କରୋନାର ଦ୍ୱିତୀୟ ଲହର ଯୋଗୁଁ ଅର୍ଥନୀତିରେ ଦୁଇ ଲକ୍ଷ କୋଟିର କ୍ଷତି ହୋଇଛି : RBI

କରୋନା ମହାମାରୀର ଦ୍ୱିତୀୟ ଲହର ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଛି । ବର୍ତମାନ ଏହାର ସଂକ୍ରମଣ ହାର ଧୀରେ ଧୀରେ କମିବାରେ ଲାଗିଛି । ମାତ୍ର ମହାମାରୀ ଯୋଗୁ ଦେଶର ଆର୍ଥିକ ବ୍ୟବସ୍ଥା ଉପରେ ବହୁ ପ୍ରଭାବ ପକାଇଛି । ଏହାର ସମ୍ପୂର୍ଣ୍ଣ ତଥ୍ୟ RBI ରଖିଛି ।  କରୋନାର ଦ୍ୱିତୀୟ ଲହର ଯୋଗୁଁ ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିରେ ଦୁଇ ଲକ୍ଷ କୋଟି ଟଙ୍କା କ୍ଷତି ହୋଇଛି । ଏହି କ୍ଷତି ମୁଖ୍ୟତ ସ୍ଥାନୀୟ ତଥା ରାଜ୍ୟ ସ୍ତରୀୟ ଲକଡାଉନ୍ ର ଚାହିଦା ଉପରେ ପ୍ରତିକୂଳ ପ୍ରଭାବ ଯୋଗୁଁ ହୋଇଛି । ଯାହା ଦେଶର ଅର୍ଥନୀତି ଉପରେ ବୁଧବାର ପ୍ରକାଶିତ ରିପୋର୍ଟରେ କରୋନା ମହାମାରୀର ପ୍ରଭାବର ବିସ୍ତୃତ ସମୀକ୍ଷା କରିଛି । ଆରବିଆଇ କହିଛି ଯେ , କରୋନା ଟିକା ଏକ ବଡ ଆବିଷ୍କାର, କିନ୍ତୁ କେବଳ ଟୀକାକରଣ ଏହି ମହାମାରୀକୁ ରୋକିପାରିବ ନାହିଁ । ଆମକୁ କରୋନା ସହିତ ବଞ୍ଚିବାର ଅଭ୍ୟାସ କରିବା ସହିତ ସ୍ୱାସ୍ଥ୍ୟସେବା ଏବଂ ଲଜିଷ୍ଟିକ୍ସରେ ଅଧିକ ବିନିଯୋଗ କରିବାକୁ ସରକାରଙ୍କୁ ପ୍ରାଥମିକତା ଦେବା ଆବଶ୍ୟକ ।

ଏହା ମଧ୍ୟ ଦର୍ଶାଯାଇଛି ଯେ ମୁଦ୍ରାସ୍ଫୀତି ନେଇ ଚିନ୍ତା କେନ୍ଦ୍ରୀୟ ବ୍ୟାଙ୍କ ଆଗରେ ବହୁତ ବଡ, କିନ୍ତୁ ଏହା ସତ୍ୱେ ସୁଧ ହାର ଉପରେ କୌଣସି କଡା ଆଭିମୁଖ୍ୟ ରହିବ ନାହିଁ। ଏହି କ୍ଷତି ମୁଖ୍ୟତ ଗ୍ରାମାଞ୍ଚଳ ଏବଂ ଛୋଟ ସହରଗୁଡ଼ିକରେ ଚାହିଦା ପ୍ରଭାବରେ ହେଉଛି । କରୋନା ଭାଇରସଜନିତ ମହାମାରୀ ପରିପ୍ରେକ୍ଷୀରେ ପୂର୍ବାବସ୍ଥା ଫେରି ଆସିବା ନେଇ ଏବେ ବି ସଂଶୟ ଜାରି ରହିଛି । ରିପୋର୍ଟରେ କୁହାଯାଇଛି ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଦେଶରେ ଆଭ୍ୟନ୍ତରୀଣ ଚାହିଦା ଉପରେ ପ୍ରଭାବ ପଡିଛି । ଏହା କୃଷି, ଶିଳ୍ପ ଉତ୍ପାଦନ, ରପ୍ତାନି, ପ୍ରତ୍ୟକ୍ଷ ସମ୍ପର୍କବିହୀନ ସେବା ଆଦି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।

ଗତ ବର୍ଷ ଲକଡାଉନ ଯୋଗୁ ଦେଶରେ ଘଟିଥିବା କ୍ଷତି ତୁଳନାରେ ଚଳିତ ବର୍ଷ କ୍ଷତି କମ୍ ହୋଇଛି । ଶିଳ୍ପ ଉତ୍ପାଦନ ଏବଂ ରପ୍ତାନି ସାମ୍ମୁଖ୍ୟରୁ କ୍ରମାଗତ ଭାବରେ ସକରାତ୍ମକ ସୂଚନା ଆସୁଛି । ଦେଶର ଅର୍ଥନୀତିରେ ଦ୍ରୁତ ଗତିରେ ସ୍ୱାଭାବିକକୁ ଫେରିବାର ସାମର୍ଥ୍ୟ ଅଛି ।

Leave A Reply

Your email address will not be published.