୧୦ମ ପାସ୍ ଯୁବକ ଯୁବତୀଙ୍କ ପାଇଁ ଖୁସିଖବର, ରେଲୱେରେ ପ୍ରକାଶ ପାଇଲା ନିଯୁକ୍ତି ବିଜ୍ଞପ୍ତି

ରେଲୱେରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସିଖବର । ୱେଷ୍ଟର୍ଣ୍ଣ ରେଲୱେରେ ୧୦ ପାସ୍ ପ୍ରାର୍ଥୀଙ୍କ ପାଇଁ ପ୍ରକାଶ ପାଇଛି ନିଯୁକ୍ତି ବିଜ୍ଞପ୍ତି ।
ସମ୍ପୂର୍ଣ୍ଣ ବିବରଣୀ :
ପଦ ସଂଖ୍ୟା : ୫୭୧୮
ଆବେଦନ କରିବାର ଶେଷ ତାରିଖ : ୯ ଜାନୁଆରୀ ୨୦୧୯
ଯୋଗ୍ୟତା : ଇଛୁକ ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ଶିକ୍ଷାନୁଷ୍ଠାନରୁ ୧୦ମ କିମ୍ବା ଯୁକ୍ତ ଦୁଇ ଅତି କମରେ ୫୦ % ନମ୍ବର ସହ ପାସ୍ କରିଥିବା ଆବଶ୍ୟକ । ଏହା ସହ ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ ।
ବୟସ ସୀମା : ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ତେବେ ଏସସି/ଏସଟି ପାଇଁ ଏହା କୋହଳ କରାଯିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ୧୦ମ ଏବଂ ଆଇଟିଆଇରେ ମିଳିଥିବା ନମ୍ବର ଆଧାରରେ କରାଯିବ ।
ୱେଷ୍ଟର୍ଣ୍ଣ ରେଲୱେର ୱେବସାଇଟ୍ https://www.rrc-wr.com ଯାଇ ଏ ସମ୍ବନ୍ଧୀୟ ଅଧିକ ବିବରଣୀ ଆପଣ ପାଇପାରିବେ ।