ଆପଣଙ୍କ ଫୋନର ବ୍ୟାଟେରୀ ହୋଇପାରେ ଖରାପ! ତୁରନ୍ତ କରନ୍ତୁ ଏହି ଆପକୁ ଡିଲିଟ

ଫୋନକୁ ସବୁବେଳେ ବ୍ୟବହାର କରିବା ଦ୍ବାରା ବ୍ୟାଟେରୀ ଜଲଦି ଶେଷ ହୋଇଯାଇଥାଏ ଏବଂ ବ୍ୟାଟେରୀ ମଧ୍ୟ ଖରାପ ହୋଇଥାଏ। କେବଳ ଫୋନର ବ୍ୟବହାର ନୁହେଁ ବରଂ ମୋବାଇଲରେ କିଛି ନିର୍ଦ୍ଧିଷ୍ଟ ଆପ ରହିବା ଦ୍ବାରା ଏହା ଶୀଘ୍ର ଖରାପ ହେବା ଦେଖାଯାଇଥାଏ। ଆଜିକାଲି ଦୁନିଆରେ ଲୋକମାନେ ସ୍ମାର୍ଟଫୋନ ବିନା ଗୋଟେ ମିନିଟ ମଧ୍ୟ ରହିପାରୁ ନାହାନ୍ତି। ଆମ ମାନଙ୍କର ଜୀବନଶୈଳୀରେ ମୋବାଇଲର ଭୂମିକା ଏତେ ଗୁରୁତ୍ବପୂର୍ଣ୍ଣ ହୋଇଗଲାଣି ଯେ, ଆମେ ବିନା କାହାର ମେସେଜରେ ମଧ୍ୟ ମୋବାଇଲକୁ ଧରି ଚେକ କରିଥାଉ। ଏହି ସବୁ କାରଣରୁ ବ୍ୟାଟେରୀ ଶୀଘ୍ର ଡେଡ଼୍ ହୋଇଯାଇଥାଏ। ଫୋନରେ ସବୁ ସମୟରେ ଲାଗି ରହିଲେ ବ୍ୟାଟେରୀ ଲୋ ହେବା ସହିତ ବ୍ୟାଟେରୀ ଡ୍ରେନ ହୋଇଥାଏ। ଏହା ବ୍ୟତୀତ ବ୍ୟାଟେରୀ ଲୋ ହେବାର ଅନ୍ୟତମ ପ୍ରମୁଖ କାରଣ ହେଉଛି ଫୋନରେ ଥିବା ଆପ୍। ଆସନ୍ତୁ ନଜର ପକାଇବା କିଛି ଏଭଳି ମୋବାଇଲ ଆପ୍ ଉପରେ।
ମ୍ୟୁଜିକାଲି
ଆଜିକାଲି ବେଶ ଲୋକପ୍ରିୟ ସାଜିଥିବା ଏହି ଆପଟି ଫୋନର ବ୍ୟାଟେରୀକୁ ଅଧିକ ସରାଇଥାଏ। ଏହି ଆପର ଵ୍ୟାକଗ୍ରାଉଣ୍ଡ ପ୍ରୋସେସ ଫୋନର ବ୍ୟାଟେରୀକୁ ଜଲଦି ଡ୍ରେନ କରି ଦେଇଥାଏ। ଯେତେବେଳେ ଏହି ଆପକୁ ବ୍ୟବହାର କରାଯାଇଥାଏ, ସେତେବେଳେ ଏହା ଫୋନର ହାର୍ଡଓୟାର ରୀସୋର୍ସକୁ ବହୁତ ମାତ୍ରାରେ ବ୍ୟବହାର କରିଥାଏ। ଏହି କାରଣରୁ ବ୍ୟାଟେରୀ ଡ୍ରେନ ହୋଇଥାଏ।
ସ୍ନାପଚାର୍ଟ
ସ୍ନାପଚାର୍ଟ ସବୁଠୁ ଅଧିକ ବ୍ୟାଟେରୀ ଶେଷ କରୁଥିବା ଆପରୁ ଗୋଟିଏ। ଏହି ଆପ ଆଣ୍ଟିଭାଇରସ ତାଲିକାରେ ଚାରି ନମ୍ବରରେ ରହିଛି। ଡେଭଲପର୍ସ ଫୋରମରେ ଅନେକ ଡେଭଲପର୍ ବ୍ୟାଟେରୀ କମ ଖର୍ଚ୍ଚ ହେବା ପାଇଁ ସ୍ନାପଚାର୍ଟକୁ ଅନଇନଷ୍ଟଲ କରିବା ପାଇଁ କହିଛନ୍ତି। ଏହାଛଡା ବ୍ୟବହାରକାରୀ ନିଜେ ଅନୁଭବ କରିପାରିବ ଯେ ସ୍ନାପଚାର୍ଟ ବ୍ୟବହାର କରିବା ଦ୍ୱାରା ଫୋନର ବେଟେରୀ ୫-୬% କମିଯାଇଥାଏ।
ଟିଣ୍ଡର
ଟିଣ୍ଡର ଆପଣଙ୍କ ସୋସିଆଲ୍ ଲାଇଫକୁ ବୁଷ୍ଟ କରୁଥିଲେ ମଧ୍ୟ ଫୋନ ପାଇଁ ଏହି ଆପ ଭଲ ନୁହେଁ। ଏହା ମଧ୍ୟ ଆପଣଙ୍କ ମୋବାଇଲର ବ୍ୟାଟେରୀକୁ କମାଇଦେଇଥାଏ।
ମାଇକ୍ରୋସୋଫ୍ଟ ଆଉଟଲୁକ
ଆଉଟଲୁକ ଆପ ଆପଣଙ୍କ ଫୋନର ବ୍ୟାଟେରୀକୁ ଜଲଦି କମାଇ ଦେଇଥାଏ। ଅଫିସିଆଲ କାମ ପାଇଁ ଏହି ଆପକୁ ଅଧିକ ବ୍ୟବହାର କରାଯାଇଥାଏ। ତେବେ ଏହି କଥାକୁ ମଧ୍ୟ ଧ୍ୟାନରେ ରଖନ୍ତୁ ଯେ ଏହି ଆପ ବ୍ୟାଟେରୀକୁ କମାଇ ଦେଇଥାଏ।
ଫେସବୁକ ଏବଂ ମେସେଞ୍ଜର
ଦୁନିଆର ସବୁଠୁ ବଡ ସୋସିଆଲ ମିଡିଆ ଆପ ଆପଣଙ୍କ ମୋବାଇଲ ବ୍ୟାଟେରିର ବହୁତ ବଡ ଶତୃ ଏବଂ ଏହାର ସିଷ୍ଟର ଆପ ମେସେଞ୍ଜର ମଧ୍ୟ ଏହି ତାଲିକାରେ ସାମିଲ ଅଛି ଯାହା ଆପଣଙ୍କ ବ୍ୟାଟେରିକୁ ବହୁତ ଅଧିକ ଖର୍ଚ୍ଚ କରିଥାଏ।
ୟୁଟୁବ ଏବଂ ନେଟଫ୍ଲିକ୍ସ
ୟୁଟୁବ,ନେଟଫ୍ଲିକ୍ସ ଏବଂ ଏହି ଭଳି ସ୍ଟ୍ରିମିଙ୍ଗ ଆପଲିକେସନ୍ ବ୍ଯାଟେରୀର ଶତୃ ହୋଇଥାଏ। ବ୍ୟାକଗ୍ରାଉଣ୍ଡରେ ଚାଲିବା ହେତୁ ଏହା ସବୁବେଳେ ଆପଣଙ୍କ ମୋବାଇଲ ବ୍ୟାଟେରୀକୁ ଡ୍ରେନ କରିଥାଏ । ଯେଉଁ କାରଣରୁ ବ୍ଯାଟେରୀ ଜଲଦି ଜଲଦି ସରି ଯାଇଥାଏ।