SBI ତା’ର ଏହି ଗ୍ରାହକଙ୍କୁ ଦେବ ୩୫ ଲକ୍ଷ ଟଙ୍କାର ଲୋନ ସୁବିଧା, ଏପରି ଉଠାନ୍ତୁ ଲାଭ

ନିଜ ଗ୍ରାହକଙ୍କ ସୁବିଧାକୁ ଧ୍ୟାନରେ ରଖି ଏସବିଆଇ ଏକ ନୂଆ ପ୍ଲାନ ବାହାର କରିଛି। ଏମିତିରେ ଏସବିଆଇରେ ଥିବା ଗ୍ରାହକମାନଙ୍କୁ ୩୫ ଲକ୍ଷ ଟଙ୍କାର ଲୋନ ସୁବିଧା ଦିଆଯିବ। ଅସୁବିଧା ସମୟରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ବ୍ୟାଙ୍କ ଏହି ସୁବିଧା ଦେଉଛି ।ତେବେ ଏହି ସୁବିଧା କିଛି ନିର୍ଦ୍ଦିଷ୍ଟ ବର୍ଗର ଲୋକଙ୍କ ପାଇଁ ରହିଛି। ଆପଣ ଏହି ବର୍ଗରେ ଆସୁଛନ୍ତି କି ନାହିଁ ଜାଣି ନିଅନ୍ତୁ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅର୍ଥାତ SBI ଏହାର ସ୍ପେଶାଲ ଗ୍ରାହକଙ୍କ ପାଇଁ YONO ଆପରେ ରିଅଲ୍ ଟାଇମ୍ ଏକ୍ସପ୍ରେସ କ୍ରେଡିଟ୍ RTXC ଅଫର ଆଣିଛି । ଏହା ଅଧୀନରେ ଯୋଗ୍ୟ ଗ୍ରାହକମାନେ YONO ଆପ୍ ମାଧ୍ୟମରେ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ ନେଇପାରିବେ ।

ଦେଶର ସର୍ବବୃହତ ବ୍ୟାଙ୍କ SBIର ଯଦି ଆପଣ ଗ୍ରାହକ, ତେବେ ଏହି ଖବର ଆପଣଙ୍କ ପାଇଁ .. ଏବେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ସ୍ପେଶାଲ ଗ୍ରାହକଙ୍କ ପାଇଁ YONO ଆପରେ ରିଅଲ୍ ଟାଇମ୍ ଏକ୍ସପ୍ରେସ କ୍ରେଡିଟ୍ RTXC ଅଫର ଆଣିଛି । ଏହା ଅଧୀନରେ ଯୋଗ୍ୟ ଗ୍ରାହକମାନେ YONO ଆପ୍ ମାଧ୍ୟମରେ ୩୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପର୍ସନାଲ ଲୋନ ନେଇପାରିବେ । ସବୁଠୁ ବଡ଼ କଥା ହେଉଛି ଏହି ଲୋନ ପାଇଁ କୌଣସି ଡକ୍ୟୁମେଣ୍ଟ ଆବଶ୍ୟକ ନାହିଁ ।

ତେବେ SBIର ଏହି ଅଫର୍ ସରକାରୀ ବେତନ ପ୍ରାପ୍ତ ଗ୍ରାହକଙ୍କ ପାଇଁ ରହିଛି । ଏହା କେବଳ ସେହି ଗ୍ରାହକଙ୍କ ପାଇଁ ଯାହାର ଦରମା ଆକାଉଣ୍ଟ SBIରେ ଅଛି । ବ୍ୟାଙ୍କ କହିବା ଅନୁଯାୟୀ କେନ୍ଦ୍ର , ରାଜ୍ୟ ସରକାର ଏବଂ ପ୍ରତିରକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବ୍ୟକ୍ତିଗତ ଲୋନ ପାଇଁ ବ୍ୟାଙ୍କ ଯିବାର ଆବଶ୍ୟକତା ନାହିଁ। ସୂଚନା ଅନୁଯାୟୀ ସିବିଆଇଏଲ୍ ସ୍କୋର ଯାଞ୍ଚ ବ୍ୟତୀତ ଲୋନ ରାଶି ଅନୁମୋଦନ କାର୍ଯ୍ୟ ପାଇଁ ଡିଜିଟାଲ୍ ଭାବରେ କରାଯିବ । ଏହା ଅତି ସହଜ ମଧ୍ୟ।

ଏସବିଆଇ ଅଧ୍ୟକ୍ଷଙ୍କ କହିବା ଅନୁଯାୟୀ ଏକ୍ସପ୍ରେସ କ୍ରେଡିଟ ବ୍ୟାଙ୍କ ସହିତ ଜଡିତ ଗ୍ରାହକଙ୍କୁ ଡିଜିଟାଲ ସୁବିଧା ଦେବା ସହିତ ଅତି ସହଜରେ ଲୋନ ଦେବ।

ଏବେ ଜାଣନ୍ତୁ ଥିବା ସର୍ତ୍ତ ଗୁଡ଼ିକ:

:ଏସବିଆଇରେ ଦରମା ଆକାଉଣ୍ଟ ଥିବା ଜରୁରୀ
:ସର୍ବନିମ୍ନ ମାସିକ ଆୟ ୧୫,୦୦୦ ଟଙ୍କା ରହିବା ଜରୁରୀ
:କେନ୍ଦ୍ରୀୟ, ରାଜ୍ୟ, କେନ୍ଦ୍ରୀୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ଏବଂ ରାଜ୍ୟ ପବ୍ଲିକ ସେକ୍ଟର ଅଣ୍ଡରଟେକିଂ ରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ଏହା ଉପଲବ୍ଧ ।

Leave A Reply

Your email address will not be published.