ମ୍ୟୁଚୁଆଲ ଫଣ୍ଡ, କ୍ରେଡିଟ କାର୍ଡ ରୁ ଆରମ୍ଭ କରି ସରକାରୀ ସ୍କିମରେ ଆଜି ଠୁ ହେବ ବଡ଼ ପରିବର୍ତ୍ତନ, ଶୀଘ୍ର ଜାଣନ୍ତୁ

ନୂଆ ମାସର ଆରମ୍ଭ ହେବା ସହିତ ଆମର ଆର୍ଥିକ ଏବଂ ଦୈନନ୍ଦିନ ଜୀବନର ଆବଶ୍ୟକତା ସମନ୍ଧରେ କିଛି ନିୟମ ବଦଳି ଯାଇଛି। ବଦଳିଥିବା ନୂଆ ନିୟମ ଆଜିଠାରୁ ହିଁ ଲାଗୁ ହେବ। ଏଥିରେ କ୍ରେଡିଟ୍‌ କାର୍ଡ଼ଠାରୁ ଅରମ୍ଭ କରି ସରକାରୀ ସ୍କିମ୍‌ରେ ପରିବର୍ତ୍ତନ ହେବ। ଯଦି ଆପଣ ମ୍ୟୁଚୁଆଲ ଫଣ୍ଡ୍‌ରେ ଟଙ୍କା ନିବେଶ କରିଛନ୍ତି,ତେବେ ଆପଣଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ଲାଗୁ ହେବ। ସେଥିପାଇଁ ଯଦି ଆପଣ କିଛି ଜରୁରୀ କାମ କରି ନାହାନ୍ତି, ତେବେ ସେ କାମ ଶୀଘ୍ର ସାରି ନିଅନ୍ତୁ।

ଛୋଟ ସ୍କିମ୍‌ରେ ନିବେଶକାରୀ ମାନଙ୍କୁ କେନ୍ଦ୍ର ସରକାର ବଡ଼ ଉପହାର ଦେଇଛନ୍ତି। ସରକାର ତୃତୀୟ ତିନି ମାସ ପାଇଁ ଏହି ଯୋଜନାମାନଙ୍କରେ ସୁଧ ଜାରି କରିଛନ୍ତି, ଯାହା ୧ ଅକ୍ଟୋବର ମାନେ ଆଜି ଠାରୁ ଆରମ୍ଭ ହୋଇଯିବ। ନୂଆ ଦର ଅନୁସାରେ ସରକାର ପୋଷ୍ଟ ଅଫିସ୍‌ରେ ୩ ବର୍ଷର ଜମା ରାଶି ପାଇଁ ୫.୮ ପ୍ରତିଶତ ସୁଧ ହାର ଦେବେ। ୨ ବର୍ଷର ଜମା ରାଶି ପାଇଁ ସୁଧ ହାର ୫.୫ ପ୍ରତିଶତ ସୁଧ ହାର ମିଳୁଥିବା ବେଳେ ତାକୁ ବଢ଼ାଇ ୫.୭ ପ୍ରତିଶତ କରାଯାଇଛି। ସିନିୟର ସିଟିଜେନ୍‌ ସେଭିଙ୍ଗ୍‌ସ ସ୍କିମ୍‌ (SCSS ) ରେ ୭.୬ ପ୍ରତିଶତ ସୁଧହାର ଦେବେ।

କିଷାନ ବିକାଶ ପତ୍ର:

କିଷାନ ବିକାଶ ପତ୍ରରେ ନିବେଶ କରିଥିବା ସ୍କିମ୍‌ରେ ବି ସୁଧ ହାର ବଢ଼ିଛି ଏବଂ ତାହା ସହିତ ମ୍ୟାଚୁରିଟିର ସମୟ କମ୍‌ କରି ଦିଆଯାଇଛି, ଏହି ଯୋଜନାରେ ସୁଧହାର ୭.୦ ପ୍ରତିଶତ ମିଳିବ। ଏହି ସ୍କିମ୍‌ ୧୨୪ ମାସ ବଦଳରେ ୧୨୩ ମାସରେ ମ୍ୟାଚୁର ହୋଇଯିବ। ମନ୍ଥଲି ଇନ୍‌କମ୍‌ ଆକାଉଣ୍ଟ ସ୍କିମ୍‌ରେ ମିଳୁଥିବା ସୁଧ ହାର ୬.୬ରୁ ବଢ଼ାଇ ୭.୭ ପ୍ରତିଶତ କରି ଦିଆଯାଇଛି ।

ମ୍ୟୁଚୁଆଲ ଫଣ୍ଡରେ ନୋମିନେସନ:
ମ୍ୟୁଚୁଆଲ ଫଣ୍ଡ ନିବେଶକାରୀ ମାନଙ୍କୁ ନୋମିନେସନର ସୂଚନା ଦେବା ଅନିବାର୍ଯ୍ୟ କରିଦିଆ ଯାଇଛି। ବଜାର ନିୟାମକ ସେବା(SEBI) ଅନୁସାରେ ଯେଉଁମାନେ ନୋମିନେସନ୍‌ କରିବେ ନାହିଁ, ସେମାନଙ୍କୁ ଏକ ଘୋଷଣା ପତ୍ର ଦେବାକୁ ହେବ। ଯେଉଁଥିରେ ନମିନେସନର ସୁବିଧା ନ ନେବା ପାଇଁ ଘୋଷଣା କରିବାକୁ ପଡ଼ିବ।

