ଖୁସି ଖବର! ୧୦ ପ୍ରତିଶତ ବଢ଼ିପାରେ କର୍ମଚାରୀଙ୍କ ଦରମା, କରୋନା ଯୋଗୁ ବେପାର ଉପରେ ପଡ଼ିବନି କିଛି ପ୍ରଭାବ

କରୋନା ମହାମାରୀ ପରେ ମଧ୍ୟ ଚଳିତବର୍ଷ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି ପାଇ ପୂର୍ବ ସ୍ତରରେ ପହଞ୍ଚି ପାରିବ। କମ୍ପାନୀର ପ୍ରତିଭା ପୂର୍ବ ପରି ରଖିବା ପାଇଁ କମ୍ପାନୀ କେତେଗୁଡିଏ ସୁବିଧା ଉପଲବ୍ଧ କରିଛି। କନ ଫେରି ଇଣ୍ଡିଆର ସର୍ଭେ ଅନୁଯାୟୀ, ୨୦୨୨ରେ କର୍ମଚାରୀଙ୍କ ମାସିକ ଦରମା ୯.୪ ପ୍ରତିଶତ ବୃଦ୍ଧି ହୋଇପାରେ। ୨୦୧୯ରେ କର୍ମଚାରୀଙ୍କ ମାସିକ ଦରମା ୯.୨୫ ପ୍ରତିଶତ ବୃଦ୍ଧି ପାଇଥିଲା। କିନ୍ତୁ ୨୦୨୧ ରେ ଏହା ୮.୪ ପ୍ରତିଶତ ବୃଦ୍ଧି ହେଲା। କର୍ମଚାରୀଙ୍କ ମାସିକ ଦରମା ୨୦୧୯ ତୁଳନାରେ ୨୦୨୧ରେ ୧.୨୧ ପ୍ରତିଶତ ହ୍ରାସ ପାଇଥିଲା ।

ସର୍ଭେ ଅନୁଯାୟୀ, ଦେଶର ସର୍ବାଧିକ ବ୍ୟବସାୟୀ କହିଛନ୍ତି ଏହି ବର୍ଷ କରୋନା ଭାଇରସ୍‌ ବ୍ୟବସାୟରେ କୌଣସି ପ୍ରଭାବ ପକାଇବ ନାହିଁ। ମହାମାରୀ ପ୍ରଭାବରେ ୨୦୨୦-୨୧ ପରେ ଚଳିତ ବର୍ଷ କମ୍ପାନୀ ଭଲ ବ୍ୟବସାୟ କରିବ ବୋଲି ଘୋଷଣା କରିଛି।

ମାର୍କେଟ ସହ ଜଡିତ ବିଶେଷଜ୍ଞ କହିଛନ୍ତି, କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି ବ୍ୟବସାୟୀ, ଶିଳ୍ପ ପତି ଓ ବାଣିଜ୍ୟ ଉପରେ ନିର୍ଭର କରେ। ୪୦ ପ୍ରତିଶତ କର୍ମଚାରୀ ନୂଆ ଚାକିରି ଖୋଜିବାରେ ଲାଗିଛନ୍ତି।

ଟେକ୍‌ କମ୍ପାନୀ ସର୍ଭେ ଅନୁଯାୟୀ, ଏହି ବର୍ଷ ସବୁଠୁ ଅଧିକ ୧୦.୦୫ ପ୍ରତିଶତ କର୍ମଚାରୀଙ୍କ ମାସିକ ଦରମା ବୃଦ୍ଧି କରିବ। ଏହା ପରେ ଜୀବ ବିଜ୍ଞାନରେ ୯.୫ ପ୍ରତିଶତ, ସେବା, ବାହନ ଓ ରସାୟନ କମ୍ପାନୀରେ ୯ ପ୍ରତିଶତ ବୃଦ୍ଧି କରାଯିବ।

ଏହା ମଧ୍ୟରେ ୭୮୬ଟି କମ୍ପାନୀର ୬୦ପ୍ରତିଶତ କର୍ମଚାରୀ ଓ୍ଵାର୍କ ଫର୍ମ ହୋମ କରୁଥିବାରୁ ଓ୍ଵାଇ-ଫାଇ ନେଟଓ୍ଵାର୍କ ପାଇଁ ଭଡା କମ୍ପାନୀ ଦେଉଛି। ଏଥିରୁ ୧୦ପ୍ରତିଶତ କମ୍ପାନୀ ଓ୍ଵାଇ-ଫାଇ ନେଟଓ୍ଵାର୍କ ଭଡ଼ା କମାଇବାକୁ କିମ୍ବା ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି।