SBIର କଡା ଚେତାବନୀ : ଏହି ୫ ଭୁଲ୍ କଲେ ଆକାଉଂଟରୁ ଗାୟବ ହୋଇପାରେ ଟଙ୍କା

ଯଦି ଆପଣଙ୍କ ଏସବିଆଇରେ ଆକାଉଂଟ୍ ଅଛି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ପୁଣି ଥରେ ନିଜ ଗ୍ରାହକଙ୍କୁ ଚେତାବନୀ ଦେଇଛି ଏସବିଆଇ । ଗତ କିଛି ଦିନ ହେବ ବଢୁଥିବା ବ୍ୟାଙ୍କ୍ ଠକେଇ ଯୋଗୁଁ ଏସବିଆଇ ଟୁଇଟର୍ ମାଧ୍ୟମରେ ଗ୍ରାହକଙ୍କୁ ସୂଚନା ଦେଇଛି । ଏବେ ନଜର ପକାନ୍ତୁ ଆପଣଙ୍କ କେଉଁ ୫ଟି ଭୁଲ୍ ଯୋଗୁଁ ଆପଣଙ୍କ ଆକାଉଂଟରୁ ଟଙ୍କା ଗାୟବ ହୋଇପାରେ । 

୧ – ଏସବିଆଇ ପକ୍ଷରୁ କୁହାଯାଇଛି ବ୍ୟାଙ୍କ୍ ଆପଣଙ୍କ ଗୋପନୀୟ ତଥ୍ୟ ଯେପରି ୟୁଜର୍ ଆଇଡି, ପିନ୍, ପାସୱର୍ଡ, ସଭିଭି, ଓଟିପି, ବିପିଏ ଆଦି କେବେ ପଚାରିନଥାଏ । ଯଦି କେହି ଆପଣଙ୍କୁ ଏହି ସୂଚନା ପଚାରେ ତେବେ ଦିଅନ୍ତୁ ନାହିଁ ।

୨ – କେବେ ବି ଅନଲାଇନ୍ ଟ୍ରାଞ୍ଜାକ୍ସନ୍ କୌଣସି ପବ୍ଲିକ୍ ପ୍ଲେସ୍ ଯେପରିକି ରେଲୱେ ଷ୍ଟେସନ୍, ବସ୍ ଷ୍ଟାଣ୍ଡ କିମ୍ବା ଭିଡ ଥିବା ସ୍ଥାନରେ କରନ୍ତୁ ନାହିଁ । ଏହା ସହ ଏକଥା ମଧ୍ୟ ଧ୍ୟାନରେ ରଖନ୍ତୁ ଫ୍ରି ୱାଇ ଫାଇ ବ୍ୟବହାର କରନ୍ତୁ ନାହିଁ । ଏପରି କରିବା ଦ୍ବାରା ଆପଣଙ୍କ ଗୋପନୀୟ ତଥ୍ୟ ଲିକ୍ ହୋଇପାରେ ।

ଏହା ସହ ପଢନ୍ତୁ ବିନା ଡ଼ିଗ୍ରୀରେ ମଧ୍ୟ କରିପାରିବେ ରୋଜଗାର , ଏମିତି କରନ୍ତୁ ଆରମ୍ଭ

୩ – ଏସବିଆଇ ଖାତାଧାରୀ କେବେ ବି ନିଜ ମୋବାଇଲରେ ଆକାଉଂଟ୍ ଡିଟେଲ୍ ରଖିବା ଉଚିତ୍ ନୁହେଁ । କେବଳ ସେତିକି ନୁହେଁ ଆକାଉଂଟ୍ ସମ୍ବନ୍ଧୀୟ କୌଣସି ତଥ୍ୟ ପେପରରେ ଲେଖି ଫଟୋ ଉଠାଇ ମଧ୍ୟ ଫୋନରେ ରଖନ୍ତୁ ନାହିଁ । କାରଣ ଫୋନ୍ ହଜିଗଲେ କେହି ଏହାର ଦୁରୂପଯୋଗ କରିପାରେ ।

୪ – କେବେ ବି ନିଜ ଏଟିଏମ୍ କିମ୍ବା କ୍ରେଡିଟ୍ କାର୍ଡ ଅନ୍ୟ କାହାକୁ ଦିଅନ୍ତୁ ନାହିଁ । ଯଦି କୌଣସି ସପିଂ ମଲରେ ପେମେଂଟ୍ କରୁଛନ୍ତି ତେବେ ନିଜ ଆଖି ସାମ୍ନାରେ ହିଁ କାର୍ଡ ସ୍ବାଇପ୍ କରନ୍ତୁ ।

୫ – ନିଜ ବ୍ୟାଙ୍କିଙ୍ଗ୍ ଟ୍ରାଞ୍ଜାକ୍ସନ୍ ସହ ଜଡିତ ସୂଚନା ସୋସିଆଲ୍ ମିଡିଆରେ ସେୟାର୍ କରିବା ଅନୁଚିତ୍ । ଏପରି କଲେ ହାକର୍ସ ସହଜରେ ଆପଣଙ୍କୁ ଟାର୍ଗେଟ୍ କରିପାରିବେ ।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

12 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

18 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago