SAIL ରେ ଖାଲିପଡିଛି ନର୍ସ ଏବଂ ଡାକ୍ତର ପଦବୀ, ବିନା ପରୀକ୍ଷାରେ ମିଳିବ ନିଯୁକ୍ତି

ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଡେଟ ପକ୍ଷରୁ ବୋକାରରେ ଜେନେରାଲ ହସପିଟାଲରେ ଡାକ୍ତର ଏବଂ ନର୍ସ ପଦବୀ ଖାଲିପଡିଛି। ଏହା ଜରିଆରେ ୬୦ଟି ପଦବୀରେ ଭର୍ତ୍ତି କରାଯିବ। ଅଫିସିଆଲ ୱେବସାଇଟକୁ ଯାଇ ଏହା ସମ୍ବନ୍ଧିତ ନୋଟିଫିକେସନ ଜାରି କରାଯାଇଛି। ଖାଲିପଡିଥିବା ଏହି ପଦବୀରେ ନିଯୁକ୍ତି ସିଧାସଳଖ ଇଣ୍ଟରଭ୍ଯୁ ଜରିଆରେ କରାଯିବ। ଏଥିପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ।

ପଦବୀ: ୬୦

ଡାକ୍ତର :୩୦
ନର୍ସ :୩୦

ଇଣ୍ଟରଭ୍ଯୁ ଦିନ: ଇଚ୍ଛୁକ ପ୍ରାର୍ଥୀ ୩ ମଇ ୨୦୨୧ରୁ ୮ ମଇ ୨୦୨୧ ପର୍ଯ୍ଯନ୍ତ ସକାଳ ୧୦ଟାରୁ ଦିନ ୧ଟା ପର୍ଯ୍ଯନ୍ତ ସାକ୍ଷାତକାର କରିପାରିବେ।
ନିଯୁକ୍ତି ସ୍ଥାନ: ବୋକାରୋ, ଝାରଖଣ୍ଡ

ଶିକ୍ଷାଗତ ଯୋଗ୍ଯତା:
ଡାକ୍ତର ପଦବୀ ପାଇଁ ପ୍ରାର୍ଥୀଙ୍କର କୌଣସି ମାନ୍ଯତାପ୍ରାପ୍ତ ସଂସ୍ଥରୁ ଏମବିବିଏସ ପାସ୍ କରିଥିବା ଆବଶ୍ଯକ। ଏହାଛଡା ମେଡିକାଲ କାଉନସିଲ ଅଫ ଇଣ୍ଡିଆରେ ରେଜିଷ୍ଟ୍ରସନ କରିଥିବା ଅନିବାର୍ଯ୍ଯ।

ନର୍ସ ପଦବୀ ପାଇଁ ପ୍ରାର୍ଥୀ ବିଏସସି(ନର୍ସିଂ) କିମ୍ବା ୧୨ଶ ବିଜ୍ଞାନ ପାସ୍ କରିଥିବା ଆବଶ୍ଯକ। ଏହାସହିତ ୩ ବର୍ଷର ଜିଏନଏମ ଡିପ୍ଲୋମା କରିଥିବା ଆବଶ୍ଯକ।

ଦରମା:
ଡାକ୍ତର: ୫୦୦୦(ପ୍ରତିଦିନ ୮ ଘଣ୍ଟା)
ନର୍ସ: ୧୦୦୦(ପ୍ରତିଦିନ ୮ ଘଣ୍ଟା)

ଅଧିକ ଜାଣିବା ପାଇଁ : ଅଧିକ ଜାଣିବା ପାଇଁ ପ୍ରାର୍ଥୀ ଜାରି କରାଯାଇଥିବା ଦୁଇଟି ନମ୍ବର ୮୯୮୬୮୭୪୫୩୯ କିମ୍ବା ୮୯୮୬୮୭୫୩୦୩ରେ କଥା ହୋଇ ଅଧିକ ତଥ୍ଯ ଜାଣିପାରିବେ।

ନୋଟିଫିକେସନ ପାଇଁ ଏଠାରେ କ୍ଲିକ କରନ୍ତୁ:

https://www.sailcareers.com/media/uploads/NOTIFICATION.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.