ନୂଆଦିଲ୍ଲୀ : ଦେଶର ବୃହତ୍ତ ରାଷ୍ଟ୍ରାୟାତ୍ତ ବ୍ୟାଙ୍କ୍ ଏସ୍ବିଆଇ(ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ) ଓ ପିଏନ୍ବି(ପଞ୍ଜାବ ନେସ୍ନାଲ୍ ବ୍ୟାଙ୍କ୍) ନିଜର ଗ୍ରାହକଙ୍କ ପାଇଁ ବଡ଼ ଅଫର ଘୋଷଣା କରିଛି । ଏହି ଅଫର ଅନୁଯାୟୀ ହାଉସିଂ ଲୋନ୍ ଓ କାର୍ ଲୋନ୍ ଉପରେ ପ୍ରୋସେସିଂ ଫିଜ୍ ଓ ଡକ୍ୟୁମେଣ୍ଟେସନ୍ ଚାର୍ଜ ଆଉ ଦେବାକୁ ପଡ଼ିବ ନାହିଁ । ପୂର୍ବରୁ କୈାଣସି ଲୋନ୍ ପାଇଁ ପ୍ରୋସେସିଂ ଫିଜ୍ ଲାଗୁଥିଲା । ଆଗକୁ ପୂଜା ଥିବା ବେଳେ ବ୍ୟାଙ୍କ ତା’ର ଗ୍ରାହକଙ୍କ ପାଇଁ ଏଭଳି ଅଫର୍ ଆଣିଛି ।
ସେହିପରି ହୋମ୍ ଲୋନ୍ ପାଇଁ ଏସ୍ବିଆଇ ମଧ୍ୟ ୩ଟି ବଡ ଅଫର ଆଣିଛି । ହୋମ୍ ଲୋନ୍ ପାଇଁ ଆବେଦନ ଫି ଦେବାକୁ ପଡିବ ନାହିଁ । ଏଥିସହ ଭଲ ସିଭିଲ୍ ସ୍କୋର୍ ଥିଲେ ୩୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଋଣ ଉପରେ ୧୦ ବେସିସ୍ ପଏଣ୍ଟ ରିହାତି ମଧ୍ୟ ମିଳିବ । ଆଉ ଆପଣ ଯଦି ଏସ୍ବିଆଇ ୟାନୋ ଆପ୍ ଜରିଆରେ ହୋମ୍ ଲୋନ୍ ଆବେଦନ କରିବେ ଅତିରିକ୍ତ ୫ ପ୍ରତିଶତ ବେସିସ୍ ପଏଣ୍ଟ ମାଗଣା ମିଳିବ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି ।
ସେହିପରି ପିଏନ୍ବି ଗ୍ରାହକମାନେ ଦେଶର ୧୦, ୮୯୭ ଶାଖାରେ ଡିଜିଟାଲ୍ ମାଧ୍ୟମ ଜରିଆରେ ୨୦୨୦ ଡିସେମ୍ବର ପର୍ଯ୍ୟନ୍ତ ଏହି ଅଫରର ଲାଭ ଉଠାଇ ପାରିବେ । ଏହି ମେଗା ଅଫର ୧ ସେପ୍ଟେମ୍ବର ୨୦୨୦ରୁ ଆରମ୍ଭ ହୋଇଛି । ଗ୍ରାହକମାନେ ୭.୧୦ ପ୍ରତିଶତ ଦରରେ ହୋମ୍ ଲୋନ୍ ଓ ୭.୫୫ ପ୍ରତିଶତ ଦରରେ କାର୍ ଲୋନ୍ ପାଇପାରିବେ ବୋଲି ପିଏନ୍ବି ପକ୍ଷରୁ କୁହାଯାଇଛି ।