ଆଜିଠାରୁ ଅକ୍ଟୋବର ମାସ ଆରମ୍ଭ ହୋଇଛି । ତେଣୁ ଆଜିଠାରୁ ଅନେକ ନିୟମରେ ପରିବର୍ତ୍ତନ ହୋଇଛି । ସକାଳୁ ସକାଳୁ ଗ୍ରାହକଙ୍କୁ ଲାଗିଛି ଝଟକା । ମାସ ଆରମ୍ଭରୁ ବଢିଲା ଗ୍ୟାସ ସିଲିଣ୍ଡର ଦାମ୍ । ୧୯ କିଲୋ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମ୍ ୪୮ ଟଙ୍କା ମହଙ୍ଗା ହୋଇଛି । କ୍ରେଡିଟ କାର୍ଡରୁ ଆରମ୍ଭ କରି ବୀମା ଏବଂ ଟ୍ୟାକ୍ସ ସହିତ ଜଡିତ ନିୟମ ପରିବର୍ତ୍ତନ ହୋଇଛି । ପିପିଏଫ ଏବଂ ସୁକନ୍ୟା ସହିତ ଜଡିତ ନିୟମ ମଧ୍ୟ ପରିବର୍ତ୍ତନ ହୋଇଛି ।
ଗ୍ୟାସ୍ ସିଲିଣ୍ଡର ଦାମ୍ :
ଅକ୍ଟୋବର ୧ରୁ ୧୯ କିଲୋ କର୍ମସିଆଲ ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ ହୋଇଛି । ଗ୍ୟାସ ସିଲିଣ୍ଡର ଦାମ୍ ୪୮ ଟଙ୍କା ବୃଦ୍ଧି ପାଇଛି । ଦିଲ୍ଲୀରେ କର୍ମସିଆଲ ଗ୍ୟାସ ଦର ୧୬୯୧.୫୦ରୁ ବଢି ୧୭୪୦ ଟଙ୍କା ହୋଇଛି ।
ସୁକନ୍ୟା ସମୃଦ୍ଧି ଯୋଜନା:
ଏହି ଯୋଜନାରେ ମଧ୍ୟ ନୂଆ ନିୟମ ଲାଗୁ କରାଯିବ । ଏହି ନିୟମ ଅନୁସାରେ, ଅକ୍ଟୋବର ୧ ତାରିଖରୁ କେବଳ ଆଇନଗତ ଅଭିଭାବକ ହିଁ ଝିଅଙ୍କ ଆକାଉଣ୍ଟ ପରିଚାଳିତ କରିପାରିବେ । ଏଣିକି ସମସ୍ତ ଆକାଉଣ୍ଟ ଆଇନଗତ ଅଭିଭାବକ ବା ପ୍ରାକୃତିକ ପିତା-ମାତାଙ୍କ ନାମକୁ ସ୍ଥାନାନ୍ତରିତ କରାଯିବ ।
PPF ଆକାଉଣ୍ଟର ୩ ନୂଆ ନିୟମ:
ଯଦି NRI ଆକାଉଣ୍ଟଦାରୀ ନିଜ PPF ଆକାଉଣ୍ଟର ନିୟମ ଅନୁସାରେ ଅପଡେଟ ନ କରିବେ, ତେବେ ସେମାନଙ୍କୁ କୌଣସି ପ୍ରକାରର ସୁଧ ମିଳିପାରିବ ନାହିଁ । ନୂଆ ନିର୍ଦ୍ଦେଶାବଳୀ ଅନୁସାରେ, ପିଲା ୧୮ ବର୍ଷ ବୟସର ହେବା ପର୍ଯ୍ୟନ୍ତ ନାବାଳକଙ୍କ ନାମରେ ଖୋଲାଯାଇଥିବା PPF ଆକାଉଣ୍ଟରେ POSA ସୁଧ ଲାଗୁ ରହିବ । ଏହାବ୍ୟତୀତ ଯଦି କୌଣସି ବ୍ୟକ୍ତିଙ୍କ ପାଖରେ ଏକାଧିକ PPF ଆକାଉଣ୍ଟ ରହିଛି, ତେବେ କେବଳ ପ୍ରମୁଖ ଆକାଉଣ୍ଟରେ ହିଁ ଯୋଜନାର ସୁଧ ଦର ଲାଗୁ ହେବ ।