଲ୍ଟରେ ବେତନ ସ୍ତର -୪ ଓ ୬ ପାଇଁ ସର୍ଟଲିଷ୍ଟ କରାଯାଇଥିବା ଆଶାୟୀଙ୍କ ପାଇଁ ଦ୍ଵିତୀୟ ଚରଣର କମ୍ପ୍ୟୁଟର ଆଧାରିତ ଟେଷ୍ଟ( ସିବିଟି-2) ହୁଏତ ଆସନ୍ତା ମେ ୯, ୧୦ ତାରିଖରେ ଆୟୋଜିତ ହେବାର ଅଛି । ବୋର୍ଡ ଅଧିକାରୀଙ୍କ କହିବା ଅନୁଯାୟୀ ପେ ଲେବଲ ୨,୩ ଓ ୫ ପାଇଁ ପରୀକ୍ଷା କାର୍ଯ୍ୟକ୍ରମ ଘୋଷଣା ପରବର୍ତ୍ତୀ ସମୟରେ କରାଯିବ । ଆଶାୟୀମାନଙ୍କୁ

ପରାମର୍ଶ ଦିଆଯାଇଛିକି ଭର୍ତ୍ତି ପ୍ରକ୍ରିୟା ବାବଦରେ ପୁଙ୍ଖାନୁପୁଙ୍ଖ ତଥ୍ୟ ଜାଣିବା ପାଇଁ ନିୟମିତ ବ୍ୟବଧାନରେ ଅଫିସିଆଲ ୱେବସାଇଟ ଦେଖନ୍ତୁ । ଉପରେ ଦର୍ଶାଯାଇଥିବା ସମସ୍ତ ସେକ୍ସନ ପ୍ରଶ୍ନର ସମାଧାନ କରିବା ପାଇଁ ଆଶାୟୀ ମାନଙ୍କୁ ୯୦ ମିନିଟ ପର୍ଯ୍ୟନ୍ତର ସମୟ ମିଳିବ । ନେଗେଟିଭ ମାର୍କିଙ୍ଗ ସ୍କିମ ଅନୁସାରେ ପ୍ରତିଟି ଭୁଲ ଉତ୍ତର ପାଇଁ ଏକ ତୃତୀୟାଂଶ ନମ୍ବର କଟାଯିବ । ସେ ସମସ୍ତ ଆଶାୟୀ ଯେଉଁମାନେ ଏନ୍ଟିପିସି ସିବିଟି-୧ ପରୀକ୍ଷାରେ ଉର୍ତ୍ତିର୍ଣ୍ଣ ହୋଇଛନ୍ତି ସେମାନେ ଦ୍ଵିତୀୟ ଚରଣରେ ବସିପାରିବେ । ସିବିଟି- ୨ ପରୀକ୍ଷା ପାସ କରିଥିବା ପ୍ରାର୍ଥୀ ମାନଙ୍କୁ ଟାଇପିଙ୍ଗ/ ସ୍କିଲ ଟେଷ୍ଟ ପାଇଁ ନିଶ୍ଚିତ ରୂପେ ଡକରା ଆସିବ । ଆଉ ଏହା ପରେ ସାର୍ଟିଫିକେଟ ଚେକ ଓ ମେଡିକାଲ ଫିଟ୍ନେସ ରାଉଣ୍ଡ ପାଇଁ ଆଶାୟୀ ମାନଙ୍କ ପାଇଁ  ।

Leave A Reply

Your email address will not be published.