ସ୍ପୋଟର୍ସ ଅଥରିଟିରେ ଚାକିରି ସୁଯୋଗ, ଦରମା ମାସକୁ ୨.୨ ଲକ୍ଷ ଟଙ୍କା
ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ରେ କୋଚ୍, ସିନିଅର କୋଚ, ମୁଖ୍ୟ କୋଚ ସମତେ ୧୫୨ଟି ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେନ ଜାରି ହୋଇଛି । ଦରମା ମାସକୁ ୨.୨ ଲକ୍ଷ ଟଙ୍କା ।
ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ରେ କୋଚ୍, ସିନିଅର କୋଚ, ମୁଖ୍ୟ କୋଚ ସମତେ ୧୫୨ଟି ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୩, ୨୦୨୩ ପୂର୍ବରୁ କରିପାରିବେ ଆବେଦନ । ଯୁବ ବ୍ୟାପର ଏବଂ ଖେଳ ମନ୍ତ୍ରଣାଳୟ ତରଫରୁ ଏହାକୁ ଜାରି କରାଯାଇଛି ।
ପଦବୀ ବିବରଣୀ : ୧୫୨
କୋଚ୍ : ୪୪
ସିନିଅର କୋଚ : ୩୪
ମୁଖ୍ୟକୋଚ୍ : ୪୯
ଅନ୍ୟାନ୍ୟ: ୨୫
ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩ ମାର୍ଚ୍ଚ ୨୦୨୩ ପୂର୍ବରୁ କରିପାରିବେ ଆବେଦନ ।
ବୟସ ସୀମା : ଭିନ୍ନ ଭିନ୍ନ ପଦବୀ ଅନୁଯାୟୀ ବୟସ ସୀମା ଅଲଗାଅଲଗା ନିର୍ଦ୍ଧାରଣ କରାଯାଇଛି। ତେବେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୪୫ ବର୍ଷ ଏବଂ ସର୍ବାଧିକ ବୟସ ୬୦ ବର୍ଷ ହୋଇଥିବା ଜରୁରୀ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ଅଲମ୍ପିକ/ଓ୍ଵାଲର୍ଡ ଚାମ୍ପିଅନସିପ, ଏନଏସ ଏନଆଇଏସ୍/ କୋଚିଂରେ ଡିପ୍ଲୋମା କରିଥିବା ଜରୁରୀ ।
କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍sportsauthorityofindia.gov.in କୁ ଯିବାକୁ ହେବ ।
ଏହା ପରେ ପ୍ରାର୍ଥୀ‘ NOTICE INVITING APPLICATIONS FROM ELIGIBLE CANDIDATES FOR APPOINTMENT IN VARIOUS GRADES OF COACHING CADRE ON A CONTRACT / DEPUTATION (INCLUDING SHORT TERM CONTRACT) BASIS’ ଉପରେ କ୍ଲିକ୍ କରନ୍ତୁ ।
ଏହାପରେ ଏକ ପିଡିଏଫ ଫାଇଲ ଖୋଲିବ । ତା’ ପରେ ଯାଇ ଆପଣ ନୋଟିଫିକେସନ ପଢିପାରିବେ ।
ଏହାକୁ ଡାଉନଲୋଡ କରିଦିଅନ୍ତୁ। ଏହାର ଏକ ପ୍ରିଣ୍ଟ ଆଉଟ୍ କାଢି ରଖନ୍ତୁ ।
ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍ କରନ୍ତୁ :