୧୦ମ ପାସ୍‌ ପ୍ରାର୍ଥୀଙ୍କ ପାଇଁ ରେଳ ବିଭାଗ ଆଣିଛି ଚାକିରି ସୁଯୋଗ, ୧୨୭୩ ପଦ ପାଇଁ ତୁରନ୍ତ କରନ୍ତୁ ଆବେଦନ

ରେଳ ବିଭାଗରେ ଚାକିରି କରିବାକୁ ଚାହୁଁଥିବା ପିଲାଙ୍କ ପାଇଁ ଖୁସିଖବର। ଏବେ ପଶ୍ଚିମ କେନ୍ଦ୍ରୀୟ ରେଲେଓ୍ଵ ବିଭିନ୍ନ ଅପରେଣ୍ଟିସ୍‌ ପଦ ପାଇଁ ଆବେଦନ ଚାହୁଁଛି। ମୋଟ ୧୨୭୩ ପଦ ପାଇଁ ଆବେଦନ ଚାହୁଁଛି ରେଳ ବିଭାଗ। ଆବେଦନ କରିବାର ଶେଷ ତାରିଖ ରହିଛି ୨୦୨୦ ଫେବ୍ରୁଆରୀ ୧୪। ଏହି ପଦ ପାଇଁ ୧୦ ମ ପାସ୍‌ କରିଥିବା ପ୍ରାର୍ଥୀ ଆବେଦନ କରିପାରିବେ। ପ୍ରାର୍ଥୀଙ୍କ ପାଖରେ ଆଇଟିଆଇ ସାର୍ଟିଫିକେଟ୍‌ ଥିବା ଅନିବାର୍ଯ୍ୟ। ଆସନ୍ତୁ ଜାଣିବା ଏହି ପଦ ସମ୍ପର୍କରେ…

Image result for railway exam

ପଦର ନାମ:

  • ଜିଲେଜାଲ ମେକାନିକ୍‌
  • ଇଲେକ୍ସନ୍‌
  • ୱେଲଡର
  • ମେସିନିଷ୍ଟ
  • ଫିଟର
  • ଟର୍ଣ୍ଣର
  • ୱେୟାର ମ୍ୟାନ୍‌
  • କାର୍ପେଣ୍ଟର
  • ପେଣ୍ଟର
  • ଗାର୍ଡେନର
  • ପମ୍ପ ଅପରେଟର କମ୍‌ ମେକାନିକ୍‌
  • ହର୍ଟିକଲଚର ଆସିଷ୍ଟାଣ୍ଟ
  • ଇଲେକ୍ଟ୍ରୋନିକ୍‌ ମେକାନିକ୍‌
  • ଷ୍ଟେନୋଗ୍ରାଫର
  • ଡିଜିଟାଲ ଫଟୋଗ୍ରାଫି
  • ହାଉସ୍‌ କିପର

ଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀ ଦଶମ ପାସ୍‌ କରିଥିବା ଆବଶ୍ୟକ। ଏଥିସହ NCVT ରିକଗନାଇଜ୍‌ ଆଇଟିଆଇ ସାର୍ଟିଫିକେଟ୍‌ ଥିବା ଆବଶ୍ୟକ।

Image result for railway job

ବୟସ ସୀମା:

ଏହି ପଦ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୦୮.୦୧.୨୦୨୦ ସୁଦ୍ଧା ୧୫ ବର୍ଷ ଓ ସର୍ବାଧିକ ୨୪ ବର୍ଷ ହୋଇଥିବା ଆବଶ୍ୟକ।

ଆବେଦନ ଫିସ୍‌:

୧୦୦ ଟଙ୍କା

ଚୟନ ପ୍ରକ୍ରିୟା:

ଆଶାୟୀ ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡ଼ିବନାହିଁ। ୧୦ମ ଓ ଆଇଟିଆଇର ପରୀକ୍ଷାଫଳର ମେରିଟ୍‌ ଲିଷ୍ଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ।

ଏମିତି କରନ୍ତୁ ଆବେଦନ:

ଇଚ୍ଛୁକ ପ୍ରାର୍ଥୀ mponline.gov.in ୱେବ୍‌ସାଇଟ୍‌କୁ ଯାଇ ଆବେଦନ କରିପାରିବେ। ଏହା ବ୍ୟତୀତ ରେଲେଓ୍ଵର ଅଫିସିଆଲ ସାଇଟ୍‌କୁ ଯାଇ ମଧ୍ୟ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.