ଲଞ୍ଚ ହେଲା ୩୨ ଇଞ୍ଚ ବାଲା ସବୁଠୁ ଶସ୍ତା ସ୍ମାର୍ଟ ଟିଭି, ମୂଲ୍ୟ ମାତ୍ର ୫ହଜାର ଟଙ୍କା

ଘରକୁ ସ୍ମାର୍ଟ ଟିଭି ଆଣିବାକୁ ଚାହୁଁଛନ୍ତି ? କିନ୍ତୁ ବଜେଟ୍ ନାହିଁ ? ତେବେ ଚିନ୍ତା କରନ୍ତୁ ନାହିଁ । ମାତ୍ର ୫ ହଜାର ଟଙ୍କାରେ କିଣନ୍ତୁ ସ୍ମାର୍ଟ ଟିଭି । କାରଣ ଲଞ୍ଚ ହୋଇଛି ବିଶ୍ବର ସବୁଠାରୁ ଛୋଟ ଆଣ୍ଡ୍ରଏଡ୍ ସ୍ମାର୍ଟ ଟିଭି । ଏବେ ଆପଣ ଭାବୁଥିବେ ୫ ହଜାର ଟଙ୍କାରେ ଟିଭି ଅର୍ଥାତ୍ ଫିଚର୍ ସହ ସାଲିସ୍ କରିବାକୁ ପଡିବ । କିନ୍ତୁ ସେମିତି ନାହିଁ । ଏହି ଟିଭିରେ ସେ ସବୁ ଫିଚର ରହିଛି ଯାହା ଗୋଟିଏ ଦାମୀ ଟିଭିରେ ରହିଥାଏ । ଏହା ସହ ଏହି ଟିଭିରେ ସ୍କ୍ରିନ୍ ମିରର ଏବଂ ଇନବିଲ୍ଟ ୱାଇ ଫାଇ ଭଳି ରହିଛି ଖାସ୍ ଫିଚର ।

ଏହି ଶସ୍ତା ସ୍ମାର୍ଟ ଟିଭି ଲଞ୍ଚ କରିଛି ସେମୀ ଇନଫରମେଟିକ୍ସ । ଯାହାର ମୂଲ୍ୟ ରହିଛି ମାତ୍ର ୪୯୯୯ ଟଙ୍କା । ୩୨ ଇଞ୍ଚ ବାଲା ଏହି ଟିଭିରେ ଆଣ୍ଡ୍ରଏଡ୍ ଅପରେଟିଙ୍ଗ୍ ସିଷ୍ଟମ୍ ଦେଇଛି କମ୍ପାନୀ । ଏହା ସହ ଟିଭି ଉପରେ ୩ ବର୍ଷର ୱାରେଣ୍ଟି ମଧ୍ୟ ଦେଉଛି କମ୍ପାନୀ ।

ଫିଚର :

tvଟିଭିରେ ଫେସବୁକ୍ ଏବଂ ୟୁଟ୍ୟୁବ୍ ଭଳି ଆପ୍ ପ୍ରଥମରୁ ହିଁ ଇନଷ୍ଟଲ୍ କରାଯାଇଛି । ଏହା ବ୍ୟତୀତ ଅନ୍ୟ ଆପ୍ ଇନଷ୍ଟଲ୍ କରିବା ପାଇଁ ମଧ୍ୟ ରହିଛି ବିକଳ୍ପ । ଏହା ସହ ରହିଛି ୪ ଜିବି ରାମ୍ ଏବଂ ୫୧୨ ଏମବିର ଷ୍ଟୋରେଜ୍ । ଟିଭି ସହ କମ୍ପାନୀ ଦେଉଛି ଅନ୍ ସାଇଟ୍ ୱାରେଣ୍ଟି ଏବଂ ଅନ୍ ସାଇଟ୍ ସର୍ଭିସ୍ ।

ଏହା ସହ ଟିଭିରେ ରହିଛି ଦୁଇଟି ଏଚଡିଏମଆଇ ପୋର୍ଟ ଏବଂ ଦୁଇଟି ୟୁଏସବି ପୋର୍ଟ ଦିଆଯାଇଛି । ଟିଭିରେ ଗେମର ଆନନ୍ଦ ମଧ୍ୟ ନେଇପାରିବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଗୁଗଲ ପ୍ଲେ ଷ୍ଟୋରରେ ଥିବା ସେମୀ ଆପକୁ ଡାଉନଲୋଡ୍ କରି ଏହି ଟିଭିକୁ କିଣି ପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.