ଏସ୍‌ବିଆଇ ଖାତାଧାରୀ କାଲି ଭିତରେ କରିନିଅନ୍ତୁ ଏସବୁ କାମ, ନଚେତ୍‌ ବନ୍ଦ ହୋଇଯିବ ଆକାଉଣ୍ଟ

ଯଦି ଆପଣଙ୍କ ଆକାଉଣ୍ଟ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ଅଛି ତେବେ ସାବଧାନ ହୋଇଯାଆନ୍ତୁ। ୧ ମାର୍ଚ୍ଚରୁ ଏସ୍‌ବିଆଇ ନିୟମରେ କେତେକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିୟମାନୁସାରେ ଆପଣଙ୍କ ବ୍ୟାଙ୍କିଙ୍ଗ କାମରେ କେତେକ ପରିବର୍ତ୍ତନ ହେବ। ଏସବୁ ଜିନିଷକୁ ଗୁରୁତ୍ୱ ନ ଦେଲେ ଆପଣଙ୍କ ଆକାଉଣ୍ଟ ବନ୍ଦ ହୋଇପାରେ ବୋଲି ସୂଚନା ଦେଇଛି ଏସ୍‌ବିଆଇ।

SBI2

ମାର୍ଚ୍ଚ ୧ରୁ ବନ୍ଦ ହୋଇପାରେ ଆପଣଙ୍କ ଖାତା:

ଏସ୍‌ବିଆଇ ଅଧିକାରୀଙ୍କ ସୂଚନାନୁସାରେ ଦେଶର ସମସ୍ତ ଏସ୍‌ବିଆଇ ଖାତାଧାରୀଙ୍କୁ ଫେବ୍ରୁଆରୀ ୨୮ ସୁଦ୍ଧା କେଓ୍ଵାଇସି ଭରି ନେବା ଜରୁରୀ। ଏ ନେଇ ଗ୍ରାହକଙ୍କ ମୋବାଇଲକୁ ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ମେସେଜ୍‌ ପଠାଇ ଦିଆଯିବ। ଏହା ବ୍ୟତୀତ ଗ୍ରାହକ ଚାହିଁଲେ ସିଧାସଳଖ ଏସ୍‌ବିଆଇ ବ୍ରାଞ୍ଚ୍‌ ସହ ଯୋଗାଯୋଗ କରି ନିଜ କେଓ୍ଵାଇସି ଭରିପାରିବେ। ଏଥିପାଇଁ ଗ୍ରାହକଙ୍କୁ ନିଜ ପରିଚୟ ପତ୍ର ବ୍ୟାଙ୍କରେ ଜମା କରିବାକୁ ପଡ଼ିବ। ବ୍ୟାଙ୍କରେ କେଓ୍ଵାଇସି ପାଇଁ ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ, ରାସନ କାର୍ଡ, ବିଜୁଳି ବିଲ୍‌ ସମେତ ମୋଟ ୧୨ଟି ଦସ୍ତାବିଜ୍‌ ଦାଖଲ କରିବାକୁ ପଡ଼ିବ।

sbi3

ଏସ୍‌ବିଆଇ କେବଳ ଘରୋଇ ଡେବିଟ୍‌ କାର୍ଡ ହିଁ ଜାରି କରିବ:

ମାର୍ଚ୍ଚ ମାସଠାରୁ ଏସ୍‌ବିଆଇ ଖାତାଧାରୀଙ୍କ ଡେବିଟ୍‌ କାର୍ଡକୁ ମଧ୍ୟ ପରିବର୍ତ୍ତନ କରିବାକୁ ଯାଉଛି। କାର୍ଡରୁ ପଇସା ବାହାର କରିବା ନିୟମରେ ପରିବର୍ତ୍ତନ ହେବା ପରେ ଏସ୍‌ବିଆଇ ସମସ୍ତ ନୂଆ ଖାତାଧାରୀଙ୍କୁ କେବଳ ଡୋମେଷ୍ଟିକ୍‌ ଡେବିଟ୍‌ ବା ଏଟିଏମ୍‌ କାର୍ଡ ଜାରି କରିବ। ପୂର୍ବରୁ ବ୍ୟାଙ୍କ ଅଧିକାଂଶ ଗ୍ରାହକଙ୍କୁ ଅନ୍ତରାଷ୍ଟ୍ରୀୟ କାର୍ଡ ଜାରି କରୁଥିଲା। ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ସୂଚନାନୁସାରେ ଏଟିଏମ୍‌ ଓ ଡେବିଟ୍‌ କାର୍ଡରେ ବିଭିନ୍ନ ଠକାମି ହେଉଥିବା ନେଇ ଅଭିଯୋଗ ହେବା ପରେ ଏଭଳି ନିୟମରେ ପରିବର୍ତ୍ତନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.