ଅଟୋ ସେକ୍ଟରରେ ମାନ୍ଦାବସ୍ଥା ସତ୍ତ୍ୱେ ୮୫,୦୦୦ ଟଙ୍କା ଶସ୍ତାରେ ମିଳୁଛି ଦେଶର ସବୁଠାରୁ ସୁରକ୍ଷିତ କାର, ଜାଣନ୍ତୁ କଣ ରହିଛି ଏହାର ଦର

ଦେଶରେ ସେପ୍ଟେମ୍ବର ୨୯ ତାରିଖ ଠାରୁ ନବରାତ୍ରି ଆରମ୍ଭ ହେବାକୁ ଯାଉଛି ଏବଂ ଏହା ସହିତ ଫେଷ୍ଟିଭ ସିଜିନ୍ ମଧ୍ୟ ଆରମ୍ଭ ହୋଇଯିବ । ସହର ବଜାର ସବୁଆଡେ ସାଜସଜ୍ଜା ଏବଂ ନିଜର ବିକ୍ରି ବଢାଇବା ପାଇଁ କମ୍ପାନୀ ମାନେ ଡ଼ିସକାଉଣ୍ଟ ସହିତ ଅନେକ ନୂଆ ନୂଆ ଅଫର ମଧ୍ୟ ଆଣିବେ । କେବଳ ସେତିକି ନୁହେଁ ବର୍ତ୍ତମାନ ଠାରୁ ମଧ୍ୟ ଅନେକ କମ୍ପାନୀ ନିଜର ଡ଼ିସକାଉଣ୍ଟ ସହିତ ଅନେକ ଆକର୍ଷଣୀୟ ଅଫର ଦେବା ଆରମ୍ଭ କରିଦେଇଛନ୍ତି । ଏହି ସମୟରେ କାର ବଜାର ମଧ୍ୟ ଡ଼ିସକାଉଣ୍ଟ ଏବଂ ଆକର୍ଷଣୀୟ ଅଫରରେ ଭରପୁର । ଦେଶରେ ଅଟୋ ସେକ୍ଟର ମାନ୍ଦାବସ୍ଥା ଦେଇ ଗତି କରୁଥିବା ସତ୍ତ୍ୱେ ଫେଷ୍ଟିଭ ସିଜିନକୁ ନେଇ ନୂଆ ଆଶା ଜାଗ୍ରତ ହୋଇଛି । ଏହି ସମୟରେ ଟାଟା ମୋଟର୍ସର ସବୁଠାରୁ ସୁରକ୍ଷିତ Compact SUV ଉପରେ ମଧ୍ୟ ଭଲ ଡ଼ିସକାଉଣ୍ଟ ମିଳୁଛି । ତାହେଲେ ଆସନ୍ତୁ ଜାଣିବା କଣ ରହିଛି ରିହାତି ।

ଏହି ସମୟରେ କମ୍ପ୍ୟାକ୍ଟ SUV ସେଗମେଣ୍ଟରେ Tata Nexon ଦେଶର ସୁରକ୍ଷିତ ଗାଡି ଅଟେ । କାରଣ ଲଞ୍ଚ ହେବା ପରଠାରୁ ଆଜି ପର୍ଯ୍ୟନ୍ତ ଏକ ଲକ୍ଷରୁ ଅଧିକ ଗ୍ରାହକ ଏହି କାରକୁ ନିଜ ଗ୍ୟାରେଜର ଶୋଭା ବନାଇଛନ୍ତି । ଏହାସହିତ ଟାଟା ମୋଟର୍ସ Nexon ଉପରେ ମଧ୍ୟ ବହୁତ ଭଲ ଅଫର ଆଣିଛି । ଏହି କାର ଉପରେ ୮୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତିର ମୌକା ମିଳିଛି । ଏଥିରେ କନ୍ଜ୍ୟୁମର ଅଫର, କର୍ପୋରେଟ ବୋନସ ଏବଂ ଏକ୍ସଚେଂଜ ଅଫର ମଧ୍ୟ ସାମିଲ ଅଟେ ।

ଏହାସହ ପଢନ୍ତୁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରିବା ପରେ କିପରି ଜାଣିବେ ରିଫଣ୍ଡ ମିଳିଲା କି ନାହିଁ

ଦିଲ୍ଲୀ ଏକ୍ସ ଶୋରୁମରେ Tata Nexonର ଦର ୬.୫୮ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧୦.୪୦ ଲକ୍ଷ ପର‌୍ୟ୍ୟନ୍ତ ରହିଛି । ଏହି ଗାଡ଼ିରେ ୧.୨ ଲିଟର Turbocharged Revotron ପେଟ୍ରୋଲ ଇଂଜିନ ଏବଂ ୧.୨ ଲିଟର Turbocharged Revotronq ଡିଜେଲ ଇଂଜିନ ଦିଆଯାଇଛି । ଏହି ଦୁଇ ଇଂଜିନ 6-speed ମାନୁଆଲ ଟ୍ରାନ୍ସମିଶନ ଏବଂ ଅଟୋମେଟିକ ଟ୍ରାନ୍ସମିଶନ ଅପ୍ସନ ସହିତ ରହିଛି ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago