ଭାରତୀୟ ମୁଦ୍ରା ହେବ ଇଣ୍ଟରନ୍ୟାସନାଲ କରେନ୍ସି Rupeeଦ୍ୱାରା ବିଦେଶରେ କାରବାର କରିପାରିବେ ଦେଶୀୟ ବ୍ୟବସାୟୀ

ଭାରତୀୟ ମୁଦ୍ରା ହେବ ଇଣ୍ଟରନ୍ୟାସନାଲ କରେନ୍ସି । Rupee ଦ୍ୱାରା ବିଦେଶରେ କାରବାର କରିପାରିବେ ଦେଶୀୟ ବ୍ୟବସାୟୀ। ଏମିତିରେ ଲିଷ୍ଟରେ ୧୮ ଟି ଦେଶ ରହିଛି।

ଭାରତୀୟ ମୁଦ୍ରା ଅନ୍ତରାଷ୍ଟ୍ରୀୟ ମୁଦ୍ରା ହେବା ପାଇଁ ଆଉ ମାତ୍ର ଅଳ୍ପ ଦୂରତା ରହିଛି। ଏବେ ଅଧିକରୁ ଅଧିକ ଦେଶ ବୈଷୟିକ ବ୍ୟାପାର କୁ କମ କରିବା ପାଇଁ ଚେଷ୍ଟା ଚଲାଇଛନ୍ତି । କିଛି ଦେଶ INR ରେ ଅନ୍ତରାଷ୍ଟ୍ରୀୟ ବ୍ୟାପାରକୁ ସୁବିଧାଜନକ କରିବା ପାଇଁ ଚାହୁଁଛନ୍ତି । ଭାରତର କେନ୍ଦ୍ରୀୟ ବ୍ୟାଙ୍କ ଆରବିଆଇ ଋଷ ଓ ଶ୍ରୀଲଙ୍କା ସମେତ ୧୮ଟି ଦେଶରେ ୬୦ ଟି ବିଶେଷ ମୁଦ୍ରାକୁ Vostro Account ଖୋଲିବାର ସ୍ୱିକୃତି ମିିଳିଛି।

Vostro Account ରେ ସାଧାରଣ ଭାବେ ଇଣ୍ଟରନ୍ୟାସନାଲ ଟ୍ରେଡ କରାଯାଏ। ଯେଉଁଥିରେ ଫାଇଦା ମିଳିଥାଏ। ଏହା ଏକ ଲାଟିନ ଶବ୍ଦ। ଏହାର ଅର୍ଥ ଆପଣଙ୍କର… ତେଣୁ ଭୋଷ୍ଟ୍ରୋ ଆକାଉଣ୍ଟ ମାନେ ଆପଣଙ୍କ ଖାତା। ଏହାର ମାନେ ଗୋଟିଏ ବ୍ୟାଙ୍କ ଅନ୍ୟ ଏକ ବ୍ୟାଙ୍କ ତରଫରୁ ଆକାଉଣ୍ଟ ରଖିଥାଏ। ଯେଉଁଥିରେ ଲୋକମାନେ ଦୂର ସ୍ଥାନରେ ଖାତା ଥିଲେ ବି ସହଜରେ ଟ୍ରାଞ୍ଜାକସନ କରିପାରନ୍ତି।

ସୂଚନା ଅନୁସାରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଘରୋଇ ଓ ବିଦେଶୀ ଏଡ଼ି ବା ଅଧିକୃତ ଡିଲର ବ୍ୟାଙ୍କ ରେ ଏସଆରବିଏ ଖୋଲିବା ପାଇଁ ୬୦ଟି ମୁଦ୍ରାକୁ ମଞ୍ଜୁରି ମିଳିିଛି। ଏମିତିରେ ଲିଷ୍ଟରେ ୧୮ ଟି ଦେଶ ରହିଛି।

ଏବେ ଜାଣନ୍ତୁ ଯେଉଁ ୧୮ ଟି ଦେଶରେ ଭାରତୀୟ ମୁଦ୍ରାରେ ବ୍ୟାପାର କରିବା ପାଇଁ ଅନୁମତି ଦିଆଯାଇଛି ତାହାର ଏକ ଲିଷ୍ଟ:
-ଋଷ
-ସିଙ୍ଗାପୁର
-ଶ୍ରୀଲଙ୍କା
-ବୋତ୍ସବାନା
-ଫିଜୀ
-ଜର୍ମାନୀ
-ଗୁଆନା
-ଇଜ୍ରାଏଲ
-କେନିଆ
-ମାଲେସିଆ
-ମିଆଁମାର
-ନ୍ୟୁଜଲ୍ୟାଣ୍ଡ
-ଓମାନ
-ସେଶେଲ୍ସ
-ତାଞ୍ଜାନିଆ
-ୟୁଗାଣ୍ଡା
-ୟୁନାଇଟେଡ କିଙ୍ଗଡ଼ମ (ୟୁକେ)

ତେବେ ଏହି ଭୋଷ୍ଟ୍ରୋ ଆକାଉଣ୍ଟକୁ ଗତ ବର୍ଷ ଆରବିଆଇ ଭାରତୀୟ ମୁଦ୍ରା କୁ ସୀମା ପାର ବ୍ୟାପାର ରେ ଲେଣଦେଣ କରିବା ପାଇଁ ଆରମ୍ଭ କରିଥିଲା। ଏହି ଖାତା ଭାରତୀୟ ବ୍ୟାଙ୍କ ରେ ବିଦେଶୀ ସଂସ୍ଥାର ହୋଲଡିଂ Currency/INR ରେ ରଖାଯାଏ। ଯେବେ କେହି ଭାରତୀୟ କୌଣସି ବିଦେଶୀ ବ୍ୟବସାୟୀଙ୍କୁ ଟଙ୍କା ରେ ଭୁଗତାନ କରନ୍ତି ତେବେ ଏହି ରାଶି Vostro account ରେ ଜମା କରାଯାଏ।

ଆରବିଆଇ ଦ୍ୱାରା ଏହି ସୁବିଧା ନୂଆ ବ୍ୟବସ୍ଥାକୁ ଲୋକପ୍ରିୟ ବନାଇବା ପାଇଁ ସାହାଯ୍ୟ କରେ। ଏହାରି ମାଧ୍ୟମରେ ଭାରତୀୟ ବ୍ୟବସାୟୀ INR ରେ ଭୁଗତାନ କରି ବିଦେଶରୁ ଜିନିଷ ଆଣିପାରିବେ। ଏହି ବ୍ୟବସ୍ଥା ଗତ ୨୪ ଫେବୃଆରୀ୨୦୨୨ ରେ ହୋଇଥିବା ଋଷ ୟୁକ୍ରେନ ଯୁଦ୍ଧ ପରେ ପରେ ସକ୍ରିୟ ହୋଇଛି। ଏମିତିରେ ଭାରତକୁ ବୈଷୟିକ ବ୍ୟାପାର କରିବାରେ ଅସୁବିଧା ହେଉଥିଲା। ପରେ ଆରବିଆଇ ଦ୍ୱାରା ଏହି ସମସ୍ୟାର ସମାଧାନ କରାଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.