ବିନା ଲିଖିତ ପରୀକ୍ଷାରେ ମିଳିବ ସରକାରୀ କମ୍ପାନୀରେ ଚାକିରି, ଜାଣନ୍ତୁ କେମିତି ହେବ ଚୟନ

ଚାକିରି ଖୋଜୁଛନ୍ତି କି ? ଅନେକ ଦିନରୁ ଚାକିରି ଖୋଜି ଖୋଜି ନୟାନ୍ତ ହୋଇଗଲେଣି କି ? ତେବେ ଆପଣଙ୍କ ପାଇଁ ସୁଯୋଗ । ଷ୍ଟିଲ ଅଥରିଟି ଅଫ ଇଣ୍ଡିଆ ଲିମିଟେଡ୍‌ରେ ଖାଲିପଡିଛି ମ୍ୟାନେଜମେଣ୍ଟ ଟ୍ରେନି ପଦବୀ। ଏଠାରେ ୨୪୫ ପଦବୀରେ ଭର୍ତ୍ତି ପାଇଁ ଆବେଦନ ପତ୍ର ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ନଭେମ୍ବର ୨୩ ଭିତରେ ଅଫିସିଆଲ ୱେବସାଇଟ୍‌ sailcareers.com କୁ ଯାଇ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ GATE ପରୀକ୍ଷା ଦେଇଥିବା ଜରୁରୀ ।

ପଦବୀ ବିବରଣୀ : ୨୪୫

ମେକାନିକାଲ ଇଂଜିନିୟରିଂ : ୬୫
ମେଟାଲର୍ଟିକଲ ଇଂଜିନିୟରିଂ: ୫୨
ଇଲେକ୍ଟ୍ରିକାଲ ଇଂଜିନିୟରିଂ : ୫୯
ଇଷ୍ଟମେଣ୍ଟେସନ ଇଂଜିନିୟରିଂ :୧୩
ମାଇନିଂ ଇଂଜିନିିୟରିଂ : ୨୬
କେମିକାଲ ଇଂଜିନିୟରିଂ : ୧୪
ସିଭିଲ ଇଂଜିନିୟରିଂ : ୧୬

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀଙ୍କ ପାଖରେ ଅତିକମରେ ୬୫ ପ୍ରତିଶତ ମାର୍କ ସହିତ ଇଂଜିନିୟରିଂ ଡିଗ୍ରୀ ରହିଥିବା ଜରୁରୀ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ୨୮ ବର୍ଷ ହେବା ଜରୁରୀ। ଅନୁସୂଚିତ ଜାତି ଏବଂ ଜନଜାତି ପ୍ରାର୍ଥୀଙ୍କୁ ୫ ବର୍ଷ ଛୁଟ ସହିତ ଓବିସି ପ୍ରାର୍ଥୀଙ୍କୁ ୩ ବର୍ଷ ରିହାତି ମିଳିବ।

ମାସିକ ଦରମା : ଚୟନିତ ପ୍ରାର୍ଥୀଙ୍କୁ ମାସିକ ୫୦ ହଜାର ଟଙ୍କା ମିଳିବ।

ଏକମାସ ପର୍ଯ୍ୟନ୍ତ ଟ୍ରେନିଂ ପରେ ଆସିଷ୍ଟାଣ୍ଟ ମ୍ୟାନେଜର ପଦବୀ ମିଳିବ। ଯାହାର ମାସିକ ଦରମା ୧,୮୦୦୦୦ ଟଙ୍କା ମିଳିବ।

ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ :

https://ucanapplym.s3.ap-south-1.amazonaws.com/sail/pdf/Recruitment%20of%20245%20Management%20Trainee%20(Technical)%20in%20SAIL%20through%20GATE-2022-Detailed%20Advertisement(English)%20no.%20Per.Rec.C-96.2022.pdf

 

Also Read : ୱେଷ୍ଟର୍ଣ୍ଣ କୋଲଫିଲ୍ଡସରେ ୯୦୦ ପଦବୀ ଖାଲି, ୧୦ମ କି ଡିପ୍ଲୋମା କରିଥିଲେ ତୁରନ୍ତ କରନ୍ତୁ ଆବେଦନ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.