ରୋଷେଇ ଗ୍ୟାସ୍‌ ଦର:
ପ୍ରତ୍ୟେକ ମାସ ଅଏଲ କମ୍ପାନି ପହୀଲାରୁ ଗ୍ୟାସ୍‌ ଦରର ପରିବର୍ତ୍ତନ କରିଥାଏ। ଅକ୍ଟୋବର ମାସ ଆରମ୍ଭରୁ ବ୍ୟବସାୟିକ ଗ୍ୟାସ୍‌ର ଦର କମିଛି,ରାଜଧାନ ଦିଲ୍ଲୀରେ କମର୍ସିଆଲ LPG ସିଲିଣ୍ଡର ୨୫.୫ ଟଙ୍କାର ହ୍ରାସ ପାଇଛି। ଘରୋଇ ଗ୍ୟାସ୍‌ର କୌଣସି ଦରର ପରିବର୍ତ୍ତନ ହେଇନି। ପୂର୍ବ ମାସ ମଧ୍ୟ ଘରୋଇ ଗ୍ୟାସ୍‌ର କାଛି ପରିବର୍ତ୍ତନ ହୋଇନଥିଲା,କିନ୍ତୁ କମର୍ସିଆଲ ଗ୍ୟାସର ଦର ହ୍ରାସ ପାଇଥିଲା।

କ୍ରେଡିଟ୍‌ କାର୍ଡ ପେମେଣ୍ଟ ନିୟମ:
ଅକ୍ଟୋବର ୧ ଆଜି ଠାରୁ ପେମେଣ୍ଟର ନିୟମ ବଦଳିବାକୁ ଯାଉଛି। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ CoF Card Tokenisation ନିୟମ ଲାଗୁ କରିବା ପାଇଁ ଯାଉଛି। RBI ତାର Card Tokenisation ସିଷ୍ଟମ ମାଧ୍ୟମରେ ବଢ଼ୁଥିବା ସାଇବର ଠକାମି ଉପରେ ରୋକ ଲଗାଇବାକୁ ଚାହୁଁଛନ୍ତି। ଅକ୍ଟୋବର ଅରମ୍ଭରୁ କମ୍ପାନିମାନଙ୍କୁ କାର୍ଡ଼ ବଦଳରେ ଏକ କୋଡ୍‌ ଦିଆଯିବ ସେହି କୋଡ୍‌ ୟୁନିକ୍‌ ରହିବ,ଗୋଟିଏ ଟୋକନରେ ଅନେକ କାର୍ଡ଼ ବ୍ୟବହାର ଲାଗି ପାରିବ। ଏହି ସିଷ୍ଟମରେ ମାଷ୍ଟର କାର୍ଡ଼ ,ଏବଂ ରୂପେ କାର୍ଡ଼ ମାଧ୍ୟମରେ ଟୋକନ ନମ୍ବର ଦିଆଯିବ। ଏହି ସ ୁବିଧା ପାଇଁ କୌଣସି ଶୁଳ୍କ ଲାଗିବ ନାହିଁ।

ଡିମେଟ ଆକାଉଣ୍ଟ ଲଗିନ୍‌ ସିଷ୍ଟମ:
ଯଦି ଆପଣ ଅପଣଙ୍କ ଡିମେଟ୍‌ ଆକାଉଣ୍ଟ ପାଇଁ 2 ଫାକ୍ଟର ଅଥଣ୍ଟିକେଶନ ଆକ୍ଟିଭ୍‌ କରିନାହାଁନ୍ତି,ତେବେ ଆପଣଙ୍କର ଟ୍ରେଡିଙ୍ଗ୍‌ ଆକାଉଣ୍ଟ ଖାତାର ବ୍ୟବହାର କରି ପାରିବେ ନାହିଁ।

ଅଟଳ ପେନ୍‌ସନ୍‌ ଯୋଜନା ପାଇଁ ନିୟମର ପରିବର୍ତ୍ତନ:
ଅକ୍ଟୋବର ୧ ଠାରୁ ଅଟଳ ପେନ୍‌ସନ ଯୋଜନା ପାଇଁ ନିୟମର ଏକ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଛି। ସରକାର ଘୋଷଣା କରିଛନ୍ତି ଯେ, ଟାକ୍ସ ଦେଉଥିବା କୌଣସି ବ୍ୟକ୍ତି ଏହି ସୁବିଧାର ଲାଭ ଉଠାଇ ପାରିବେ ନାହିଁ। ଏହି ନିୟମ ୧ ଅକ୍ଟୋବର ୨୦୨୨ରୁ ଲାଗୁ ହେଇଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.